ଖବର ଆଜିର….ତାରିଖ ୨୮/୦୮/୨୩, ସୋମବାର

୧-ଟେନିସ ତାରକା ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର।ଆଥଲେଟ ବାପି ହାଁସଦା ଓ ଭାରୋତ୍ତଳକ ଜ୍ୟୋତ୍ସ୍ନା ଶବର ଉପବିଜେତା।

୨-ଭୁବନେଶ୍ୱର:OUATରେ ଖୋଲିବ ଅତ୍ୟାଧୁନିକ ଶଲ୍ୟ ଚିକିତ୍ସା ବିଭାଗ,ICUରେ ହେବ ପ୍ରାଣୀ ଚିକିତ୍ସା।

୩-ବିଜୁ ଆଦର୍ଶ କଲୋନୀ ପାଲଟିବ ୧୦୧୦ ବସ୍ତି;ଆଜି ଭୂମିହୀନଙ୍କୁ ପଟ୍ଟା ବାଣ୍ଟିବେ ନବୀନ।

୪-ବଢୁଛି ଜେନେରିକ ଔଷଧ ବ୍ୟବହାର, ରାଜ୍ୟରେ ୪୨୫ କେନ୍ଦ୍ର, କଟକରେ ସର୍ବାଧିକ ୯୯।

୫-ଭୁବନେଶ୍ୱର:ନିଅଣ୍ଟିଆ ବର୍ଷା, ବଢ଼ିଲା ଦୁଶ୍ଚିନ୍ତା।କମିଯିବ ଧାନ ଅମଳ।

୬-କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ତେରଗାଁ :ଭାଇ ପିନ୍ଧିବ ମାଟି ରାକ୍ଷୀ, ଏହି ଟେରାକୋଟା ରାକ୍ଷୀ ତିଆରି କରି ଚର୍ଚ୍ଚାରେ ମା’ ବନଦୂର୍ଗା ପ୍ରଡ୍ୟୁସର ଗ୍ରୁପର ମହିଳାମାନେ।

୭-ଭୁବନେଶ୍ୱରରେ ଲୋକ କମ୍ ଗାଡ଼ି ଅଧିକ, ୧୦ ଲକ୍ଷ ଗାଡି ଦୈନିକ ଛାଡୁଛନ୍ତି ୬ ନିୟୁତ ଟନ୍ ଅଙ୍ଗାରକାମ୍ଳ।

୮-ବିଶ୍ବ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌: ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୫ମ ସ୍ଥାନରେ ଓଡ଼ିଆ ପୁଅ କିଶୋର।

୯-ପୁଣି ଆସୁଛି ଲଘୁଚାପ ! ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

୧୦-ମନ୍ କି ବାତରେ କିଟର ୨ କ୍ରୀଡ଼ାବିତଙ୍କ ସହ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ।

୧୧-ଦିଗପହଣ୍ଡିରେ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି କର୍ମୀ :୪ ବିଜେପି କର୍ମୀ ଆହତ।

୧୨-ଭୁବନେଶ୍ୱର ନନ୍ଦନବିହାର ଡକାୟତି ଘଟଣା: କୋଟିରୁ ଅଧିକ କ୍ୟାସ୍ ଜବତ, ୫ ଗିରଫ।

୧୩-ଭୁବନେଶ୍ୱର:ଜାଗା ମିଶନରେ ବ୍ୟାପକ ଜାଲିଆତି ! ତାତିଲେ ରାଜଧାନୀର ବସ୍ତିବାସିନ୍ଦା।

୧୪-STA କ୍ରିପ୍ଟୋ କରେନ୍ସି ମାମଲା, ୩ ଅଭିଯୁକ୍ତଙ୍କ ନାଁରେ EOWର ଲୁକଆଉଟ ସର୍କୁଲାର।

୧୫-ବାଲେଶ୍ୱର କସିମିଲା ଗାଁର ଏସଏଚଜି ମହିଳା:ମୁଢ଼ି ଦେଉଛି ରୋଜଗାର । ମାସକୁ ୧୦ କୁଇଂଟାଲ ମୁଢ଼ି ବିକ୍ରି କରୁଛନ୍ତି ମହିଳା।

&୧୬-ଗୋଲ୍ଡେନ ବାବାର ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି।*

୧୭-ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ: ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର।

୧୮-ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ, ଅନେକ ଆହତ।

୧୯-ମେରୁ ଅଂଚଳରେ କିପରି ବଦଳୁଛି ତାପମାତ୍ରା? ଚନ୍ଦ୍ରପୃଷ୍ଠରୁ ନୂଆ ତଥ୍ୟ ପଠାଇଲା ବିକ୍ରମ।

୨୦-ବୁଦାପେଷ୍ଟ:ପ୍ରଥମ ଭାରତୀୟ ଆଥ୍‌ଲେଟ୍‌ ଭାବେ ଅଲିମ୍ପିକ୍‌ ସ୍ବର୍ଣ୍ଣପଦକ ଜିତିଥିବା ନୀରଜ ପ୍ରଥମ ଭାରତୀୟ ଭାବେ ବିଶ୍ବ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ସ୍ବର୍ଣ୍ଣପଦକ ଜିତିଛନ୍ତି।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.