କଣ୍ଟାବାଞ୍ଜି ଜେଲ କର୍ମଚାରୀଙ୍କ ଆମରଣ ଅନଶନ  

କଣ୍ଟାବାଞ୍ଜି ୨୬/୯ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଉପ କାରାଗାରରେ ନିଯୁକ୍ତ କର୍ମଚାରୀ ମାନେ ପ୍ରଥମେ କଳାବ୍ଯାଚ ପିନ୍ଧି ଅନଶନ କରିବା ଆରମ୍ଭ କରିଥିଲେ, ସରକାର ଏଦିଗରେ କୌଣସି ଗୁରୁତ୍ଵ ଦେଇ ନଥିବାରୁ ଗତକାଲି ଠାରୁ ଆମରଣ ଅନଶନ କରିବାକୁ ବାଧ୍ୟ ହୋଇ ଆସନରେ ବସିଛନ୍ତି ଜେଲ ଗେଟ ପରିସରରେ, ଆଜି ଦ୍ବିତୀୟ ଦିନରେ ଗୌରାଙ୍ଗ ବରିହା ନାମକ ଜଣେ ୱାର୍ଡ଼ର ଅଚେତ ହୋଇ ଗୁରୁତ୍ତର ହୋଇ ପଡ଼ିଥିବା ଜାଣିବାକୁ ମିଳିଛି, ସମ୍ପୂର୍ଣ୍ଣ ଓଡ଼ିଶା ଜେଲ ଆସୋସିଏସନ କର୍ମଚାରୀ ସଂଘ ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି, ବଳଦେବ ନାୟକ. ଗୌରାଙ୍ଗ ବରିହା. ସୁବ୍ରତ ସ୍ଵାଇଁ. ସଞ୍ଜୀବ ନାୟକ. ରଶ୍ମିରଞ୍ଜନ ମିଶ୍ର. ବିଜୁ ଛତ୍ରିଆ. ସୌମ୍ୟକାନ୍ତ ଷଡ଼ଙ୍ଗୀ. କୃଷ୍ଣ ପ୍ରିୟା ମଲ୍ଲିକ ପ୍ରମୁଖ ଏହି ଅନଶନରେ ସାମିଲଥିବା ବେଳେ ଆନ୍ଦୋଳନ ଜାରି ରହିଛି ଓ ଜେଲ କାର୍ଯ୍ୟ ବି କରୁଛନ୍ତି .

Leave A Reply

Your email address will not be published.