ଖବର ଆଜିର…ତାରିଖ ୦୭/୦୯/୨୩, ଗୁରୁବାର
୧-ଇଗ୍ନୋ ପକ୍ଷରୁ ଜ୍ୟୋତିଷ ଓ ସଂସ୍କୃତ ପାଠ୍ୟକ୍ରମ ଆରମ୍ଭ, ପୁରୀ ସ୍ଥିତ ସଦାଶିବ କ୍ୟାମ୍ପସରେ ମିଳିବ ଶିକ୍ଷା,୧୦ ପର୍ଯ୍ୟନ୍ତ ଆବେଦନ।
୨-ଭୁବନେଶ୍ୱର: ବ୍ୟାପୁଛି ଭାଇରାଲ ଜର, କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩୦୦ ପୀଡ଼ିତ ଶିଶୁ ।
୩-ନବୀନଙ୍କୁ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ବର୍ଷା ବିପର୍ଯ୍ୟୟ ପାଇଁ ଦେଇଥିଲେ ୫କୋଟି ସହାୟତା।
୪-ଭୁବନେଶ୍ୱର:ପୂଜାରେ ମାଇକ୍ ବଜାଇଲେ ଦିନକୁ ୨୦୦, ଲାଇସେନ୍ସ ପାଇଁ ଦୈ।ଡିବାକୁ ପଡୁଛି ବାରଦୁଆର।
୫-ଭୁବନେଶ୍ୱର:ମିଲେଟ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର ଓ ଚାଷକୁ ଦିଆଯିବ ପ୍ରୋତ୍ସାହନ, ନଭେମ୍ବର ୯ ଓ ୧୦ରେ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ।
୬-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ରାଜ୍ୟରେ ତୁହା କୁ ତୁହା ବର୍ଷା, ୧୫ ଜିଲ୍ଲାକୁ ଆଲର୍ଟ ଜାରି।
୭-ମାର୍ଶାଘାଇ:ଲୁଣା ନଦୀରେ କୁମ୍ଭୀର ଆତଙ୍କ, ଗାଧୋଇବା ବେଳେ କଲା ଆକ୍ରମଣ।
୮-ସୁନ୍ଦରଗଡ଼: ମହାବୀର ପାହାଡ଼ରେ ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ ଅଛନ୍ତି ଅଞ୍ଚଳବାସୀ।
୯-କଟକ: ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ କଲେ ପୂଜା କମିଟି।
୧୦-କଟକରେ ଫାୟାରିଂ, ଫାଙ୍କା ଗୁଳି କରି ଲୁଟିନେଲେ ଟଙ୍କା ଓ ସୁନା ଗହଣା।
୧୧-ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମାଟି ଅନୁକୁଳ,ଶାରଦୀୟ ଦୁର୍ଗାପୂଜା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି।
୧୨-କଣ୍ଟାବାଞ୍ଜି:ମୃଦୁ ପାନୀୟରେ ନିଶା ଦେଇ ଲୁଟ, ଅଚେତ ଅବସ୍ଥାରେ ଷ୍ଟେସନରୁ ୩ ଛାତ୍ର ଉଦ୍ଧାର, ଜଣେ ନିଖୋଜ।
୧୩-ଦେଶରେ ବଢିବନି ଖାଇବା ତେଲ ଦାମ୍, ପାର୍ବଣରେ ଶସ୍ତାରେ ମିଳିବ ତେଲ।
୧୪-ଗଣେଶ ପୂଜାରୁ ହେବ ନୂଆ ସଂସଦ ଭବନ ଶୁଭାରମ୍ଭ । ୧୮ ତାରିଖରେ ପୁରୁଣା ସଂସଦ ଭବନରେ ଚାଲିବ ସ୍ୱତନ୍ତ୍ର ଅଧିବେଶନ।
୧୫-ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ଦିଲ୍ଲୀ । ଜଳ, ସ୍ଥଳ, ଆକାଶପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା।
୧୬-ଚଳଚିତ୍ର ‘ଯବାନ’ ପାଇଁ ମିଳୁନି ଟିକେଟ୍ । ହାଉସଫୁଲ ରହିଛି ସିନେମାଘର, ବିକ୍ରି ସରିଲାଣି ସାଢେ ୭ ଲକ୍ଷ ଟିକେଟ୍।
୧୭-ନୂଆଦିଲ୍ଲୀ:ସ୍ବତନ୍ତ୍ର ଅଧିବେଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ୯ ପ୍ରସ୍ତାବ।
୧୮-ଚନ୍ଦ୍ରପୃଷ୍ଠରରେ ବିକ୍ରମର ଫଟୋ ଉଠାଇଲା ଆମେରିକା ସ୍ପେଶ ଏଜେନ୍ସି । ଦକ୍ଷିଣ ମେରୁରରେ ଲ୍ୟାଣ୍ଡର ବିକ୍ରମ ଅବତରଣ ସମୟର ଫଟୋ କଏଦ।
୧୯- ଇସଲାମାବାଦ୍ : ପାକିସ୍ତାନର ଏକାଧିକ ଗାଁ ଅକ୍ତିଆର କଲା ତାଲିବାନ।
୨୦-ଲାହୋର:ବାଂଲାଦେଶକୁ ସହଜରେ ହରାଇଲା ପାକିସ୍ତାନ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏