ରାଜନଗର ପୋଲିସ କୁ ବଡ ସଫଳତା

ରାଜନଗର (୨0/୨୩ )ଦୀର୍ଘ ଏକ ମାସର ପ୍ରଗାଢ଼ ପରିଶ୍ରମ ବଳରେ ଆଜି ରାଜନଗର ଥାନା କୁ ଏକ ବଡ଼ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳତା ପାଇଛି ! ବହୁ ଚର୍ଚିତ ରାଜନଗର ଅଞ୍ଚଳର ରମାକାନ୍ତ ନାୟକଙ୍କ ଘରୁ ଚୋରି ହୋଇଥିବା ଘଟଣାରେ ଆଜି ପଡିଲା ପୂର୍ଣ୍ଣଛେଦ ! ସୂଚନା ଯୋଗ୍ୟ ଗତ ଅଗଷ୍ଟ ମାସ ୧୯ ତାରିଖ ଦିନ ରାଜନଗର ଥାନା ଠାରୁ ଏକ କିଲୋମିଟର ଦୂର ରମାକାନ୍ତ ନାୟକଙ୍କ ଘରେ ରାତ୍ରି ସମୟରେ କିଛି ଦୁର୍ବୃତ୍ତ ମାନେ ହାତରେ ଛୁରୀ, ଭୁଜାଲି, ଏବଂ ବନ୍ଧୁକ ଦେଖାଇ ଘର ଭିତରେ ପସି ସମସ୍ତ ପରିବାର ବର୍ଗଙ୍କ ହାତ, ଗୋଡ଼ ବାନ୍ଧି ଶୁନା ,ଗହଣା, ଛଅ ହଜାରେ ଟଙ୍କା ନେଇ ସେଠୁ ଚମ୍ପଟ ମାରିଥିଲେ ! ଯେତେବେଳେ ଏନେଇ ରାଜନଗର ଥାନାରେ ଏତେଲା ଦିଆଯାଇଥିଲା, ରାଜନଗର ଥାନା ଅଧିକାରୀ ଅଜୟ ଜେନା ଏବଂ ସମ୍ପୂର୍ଣ୍ଣ ପୋଲିସ ଟିମ ପାଇଁ ଗୋଟେ ବଡ଼ ଚାଲେଞ୍ଜ ଥିଲା, ସଂନ୍ଦେହ ଥିଲା ଏହି ଚୋରି ଘଟଣାରେ ବଡ଼ ଗ୍ୟାଙ୍କର ହାତ ରହିଛି ବୋଲି କିନ୍ତୁ ପୋଲିସ ପାଖରେ କିଛି ସୁରାଖ ନଥିଲା,ରାଜନଗର ଥାନା ଅଧିକାରୀ ଅଜୟ ଜେନା ଏବଂ ଟିମ ମିଳିତ ଭାବେ ରାଜନଗରରୁ ପଟ୍ଟାମୁଣ୍ଡାଇ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମାନଙ୍କରେ ଥିବା ଦୋକାନ ଗୁଡିକର ସି. ସି. ଟିଭି ଫୁଟେଜ ଚେକ କରିଥିଲେ ହେଲେ ସେଥୁରୁ ଵି କିଛି ସଫଳତା ମିଳିନଥିଲା, କେସ ଯେତେ ଡେରି ହେଉଥିଲା ରାଜନଗର ପୋଲିସ ପାଇଁ ସେତେ ଚାଲେଞ୍ଜ ତୀବ୍ର ହେଉଥିଲା, ଶେଷରେ ନିକିରାଇ ଥାନା ଅଧିନସ୍ତ ଏକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦୋକାନ କ୍ୟାଭିନରୁ କିଛି ଦୁବୃତ୍ତ ମାନେ ଚୋରି କରିଥିଲେ, ଚୋରି କରିଥିବା କ୍ୟାଭିନ ପାଖରେ ଦୁବୃତ୍ତଙ୍କ ଫୋନ ଗଳି ପଡିଥିଲା ସେହି ଫୋନ କୁ ଆଧାର କରି ଚୋରି ଗ୍ୟାଙ୍ଗ ପାଖରେ ପୋଲିସ ପହଞ୍ଚିଥିଲା,ଏହି ଚୋରି ଘଟଣାରେ ପାଖାପାଖି ୧୩ ଜଣଙ୍କ ନାଁ ରହିଛି, ସମସ୍ତେ ଅଲଗା ଅଲଗା ଅଞ୍ଚଳର, ଗୋଟିଏ ବଡ କଥା ହେଲା ଏହି ଅପରାଧରେ କେଳା ସମ୍ପ୍ରଦାୟର ବ୍ୟକ୍ତି ମାନେ ଜଡିତ, ଯେଉଁମାନେ ଦିନରେ ଘରେ ଘରେ ଭିକ ମାଗିବା ବାହାନାରେ ଘରର ସମସ୍ତ ଖବର ରଖି ରାତ୍ରିରେ ଭୁଜାଲି ଦେଖେଇ ଚୋରି କରୁଛନ୍ତି ! ଏହି ୧୩ ଜଣଙ୍କ ମଧ୍ୟରୁ ଡେରାବିଶ ଥାନା ଅଧିନସ୍ତ ବୁବୁନା ଦାସ ପି -ଟୁକୁନା ଦାସ, ଏଣ୍ଡୁଅ ଦାସ, ଯେଉଁ ଅଟୋରେ ଚୋରି ଜିନିଷ ଯାଏ ବାହାରକୁ ସେହି ଅଟୋର ଡ୍ରାଇଭର ମନୋଜ ମଳିକ (ପଟ୍ଟାମୁଣ୍ଡାଇ )ପି -ରଞ୍ଜନ ମଳିକ ଏବଂ ଅନ୍ୟ ମାନଙ୍କୁ ପୋଲିସ ଆରେଷ୍ଟ କରିଛି ବାକି ଅନ୍ୟ ମାନଙ୍କୁ ଆରେଷ୍ଟ କରିବା ପାଇଁ ପୋଲିସ ଯୋଜନା ଚଳେଇଛି ବହୁତ ଜଲ୍ଦି ସମସ୍ତେ ଧରା ପଡିବେ ବୋଲି ଆଜି ପ୍ରେସ ମିଟ କରି ଅତିରିକ୍ତ ଏସ. ପି ଜଳଧର ଜଲି କହିଛନ୍ତି ! ଅନ୍ୟ ପଟେ ଚୋରୀ ଗ୍ୟାଙ୍ଗ ଧରା ହେବା ପରେ ପୋଲିସ ଉପରେ ଯଥେଷ୍ଟ ଭରସା କରିଛନ୍ତି ରାଜନଗର ବାସୀ ଏହି ସମସ୍ତ ସଫଳତା  ପଛରେ ରାଜନଗର ଥାନା ଅଧିକାରୀ ଅଜୟ ଜେନାକୁ ହିରୋ ବୋଲି ଭାବିଛନ୍ତି ଏହି କିଛି ଦିନ ତଳେ ରାଜନଗର ଥାନାରେ ଶ୍ରୀ ଜେନା ପୋଷ୍ଟିଙ୍ଗ ହେବା ପରେ ଅନେକ ଅପରାଧୀ ଙ୍କୁ ଜେଲ ର କଳା କୋଠରୀ ଦେଖେଇ ସାରିଛନ୍ତି, ଏଭଳି କାର୍ଯ୍ୟ ଯାହା ବୟାନ କରୁଛି ଜଣେ ଦକ୍ଷ ପୋଲିସ ଅଫିସର ଶ୍ରୀ ଅଜୟ ଜେନା !

Leave A Reply

Your email address will not be published.