ସକାଳର ଖବର, ୧-ସେପ୍ଟେମ୍ବର-୨୦୨୩, ଶୁକ୍ରବାର


୧-ଶ୍ରୀମନ୍ଦିରେ ପୁଣିଥରେ ଆରମ୍ଭ ହେବ ପରିମାଣିକ ଦର୍ଶନ ବ୍ୟବସ୍ଥା l ଟିକେଟ କିଣିଥିବା ବ୍ୟକ୍ତି ନିର୍ଦ୍ଧିଷ୍ଟ ସମୟରେ ଜଗମୋହନ ଭ଼ିତରକାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କର଼ିପାର଼ିବେ । ସେପଟେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଆଗ୍ରହୀ ବ୍ୟକ୍ତିମାନେ ଟିକଟ କିଣି ଗଣ୍ଡିଚା ମନ୍ଦିର ଭିତର ପରିଦର୍ଶନ କରିପାରିବେ l

➡️୨-BSE ପ୍ରକାଶ କଲା ୨୦୨୨ OTET ପରୀକ୍ଷା ଫଳ l www.bseodisha.ac.in ରେ ପରୀକ୍ଷାର୍ଥୀ ନିଜ ରେଜଲ୍ଟ ଦେଖିପାରିବେ ।

➡️୩-ଜାରି ହେଲା ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର (GDP) । ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ରହିଛି ୭.୮ % l

➡️୪-ଛତିଶଗଡ଼ର ରାଜଧାନୀ ରାୟପୁରର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l

➡️୫-ଜୟା ବର୍ମା ସିହ୍ନା ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷା ଭାବେ ହେଲେ ନିଯୁକ୍ତ l ଏହି ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା।

➡️୬-ଏଲନ ମସ୍କଙ୍କ ବଡ଼ ଘୋଷଣା, ଏଣିକି ଟ୍ୱିଟରରେ ମିଳିବ ଅଡିଓ ଏବଂ ଭିଡିଓ କଲିଂ ଫିଚର l

➡️୭-ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ନିଜର ୩୦ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ କଲେ ଶେଷ

➡️୮-ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଆସିଲେ ଦୁଇଟି ନୂଆ ଅତିଥି l ହାଇଦ୍ରାବାଦରୁ ହଳେ ଗୋଲଡେନ୍ ହ୍ୟାଣ୍ଡ୍ ତାମରିନ୍ ଓ ହଳେ ଗୁଣ୍ଡୁଚିମାଙ୍କଡ କ୍ରୟ କରି ନନ୍ଦନକାନନ କର୍ତୁପକ୍ଷ ଆଣିଲେ l

➡️୯-ଗ୍ୟାସ ପରେ ଏବେ କମିବ ପେଟ୍ରୋଲ-ଡିଜେଲ୍ ଦର ! ସେପ୍ଟେମ୍ବର ମାସରେ କମିବା ନେଇ ହେଲା ଆକଳନ l

➡️୧୦-ରିଲିଜ ହେଲା ଶାହାରୁଖଙ୍କ ଯବାନ ସିନେମାର ଟ୍ରେଲର, ସେପ୍ଟେମ୍ବର ୩ ତାରିଖରେ କରିବ ମୁକ୍ତିଲାଭ l ରିଲିଜର ମାତ୍ର ୬ ଘଂଟାରେ ୮୦ ଲକ୍ଷରୁ ଅଧିକ ଦର୍ଶକ ଟ୍ରେଲରକୁ ଦେଖିସାରିଲେଣି ।

➡️୧୧-ଆସନ୍ତା ମାସ(ସେପ୍ଟେମ୍ବର) ୧୮ରୁ ବସିବ ସଂସଦର ସ୍ବତନ୍ତ୍ର ଅଧିବେଶନ l ଏହି ସ୍ବତନ୍ତ୍ର ଅଧିବେଶନ ୧୮ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ l

➡️୧୨-ମୁମ୍ବାଇରେ ଆରମ୍ଭ ହେଲା ‘ଇଣ୍ଡିଆ’ ମେଣ୍ଟର ବୈଠକ, ଯୋଗ ଦେଲେ ୨୮ଟି ଦଳ l

➡️୧୩-ଆଦାନୀ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ପୁଣିଥରେ ଟାର୍ଗେଟ୍ କଲେ ରାହୁଲ l କହିଲେ ମୋଦୀ ଏହା ସ୍ପଷ୍ଟ କରନ୍ତୁ ଯେ, ଓସିସିଆରପିର ଅଭିଯୋଗରେ ତାଙ୍କ ନାଁ କିପରି ରହିଛି l

➡️୧୪-ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ବର ପାତ୍ରଙ୍କୁ ଜାମିନ ମଞ୍ଜୁର କଲେ ହାଇକୋର୍ଟ l

➡️୧୫-ଆଗାମୀ ନିର୍ବାଚନକୁ ଆଖିରେ ରଖି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁପର ଷ୍ଟ୍ରାଟେଜି କରିବ ଓଡିଶା କଂଗ୍ରେସ । ଆସନ୍ତା ମାସ ପ୍ରଥମାର୍ଦ୍ଧରେ ହେବ କଂଗ୍ରେସର ବଡ ଧରଣର ମିଶ୍ରଣ ପର୍ବ l ଯୋଗଦେବେ ନେତା ଓ ଅବସରପ୍ରାପ୍ତ ବାବୁ l

➡️୧୬-ସେପ୍ଟେମ୍ବର ୯ରୁ ଆରମ୍ଭ ହେଉଥିବା ଜି-୨୦ସମ୍ମିଳନୀ କୁ ପୁଟିନଙ୍କ ଭଳି ଜିନ୍ ପିଙ୍ଗ୍ ବି ଆସିବେନି, ମାନଚିତ୍ର ବିବାଦ ନେଇ ବଦଳିଲା ମୁଡ୍ l

➡️୧୭-ଆମେରିକାର ଫ୍ଲୋରିଡାରେ ଭୟଙ୍କର ଝଡ଼ ତୋଫାନ l ସମୁଦ୍ରରେ ୧୫ ଫୁଟରୁ ଅଧିକ ଉଚ୍ଚ ଜୁଆର ଉଠିବା ସହିତ ୨୦୦ କିଲୋମିଟରରୁ ଅଧିକ ବେଗରେ ବୋହିଲା ପବନ l

➡️୧୮-ନିଜ ବେତନରେ ଖୁସି ନୁହନ୍ତି ପାକିସ୍ତାନ ରାଷ୍ଟ୍ରପତି, ଦାବି କଲେ ମାସିକ ୧୨ଲକ୍ଷ ଟଙ୍କା ଦରମା l

➡️୧୯-ମୁକେଶ ଅମ୍ବାନୀଙ୍କ କମ୍ପାନୀ କିଣିଲା ବିସିସିଆଇର ମିଡିଆ ରାଇଟସ୍ । ଏବେ ଭାୟାକମ-୧୮ ଚ୍ୟାନେଲରେ ଆପଣ ଦେଖିପାରିବେ ଭାରତୀୟ ଟିମର ଘରୋଇ ମ୍ୟାଚ୍ l

➡️୨୦-ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଅନଲାଇନ ଗେମିଙ୍ଗ ବିଜ୍ଞାପନକୁ ନେଇ ଉପୁଜିଲା ବିବାଦ, ଘର ଆଗରେ ବିକ୍ଷୋଭ କଲେ ବିଧାୟକଙ୍କ ସମର୍ଥକ l
➡️୨୧-ଏସିଆ କପ୍‌: ବାଂଲାଦେଶକୁ ୫ୱିକେଟ୍‌ରେ ହରାଇଲା ଶ୍ରୀଲଙ୍କା l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ବିଶ୍ୱ ଚିଠି ଲେଖିବା ଦିବସ ll
🔅ଆଜି ଜାତୀୟ ପୁଷ୍ଟିକର ସପ୍ତାହ
01 ରୁ 07 ସେପ୍ଟେମ୍ବର ll
🔅ଆଜି ଜାତୀୟ ଶିଶୁ ଚୋରି ସଚେତନତା ଦିବସ ll
🔅ଆଜି ଜାତୀୟ ଅଳସୁଆ ମାତୃ ଦିବସ ll
🔅ଆଜି ଜାତୀୟ ଖାଦ୍ୟ ବ୍ୟାଙ୍କ ଦିବସ ll
🔅ଆଜି ଉଜବେକିସ୍ତାନ ସ୍ୱାଧୀନତା ଦିବସ ll

ବି. ଦ୍ର : ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ଆପଣଙ୍କର ନିଜର ଲୋକଙ୍କୁ ସମସ୍ୟା ଜଣାନ୍ତୁ, ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ବା ଟେଲିମାନସ ନମ୍ବର ୧୪୪୧୬ରେ ଯୋଗାଯୋଗ କରନ୍ତୁ, ଜନହିତରେ ଜାରି ll

    ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
          ll ଶୁଭ ସକାଳ,ସୁପ୍ରଭାତ ll
Leave A Reply

Your email address will not be published.