ଖବର ଆଜିର…ତାରିଖ ୦୧/୦୯/୨୩, ଶୁକ୍ରବାର

୧-ଭୁବନେଶ୍ୱର:୧୮ ଜିଲ୍ଲାରେ ମରୁଡି ସ୍ଥିତି, ସେପ୍ଟେମ୍ବରରେ ଭଲ ବର୍ଷା ହେଲେ ବି ସୁଧୁରିବନି ସ୍ଥିତି।

୨-ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ, ୱେବସାଇଟରେ ଉପଲବ୍ଧ ହେଉଛି ଫଳ।

୩-ଭୁବନେଶ୍ୱର:SC /ST ମେଡିକାଲ, ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ସରକାରୀ କଲେଜରେ ଫି’ ଛାଡ଼।

୪-ଆଗୁଆ ଲୋକସଭା ଭୋଟ୍! ଲୋକସଭା ଭଙ୍ଗ ଚର୍ଚ୍ଚା, ଆଗୁଆ ପାଇଁ ଓଡ଼ିଶା ବି ପ୍ରସ୍ତୁତ।

୫-୩୦ଟି ଜିଲ୍ଲା ଗସ୍ତ ଶେଷ କରିବାକୁ ଯାଉଛନ୍ତି ଫାଇଭ ଟି ସଚିବ, ଯାଜପୁର ଜିଲ୍ଲା ସରିଲେ ଶେଷ ହେବ କାର୍ଯ୍ୟକ୍ରମ।

୬-ଭୁବନେଶ୍ୱର: ଛାତ୍ରଙ୍କ ପେଟରେ ଭୁଜାଲି ଭୁସିଲା ସହପାଠୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।

୭-ବଲାଙ୍ଗୀର ସହରରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ଉଭୟ ଗୋଷ୍ଠୀର ୩ ଗୁରୁତର।

୮-ବାରିପଦା: ଆଦାନୀ କିସ୍ ଆବାସିକ ବିଦ୍ୟାଳୟରେ ବିଶ୍ଵ ସଂସ୍କୃତ ଦିବସ ପାଳିତ, ଆଦିବାସୀ ଛାତ୍ରୀମାନେ ସୁନ୍ଦର ବକ୍ତବ୍ୟ ରଖଲେ।

୯-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ : ସେପ୍ଟେମ୍ୱର ୨ ତାରିଖରୁ ବର୍ଷା ସମ୍ଭାବନା।

୧୦-ମାହାଙ୍ଗା:ପରଟାରେ ଜଗା କାଳିଆର ମୁହଁ, ଖାଇବା ବଦଳରେ ପୂଜା କରୁଛନ୍ତି ଲୋକେ।

୧୧-ସେପ୍ଟେମ୍ବର ୨୧ ରେ ବାଚସ୍ପତି ନିର୍ବାଚନ, ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ।

୧୨-ରାଜନଗର:ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଲା କୁମ୍ଭୀର, ମଇଁଷି ଚରାଳିକୁ ଖୋଜୁଛନ୍ତି ଗାଁ ଲୋକ।

୧୩-ଆଧାର ଯୁକ୍ତ ଜନ୍ମ ପଞ୍ଜିକରଣ – ନାଗାଲାଣ୍ଡ ହେଲା ପ୍ରଥମ ରାଜ୍ୟ।

୧୪-‘X’ରେ ହେଲା ବଡ଼ ପରିବର୍ତ୍ତନ, ବିନା ନମ୍ବରରେ କରିହେବ କଲ୍-ଭିଡିଓ କଲ୍।

୧୫-ଗଞ୍ଜାମ: ସମୁଦ୍ରରେ ଡ଼ଙ୍ଗା ଓଲଟି ୮ ମତ୍ସ୍ୟଜୀବୀ ଆହତ।

୧୬-ନେମାଳରେ ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ।

୧୭-୧୮ରୁ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ; ଟ୍ୱିଟ୍‌ ଯୋଗେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସୂଚନା।

୧୮-ରେଳବାଇ ବୋର୍ଡର ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ଜୟା ବର୍ମା ସିହ୍ନା।

୧୯-ଦକ୍ଷିଣ ଆଫ୍ରିକାର ୫ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ, ୭୩ ମୃତ।

୨୦-ଅସଲଙ୍କା ଓ ସମରବିକ୍ରମାଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ, ବାଂଲାଦେଶକୁ ୫ ଓ୍ଵିକେଟ୍‌ରେ ହରାଇଲା ଶ୍ରୀଲଙ୍କା।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.