ଖବର ଆଜିର….ତାରିଖ ୦୮/୦୯/୨୩, ଶୁକ୍ରବାର
୧-ଅକ୍ଟୋବର ୪ରୁ ଦଶମ ଷାଣ୍ମାସିକ ପରୀକ୍ଷା, ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ଼।
୨-୧୬ ତାରିଖରେ ଉଦଘାଟିତ ହେବ କଟକର ନେତାଜୀ ବସ ଟର୍ମିନାଲ, ମୋଟ ୧୫ଟି ପ୍ରକଳ୍ପର ହେବ ଶୁଭାରମ୍ଭ।
୩-ନୂଆଁଖାଇ ପାଇଁ ବାହାରିଲା ଲଗ୍ନ, ସେପ୍ଟେମ୍ବର ୨୦ ତାରିଖ ସକାଳ ୧୦ଟା ୨୭ରୁ ୧୦ଟା୪୨ ମଧ୍ୟରେ ମା’ ସମଲେଶ୍ବରୀଙ୍କ ନିକଟରେ ହେବ ନବାନ୍ନଲାଗି।
୪-ତାଳବଣିଆ ଲେଭଲ କ୍ରସିଂ:ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ ଯୁବତୀ, ପାଖରେ ପଡିଥିବା ପରିଚୟ ପତ୍ରରୁ ମିଳିଛି ଠିକଣା।
୫-ପୁଣି ସାରଥୀଙ୍କୁ ନେଇ ଚର୍ଚ୍ଚା, ବାରିମୂଳ ଆଶ୍ରମରେ ଭକ୍ତମାନେ କଲେ ପୂଜାର୍ଚ୍ଚନା।
୬-ଅସରାଏ ବର୍ଷାରେ ଉବୁଟୁବୁ ଟ୍ୱିନ୍ ସିଟି: ପ୍ରବଳ ବର୍ଷା ସମ୍ଭାବନା ନେଇ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି।
୭-ଆଳି:ଏପଟେ ବାହାଘର, ସେପଟେ ଶୁଦ୍ଧିକ୍ରିୟା, ପ୍ରେମ ବିବାହକୁ ବିରୋଧ କରି ଶୁଦ୍ଧି ହେଲେ ଝିଅର ବାପଘର ଲୋକ।
୮-ସାଇବର ସଚେତନ କାର୍ଯ୍ୟକ୍ରମରେ ସାମିଲ ହେବେ ଅଙ୍ଗନବାଡି କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀ, ଗଡ଼ିବ ୩୪ଟି ସଚେତନତା ରଥ।
୯-କେନ୍ଦୁଝର:ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା, ପୀଡିତାଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ ନିର୍ଦ୍ଦେଶ।
୧୦-କଟକ ଭିଜିଲାନ୍ସ ଜାଲରେ ASI ସୁଦୀପ୍ତ ଦାଶ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ।
୧୧-ପୁଣି ବଢ଼ିଲା ଆଧାର କାର୍ଡ ଅପଡେଟ୍ ସମୟସୀମା।ଡିସେମ୍ବର ୧୪ ସୁଦ୍ଧା ମାଇଁ ଆଧାର ପୋର୍ଟାଲ ମାଧ୍ୟମରେ ମାଗଣାରେ ଆଧାର ଅପଡେଟ କରିପାରିବେ।
୧୨-ନୂଆ ଦିଲ୍ଲୀ:ଜି-୨୦ ହେବ ଜି-୨୧ : ମିଶିବ ଆଫ୍ରିକୀୟ ସଂଘ।
୧୩-ଆନ୍ଧ୍ରପ୍ରଦେଶରେ ବିଲାତି କିଲୋ ୪ଟଙ୍କା ; ରାସ୍ତାରେ ଫିଙ୍ଗୁଛନ୍ତି ଚାଷୀ।
୧୪-ପୃଥିବୀ ଓ ଚନ୍ଦ୍ରର ଚମତ୍କାର ଫଟୋ ଉଠାଇଲା ‘ଆଦିତ୍ୟ-ଏଲ୧’, ଫଟୋ ଶେୟାର କଲା ଇସ୍ରୋ।
୧୫-ନୂଆ ଦିଲ୍ଲୀ:ରବିବାର ଭାରତ-ପାକିସ୍ଥାନ ସୁପର ୪ ମୁକାବିଲା।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏