ଖବର ଆଜିର…ତାରିଖ ୦୬/୦୯/୨୦୨୩ ବୁଧବାର
୧- ବିଶ୍ୱକପ ଜର୍ସିରେ ଇଣ୍ଡିଆ ନୁହେଁ ଭାରତ ଲେଖାଯାଉ: ବୀରେନ୍ଦ୍ର ସେହ୍ଵାଗ।
୨- କ୍ଷେତରେ ଧାନ ତଳି ରୋଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର : ‘ମୋ ମାଟି, ମୋ ଦେଶ’ ଅଭିଯାନରେ ଅମୃତ କଳସରେ କଲେ ମାଟି ସଂଗ୍ରହ।
୩- ଆଇସିସି ବିଶ୍ୱକପ୍ ୨୦୨୩: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ‘ଗୋଲେ୍ଡନ୍ ଟିକେଟ୍’ ପ୍ରଦାନ କଲେ ବିସିସିଆଇ ସଚିବ ଜୟ ଶାହା।
୪- କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଟିମ୍ ଘୋଷଣା କଲେ ମୁଖ୍ୟ ଚୟନକର୍ତା ଅଜିତ ଅଗରକର।
୫- ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଶାହାରୁଖ ଖାନଙ୍କ ଆଗାମୀ ସିନେମା ଯବାନ। ମୁକ୍ତିଲାଭର ପ୍ରଥମ ଦିନ ପ୍ରଥମ ଶୋ ପାଇଁ ଲକ୍ଷ ଟିକେଟର ଆଡଭାନ୍ସ ବୁକିଂ।
୬- ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର 5 ଛାତ୍ରଛାତ୍ରୀ।
୭- ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ବଢୁଛି ବିବାଦ।ବିିଭିନ୍ନ କ୍ଷେତ୍ରର ୨୨୬ଜଣ ବିିଶିଷ୍ଟ ବ୍ୟକ୍ତି ଚିଠି ଲେଖି ଲୋଡିଲେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ।
୮- ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ମହଙ୍ଗା ପ୍ରଭାବକୁ ନେଇ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରସ୍ତୁତ ରହିଛି । ସେମାନେ କହିଛନ୍ତି ଯେ, ସବୁଜ ପନିପରିବା ଦରରେ ବୃଦ୍ଧି ହେତୁ ଜୁଲାଇ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତରେ ପହଁଚିଛି, କିନ୍ତୁ ବର୍ତ୍ତମାନ ପନିପାରିବା ଦର ହ୍ରାସ ପାଇବାରେ ଲାଗିଛି।
୯- ଗୁରୁ ଦିବସରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ।
୧୦- ଜି-୨୦ ରାତ୍ରିଭୋଜନ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାକୁ ନେଇ ବିବାଦ, ବିରୋଧୀଙ୍କ କେନ୍ଦ୍ରକୁ ସମାଲୋଚନା।
୧୧- ଚନ୍ଦ୍ରାୟାନ-୩ର ସଫଳତାକୁ ନେଇ ‘ମହାକ୍ୱିଜ ପ୍ରତିଯୋଗିତା’ର ଘୋଷଣା କଲେ କେନ୍ଦ୍ର ସରକାର।
୧୨- ଭାରତୀୟ ଖେଳାଳିଙ୍କ ଜର୍ସିରେ ନାଁ ବଦଳାଇବାକୁ ଅପିଲ୍ : ‘ଇଣ୍ଡିଆ’ ସ୍ଥାନରେ ‘ଭାରତ’ ଲେଖିବାକୁ ସେହୱାଗଙ୍କ ଅପିଲ ।
୧୩- ସୂର୍ଯ୍ୟ ଅଭିମୂଖେ ଆଗେଇ ଚାଲିଲା ଭାରତର ଆଦିତ୍ୟ ଏଲ୍୧ ।
୧୪- ଅକ୍ଟୋବର ୧ରୁ ସିମ୍ କାର୍ଡ ପାଇଁ ନୂଆ ନିୟମ: ଅଣ ପଞ୍ଜୀକୃତ ସିମ୍ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା।
୧୫- ଉପରାଷ୍ଟ୍ରପତିଙ୍କ ଟିପ୍ପଣୀକୁ ନେଇ ଚର୍ଚ୍ଚା, ସ୍ବତନ୍ତ୍ର ଅଧିବେଶନରେ ଆସିପାରେ ମହିଳା ସଂରକ୍ଷଣ ବିଲ୍।
୧୬- ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍ଘାଟିତ: ମନମୋହିଲା ଓଡ଼ିଶୀ ନୃତ୍ୟ-ବେହେଲା ବାଦନର ଯୁଗଳବନ୍ଦୀ।
୧୭- ‘ଜାତୀୟ ଶିକ୍ଷକ ପୁରସ୍କାର -୨୦୨୩’ ପ୍ରଦାନ କଲେ ରାଷ୍ଟ୍ରପତି।
. 🙏 ସୁପ୍ରଭାତ ,ଶୁଭ ସକାଳ 🙏