ଖବର ଆଜିର ….ତାରିଖ ୨୨/୦୯/୨୦୨୩ ଶୁକ୍ରବାର
ବରଗଡ଼ରେ ଗୁରୁବାର ସକାଳୁ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ ଜାରି ରହିଛି। ଜିଲାର ବରଗଡ଼ ସହର ସମେତ ସୋହେଲା ଆଦି ଅଞ୍ଚଳର ପ୍ରାୟ ୮୦ ସ୍ଥାନରେ ଏହି ରେଡ୍ ଜାରି ରହିଛି।
ଆସନ୍ତା ବର୍ଷ ଜାନୁଆରୀ ମାସ ଅନ୍ତିମ ସପ୍ତାହରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ । ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଏନେଇ ଘୋଷଣା କରିଛନ୍ତି ।
ADB ରିପୋର୍ଟରେ ଭାରତୀୟ ଅର୍ଥନୀତିରେ ସୁସ୍ତିଆ ଆଶଙ୍କା, ୨୦୨୩ର ଅଭିବୃଦ୍ଧି ଅନୁମାନ ୬.୩% ।
ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: କାନାଡ଼ା ନାଗରିକଙ୍କ ପାଇଁ ଭିସା ବନ୍ଦ ।
ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ । ଦିଲ୍ଲୀ ପୁଲିସ ନିକଟରେ ଏତଲା ପରେ ପୁଲିସ ତଦନ୍ତ କରୁଥିବା ନେଇ ସୂଚନା ।
ବିଧାନସଭାରେ ବିଜେଡି ପ୍ରାର୍ଥୀ ଭାବେ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ ।ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ମିଳିଲା ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ।
ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏକଦିବସୀୟ ବିଶ୍ୱକପ କ୍ରିକେଟ ୨୦୨୩ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ଏହାରି ଭିତରେ ରିଲିଜ ହୋଇଛି ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’।
ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟ୍ସ’ର ଅଭିନେତା ଅଖିଲ ମିଶ୍ରଙ୍କ ଦେହାନ୍ତ: ଉଚ୍ଚ ଅଟ୍ଟାଳିକାରୁ ଖସିପଡି ହେଲା ମୃତ୍ୟୁ ।
ଟ୍ରମ୍ପଙ୍କ ପୁଅଙ୍କ X ଆକାଉଣ୍ଟ ହ୍ୟାକ୍, ପୋଷ୍ଟ ହେଲା – ମୋ’ ବାପାଙ୍କ ପରଲୋକ ହୋଇ ଯାଇଛି ।
ଡ୍ରାଇଭର, ମେକାନିକ ପରେ ଏବେ କୁଲି ସାଜିଲେ ସାଂସଦ ରାହୁଲ ଗାନ୍ଧୀ । ଦିଳ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନ ପହଂଚି କୁଲିଙ୍କ ସହ ଆଲୋଚନା ।
ଏସ୍ଆଇଏଚ୍ -୨୦୨୩ ପାଇଁ କ୍ଵାଲିଫାଏ କଲା ITERର ୧୦ଟି ହାକାଥନ୍ ଟିମ୍ ।
କାନାଡାରେ ପୁଣି ଗ୍ୟାଙ୍ଗୱାର । ଖଲିସ୍ତାନୀ ଗ୍ୟାଙ୍ଗଷ୍ଟର ସୁଖଦୁଲ ସିଂଙ୍କୁ ହତ୍ୟା, ୨୦୧୭ରେ ନକଲି ପାସପୋର୍ଟ ସହାୟତାରେ କରିଥିଲା ପଳାୟନ
ମଣିପୁରରେ ୩ ପୋଲିସ ପ୍ରତିଷ୍ଠାନ ଉପରେ ଆକ୍ରମଣ ଉଦ୍ୟମ, ପୁଣି କଡ଼ାକଡି ହେଲା କର୍ଫ୍ୟୁ।
ଗବେଷଣା କର, ହେଲେ ଚନ୍ଦ୍ରର ଅସୁନ୍ଦର ଫଟୋ ସେୟାର କରନାହିଁ। ଏଭଳି କହି ଏବେ ଚର୍ଚ୍ଚାରେ ସମାଜବାଦୀ ପାର୍ଟିର ନେତା ରାମ ଗୋପାଳ ଯାଦବ।
ଆମାଜନ ପକ୍ଷରୁ ଭାରତରେ ବିକ୍ରେତା, ରିଟେଲର, ବ୍ରାଣ୍ଡ୍ ଓ ନିର୍ମାତାଙ୍କ ପାଇଁ ମଲ୍ଟି ଚ୍ୟାନେଲ୍ ଫୁଲ୍ଫିଲ୍ମେଂଟ୍ର ଶୁଭାରମ୍ଭ ।
ଏସୀୟନ ଗେମ୍ସରେ ଭାରତୀୟ ଫୁଟବଲ ଦଳ ବାଂଲାଦେଶକୁ ପରାସ୍ତ କରିଛି। ଏହିପରି ଭାବରେ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଫୁଟବଲ ଦଳ ଏସୀୟ ଗେମ୍ସରେ ପ୍ରଥମ ବିଜୟ ହାସଲ କରିଛି।
ବିଶ୍ବକପ ପୂର୍ବରୁ ଶେଷ ପ୍ରସ୍ତୁତି : ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି ।
ଭାରତ-କାନାଡ଼ା ବିବାଦ: ଖଲିସ୍ତାନୀ ନେତାଙ୍କ ସହ ଆଇଏସ୍ଆଇ ଏଜେଣ୍ଟଙ୍କ ଗୋପନ ବୈଠକ ।
ବିକ୍ରମ ଓ ପ୍ରଜ୍ଞାନକୁ ସକ୍ରିୟ କରିବା ପ୍ରକ୍ରିୟା ଜାରି ।
ରାଜ୍ୟସଭାରୁ ଅନୁମୋଦନ ଲାଭ କଲା ମହିଳା ସଂରକ୍ଷଣ ବିଲ୍, ସପକ୍ଷରେ ୨୧୫ ଭୋଟ୍, ବିରୋଧରେ ଶୂନ ।
ଆହୁରି ସ୍ୱର ଶାଣିତ କଲା କାନାଡ଼ା: ଟ୍ରୁଡୋ କହିଲେ- ହତ୍ୟାକାଣ୍ଡରେ ଏଜେଣ୍ଟର ହାତ ଥିବା ବିଶ୍ୱସନୀୟ ସୁରାକ ମିଳିଛି, ସହଯୋଗ କରୁ ଭାରତ ।
ସୁପ୍ରଭାତ ,ଶୁଭ ସକାଳ ।