ଖବର ଆଜିର….ତାରିଖ ୦୫/୦୯/୨୩, ମଙ୍ଗଳବାର
୧-ଗୁରୁଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩: ସମ୍ମାନିତ ହେବେ ଭଦ୍ରକ ଜିଲ୍ଲା କେନ୍ଦୁଆପଡା ହାଇସ୍କୁଲ ଶିକ୍ଷକ ଶଶି ଶେଖର କରଶର୍ମା ଏବଂ ଜଗତସିଂହପୁର ବୃନ୍ଦାବନ ସରକାରୀ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ।
୨-ଜଟଣୀ ITI ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଓ ରାଜଭବନ ପାଖ ସରକାରୀ ITI ପ୍ରଶିକ୍ଷଣ ଅଧିକାରୀ ସୁନିତା ସିଂହ ମଧ୍ୟ ସମ୍ମାନିତ ହେବେ ଆଜି।
୩-ଭୁବନେଶ୍ୱର:ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ତୁହା କୁ ତୁହା ବର୍ଷା। ୨୪ ଘଣ୍ଟାରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଚି ପାଣିପାଗ ବିଭାଗ।
୪-କଟକ: ଅକ୍ଟୋବରକୁ ଘୁଞ୍ଚିବ ଦଶମ ଷାଣ୍ମାସିକ ପରୀକ୍ଷା। ଖୁବ୍ ଶୀଘ୍ର ପ୍ରକାଶ ପାଇବ ସୂଚୀ।
୫-କଟକ ବୋର୍ଡ଼ ଅଫିସ୍ ଘେରିଲେ ଶହ ଶହ ଓଟିଇଟି ପରୀକ୍ଷାର୍ଥୀ, ପ୍ରଶ୍ନପତ୍ର ତ୍ରୁଟି ଓ ରେଜଲ୍ଟ ପ୍ରକାଶନରେ ଅସନ୍ତୁଷ୍ଟ ହୋଇ କଲେ ବିକ୍ଷୋଭ।
୬-ଜାଗା ମିଶନ ନେଇ ବଡ ଘୋଷଣା, ୬ ମାସରେ ୬ କିସ୍ତିରେ ଦେବାକୁ ପଡିବ ପ୍ରିମିୟମ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା।
୭-ନିର୍ବାଚନ ପାଇଁ ବିଜେଡିର ମାନସମନ୍ଥନ: ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର।
୮-ରାୟଗଡ଼ା:ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ, ଆତଙ୍କିତ ହୋଇ ଦୌଡ଼ିଲେ ଲୋକେ।
୯-କଟକ:ରକ୍ତ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୪ କର୍ମଚାରୀ ନିଲମ୍ବିତ।
୧୦-ଭୁବନେଶ୍ୱର:ଇଣ୍ଡିଗୋ ବିମାନର ଜରୁରୀ ଅବତରଣ,ବର୍ତିଲେ ୧୮୦ରୁ ଉର୍ଦ୍ଧ୍ବ ଯାତ୍ରୀ।
୧୧-ସୋନପୁର:ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ: ଠିକା ସଂସ୍ଥା କାର୍ଯ୍ୟାଳୟରେ ଭିଜିଲନ୍ସ ରେଡ଼୍।
୧୨-ଭୁବନେଶ୍ୱର:ଦ୍ଵୈତ ନଗରୀରେ ଭାରୀଯାନ ପ୍ରବେଶ କଟକଣା, ସନ୍ଧ୍ୟା ୫ରୁ ସାଢ଼େ ୭ଟା ପଶିବନି ଟ୍ରକ୍।
୧୩-ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ହେବ ବିଶ୍ବର ହବ୍, ମେଟା ସହ ଦକ୍ଷତା ବିକାଶ ବିଭାଗର ସଂସ୍ଥା ନିସବଡ ସହ ବୁଝାମଣାପତ୍ର ସ୍ବାକ୍ଷରିତ।
୧୪-ଆନୁଷ୍ଠାନିକ ଭାବେ କଂଗ୍ରେସରେ ମିଶିଲେ ହକି ତାରକା ପ୍ରବୋଧ ତିର୍କୀ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ।
୧୫-ଜଟଣୀ ଖାସମାହଲ ଜମି ସମସ୍ୟାର ହେବ ସମାଧାନ, ଲୋକଙ୍କୁ ମିଳିବ ଜମି ପଟ୍ଟା।
୧୬-ଇତିହାସ ରଚିଲା ଶାହରୁଖଙ୍କ ଫିଲ୍ମ ଯବାନ, ରିଲିଜ୍ ପୂର୍ବରୁ ୧୭ କୋଟିରୁ ଅଧିକ ଆୟ, ଭାଙ୍ଗିବ ଗଦର-୨ ରେକର୍ଡ।
୧୭-କରୋନା କାଳରେ ମାଲାମାଲ ରାଜନୈତିକ ଦଳ । ଏଡିଆର୍ ରିପୋର୍ଟ ଅନୁସାରେ,୨୦୨୧-୨୨ରେ ୮ ଦଳର ସମ୍ପତିର ମୂଲ୍ୟ ବଢି ହୋଇଛି ୮ହଜାର ୮୨୯ କୋଟି।
୧୮-ଆଗ୍ରା:ସାର୍…ବୋହୂ ଗୁଟ୍ଖା ଖାଉଛି, ଘରର ଏଠିସେଠି ଛେପ ପକାଉଛି; ଅଭିଯୋଗ ନେଇ ଶାଶୁ ଥାନାର ଦ୍ୱାରସ୍ଥ।
୧୯-ଅନଲାଇନ୍ ପଞ୍ଜି ସ୍କାମ: ୩ ଚାଇନିଜ ଠକ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି।
୨୦-ପାଲେକେଲେ: ନେପାଳକୁ ୧୦ ଓ୍ବିକେଟରେ ହରାଇ ସୁପର ୪ ରେ ଭାରତ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏
. 🙏🌹 Happy Teacher’s Day 🌹🙏