ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ଧାମନଗର ୨୭/୮ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତ ଅନ୍ତର୍ଗତ ଗୋଡିପୋଖରୀ ଵସ୍ତିର ସେକ କଵୁଲ ବାଦଶାହାଙ୍କର ୨୭ବର୍ଷୀୟ ପୁଅ ସେକ ଅହମଦଙ୍କର ବିୟୋଗ ଘଟିଛି। କିଏ କହୁଛି ବେଟା ତ କିଏ କହୁଛି ଭାଇ ଜାନ ଏହି ସୋରରେ  କାନ୍ଦ ବୋବାଳୀରେ ଗାଁ ଦାଣ୍ଡ ଫାଟି ପଡୁଛି। ଏହି ଦୁଖଦ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟାଖେଳିଯାଇଛି। ଘରୁ ଯାଇଥିଲା ରୋଜଗାର କରି ଆଣିବ,ହେଲେ କିଏ ଜାଣିଥିଲା ରୋଜଗାର କରିବାକୁ ଯାଇଥିବା ପୁଅ ଆଉ ଫେରିବନି। ଖବର ନେବାରୁ ଯାହା ଜଣାଯାଏ ସୋର ଵଜାରରେ ଏକ ଚିକେନ ସେଣ୍ଟର ରେ କାମକରନ୍ତି। ଏକ ଲୁହା କେଜ୍ ଵାହାରୁ ନେଇ ଦୋକାନ ଭିତରେ ରଖୁଥିବା ସମୟରେ ଏହି କେଜ୍ ଟି ଦୋକାନ ମଧ୍ୟରେ ଥିବା ବିଦ୍ୟୁତ ତାର ସହିତ ଲାଗି ଯାଇଥିଲା। ଯାହା ଫଳରେ ସେକ ଅହମଦ ବିନା ଚପଲରେ ଦୋକାନ ଭିତରେ ଥିବାରୁ ସେ ସିଧାସଳଖ ଭାବରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲା, ଯାହାଫଳରେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ବୟାଙ୍ଗଡିହି ପଞ୍ଚାୟତରୁ ଵହୁ ଲୋକ ସୋର ଯାଇ ପ୍ରଥମେ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପାଇଵା ପରେ  ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫୩/୨୩ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଷ୍ଟମଟମ ପାଇଁ ଆମ୍ବୁଲାନ୍ସ ଦ୍ବାରା ସୋର ମେଡିକାଲକୁ ପଠାଇଥିଲେ। ସେଠାରେ ଶବ ଵ୍ୟଵଛେଦ ହେଵା ପରେ ସେହି ଆମ୍ବୁଲାନ୍ସ ମାଧ୍ୟମରେ ନିଜ ଗାଁ ଗୋଡିପୋଖରୀକୁ ଆଣି ମୁସଲିମ ରୀତିନୀତି ଅନୁସାରେ କବର ଦିଆଯାଇଛି।

Leave A Reply

Your email address will not be published.