କୁଡୁମି ଏକତା ମଞ୍ଚର ମୟୂରଭଞ୍ଜ ବନ୍ଦ ଡାକରା ସଫଳ

ବାରିପଦା:- ତା ୨୦୵୦୯୵୨୦୨୩ ରିଖ କୁଡୁମି ଏକତା ମଞ୍ଚ, ଓଡିଶାର ଆହ୍ଵାନ କ୍ରମେ ମୟୂରଭଞ୍ଜ ବନ୍ଦ ଡାକରାକୁ ଅଭୂତପୂର୍ବ ସଫଳତା ମିଳିଛି। କୁଡୁମିଙ୍କୁ ଅନୁସୂଚୀତ ଜନଜାତିର ପୁନଃ ଅନ୍ତର୍ଗତ କରିବା ଦାବୀରେ ଏ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦ ବେଳେ ବିଶେଷ କରି ରେଳ ଓ ଜାତୀୟ ରାଜପଥ ଅବରୋଧ ଉପରେ ଗୁରୁତ୍ଵ ଦିଆଯାଇଥିଲା। ବାରିପଦାର ଭଞ୍ଜପୁର ରେଳ ଷ୍ଟେସନଠାରେ ବିକ୍ଷୋଭକାରୀ ମାନେ ଦୀର୍ଘ ସମୟ ଧରି ରେଳ ଧାରଣା ଉପରେ ବସି ରେଳ ଯାତାୟତକୁ ଅବରୋଧ କରିଥିଲେ। ଫଳରେ ସ୍ୱାଭାବିକ ରେଳ ଯାତାୟତ ଦୀର୍ଘ ସମୟ ଧରି ବାଧାପ୍ରାପ୍ତ ହୋଇଥିଲା। ବିକ୍ଷୋଭକାରୀ ମାନେ ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଥିଲେ। କେତେକ ବିକ୍ଷୋଭକାରୀ ପାରମ୍ପରିକ ବାଦ୍ୟ ଯନ୍ତ୍ର ମାଦଳ ଓ ଧୁମସା ବଜାଇ ଝୁମର ନାଚିବାର ଦେଖାଯାଇ ଥିଲା।କୁଡୁମିମାନେ ଦୀର୍ଘବର୍ଷ ଧରି ପୁନଃ ଅନୁସୂଚିତ ଜନଜାତିର ଅନ୍ତର୍ଗତ ହେବା ପାଇଁ ଆନ୍ଦୋଳନ କରିଆସୁଛନ୍ତି। ବାରମ୍ବାର ଦାବି କରିବା ସତ୍ତ୍ବେ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ ନକରିବା ଯୋଗୁଁ କୁଡୁମି ସମ୍ପ୍ରଦାୟ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ରହିଛି। ଅତୀତରେ ବିଭିନ୍ନ ରାଜନୈତିକ ଦଳ ଏ ବାବଦରେ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ରାଜ୍ୟ ସରକାର ମଧ୍ଯ ଅନେକ ପ୍ରକାରର ପ୍ରତିଶୃତି ଦେଇ ରକ୍ଷା କରିନାହାଁନ୍ତି। ତେଣୁ ଦାବୀ ହାସଲ ପାଇଁ ଆନ୍ଦୋଳନ ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ ବୋଲି ଆନ୍ଦୋଳନକାରୀଙ୍କ ତରଫରୁ କୁହାଯାଇଛି। ନିକଟରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କ ଜରିଆରେ ସର୍ଭେ ରିପୋର୍ଟ ମାଗିଛନ୍ତି କୁଡୁମିମାନଙ୍କ ଆଦିବାସୀ ଚରିତ୍ର ସମ୍ବନ୍ଧରେ। ସରକାର ଏ ପଦକ୍ଷେପ ବହୁ ବିଳମ୍ବରେ ନେଇଛନ୍ତି। ରାଜ୍ୟ ସରକାର ଯଦି ପ୍ରକୃତରେ ଏ ବିଷୟକୁ ଗମ୍ଭୀରତାର ସହିତ ନେଇଛନ୍ତି ତେବେ ଆଗାମୀ ନିର୍ବାଚନ ପୂର୍ବରୁ କୁଡୁମିଙ୍କୁ ଏସଟିର ଅନ୍ତର୍ଗତ କରିବା ପାଇଁ କେନ୍ଦ୍ରକୁ ସୁପାରିସ କରନ୍ତୁ। ଏହା ନକଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କୁହାଯାଇଛି। ନିଜର ନାର୍ଯ୍ୟ ଦାବୀ ହାସଲ ପାଇଁ ଓଡିଶାରେ କୁଡୁମିମାନେ ରାଜନୈତିକ ସିଦ୍ଧାନ୍ତ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି। କୁଡୁମିମାନଙ୍କୁ ପ୍ରତାରିତ କରିବା ପାଇଁ ଆଉ ସୁଯୋଗ ଦିଆଯିବ ନାହିଁ ବୋଲି ସୂଚାଇ ଦିଆଯାଇଛି। 

      ବିଭିନ୍ନ କୁଡୁମି ସଂଗଠନକୁ ନେଇ ଗଠିତ କୁଡୁମି ଏକତା ମଞ୍ଚର ଆବାହକ ତଥା ରାଜ୍ୟ ଆଦିବାସୀ କୁଡୁମି ସମାଜର ସଭାପତି ଶ୍ରୀ ମନୋଜ ମହାନ୍ତ, ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତ ଓ ରାଜ୍ୟ ସଂଯୋଜକ ସଞ୍ଜୀବ ମହାନ୍ତ, କୁଡୁମାଲୀ କଲଚୁରାଲ ଏସୋସିଏସନର ସଭାପତି ଡ. ଭକ୍ତହରି ମହାନ୍ତ ଓ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତ, କୁଡୁମି-ମହାନ୍ତ ମହାସଭାର ସଭାପତି ଗୋପବନ୍ଧୁ ମହାନ୍ତ, ସମ୍ପାଦକ ବସନ୍ତ ମହାନ୍ତ ଓ କୋଷାଧକ୍ଷ ଛୋଟଲାଲ ମହାନ୍ତ, ଓଡିଶା କୁଡୁମି ସେନାର ଜିଲ୍ଲା ସଭାପତି ଦୁର୍ଗା ମହାନ୍ତ, କୁଡୁମି ଯୁବ ଛାତ୍ର ସଂଗଠନର ସଭାପତି ପୂର୍ଣ୍ଣ ମହାନ୍ତ ଓ ସମ୍ପାଦକ ଧର୍ମେନ୍ଦ୍ର ମହାନ୍ତ, କୃପାସିନ୍ଧୁ ମହାନ୍ତ, ଶିଶିର ମହାନ୍ତ, ସବିତା ମହାନ୍ତ, ମଧୁସ୍ମିତା ମହାନ୍ତ, ପ୍ରଦୀପ ମହାନ୍ତ, ସତ୍ୟ ନାରାୟଣ ମହାନ୍ତ, ଜିତେନ୍ଦ୍ର ମହାନ୍ତ, ନରେଶ ମହାନ୍ତ, ଅଷ୍ଟମୀ ମହାନ୍ତ, ମହେଶ୍ ମହାନ୍ତ, ମଞ୍ଜୁଲତା ମହାନ୍ତ, ଅନିତ ମହାନ୍ତ, ମେଘନାଦ ମହାନ୍ତ, ପଦ୍ମଲୋଚନ ମହାନ୍ତ, ତପନ ମହାନ୍ତ, ହେମନ୍ତ ମହାନ୍ତ, ବାସୁଦେବ ମହାନ୍ତ, ରାଜୁ ମହାନ୍ତ, ବୁଲୁ ମହାନ୍ତ, ଆଶିଷ ମହାନ୍ତ, ଭରତ ମହାନ୍ତ ପ୍ରମୁଖ ଆନ୍ଦୋଳନର ପରିଚାଳନା କରିଥିଲେ।

Leave A Reply

Your email address will not be published.