ଜୟପୁର ଜୟପୁର ସ୍ଥିତ ଶ୍ରମିକ କର୍ମଚାରୀ ଭବନ ନିକଟରେ କୋରାପୁଟ ଜିଲା ସିପିଆଇ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି . ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର ଅନେକ ଖଣି ଖାଦାନ ଆଦାନୀ , ବେଦାନ୍ତ ଆଦି ପୁଞ୍ଜିପତି ମାନଙ୍କୁ ଟେକି ଦିଆଯାଉଛି । ସମସ୍ତ ଆଇନ୍ କାନୁନ୍ ର ଖୋଲମ୍ ଖୋଲା ଉଲଂଘନ କରି ଦିଆଯାଉଛି । ଯେଉଁଠି ଜନସାଧାରଣ ବିରୋଧ କରୁଛନ୍ତି ସେଠି ପୋଲିସ ପ୍ରଶାସନ ଦମନ ଲୀଳା ଚଲାଉଛନ୍ତି । କଳାହାଣ୍ଡି ର ନିୟମଗିରି ର ନେତା ମାନଙ୍କ ଉପରେ ୟୁଏପିଏ ଭଳି ଆତଙ୍କବାଦୀ ଧାରା ଲାଗୁ କରି ଜେଲ ପଠାଇ ଦିଆଯାଇଛି। ଲକ୍ଷ୍ମୀ ପୁର ଅଞ୍ଚଳର କୋଡିଙ୍ଗାମାଳି ପର୍ବତରେ ମୈତ୍ରୀ କମ୍ପାନୀ ଲୋକ ଙ୍କ ଭୟଭୀତ କରି ଖଣି ଖୋଳି ଚାଲିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ପାହାଡ଼ ପର୍ବତ ଅଞ୍ଚଳ କୁ ଖଣି ଖନନ ପାଇଁ ବଡ଼ ବଡ଼ କମ୍ପାନୀ ମାନଙ୍କୁ ଦିଆଯାଇଛି। ସେଠି ଖଣି ଖନନ ବିରୁଦ୍ଧରେ ନିରୀହ ଆଦିବାସୀ ଦଳିତ ମାନଙ୍କ ସଭା କଲେ ପୋଲିସ ଜବରଦସ୍ତି
ଉଠେଇ ନେଉଛି ।
ମାଲକାନଗିରି ଜିଲ୍ଲାର ବଣ୍ଡା ଆଦିମ ଜନଜାତି ଅଧ୍ୟୁଷିତ ଖୈରପୁଟ ବ୍ଳକରେ ଗ୍ରାନାଇଟ୍ମା ଇନିଙ୍ଗ୍ ପାଇଁ ପଲ୍ଲୀ ସଭା କରେଇ ଜଙ୍ଗଲ ଅଞ୍ଚଳ ଲିଜ୍ ଦେବାପାଇଁ ଘୋଷଣା ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଖଣି ଖନନ ଓ ବିକାଶ ନାଁ ରେ ଜଙ୍ଗଲ ସମ୍ପଦ ଯେଭଳି
ଭାବେ ବିନଷ୍ଟ ହେଉଛି ତାର ପ୍ରଭାବ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରୁ ଜଣା ପଡୁଛି। ସରକାର ଙ୍କ ଏହି ଆଦିବାସୀ ଦଳିତ ଦମନ ନିତୀ ବିରୁଦ୍ଧରେ ଅବିଭକ୍ତ କୋରାପୁଟ ଗଣ ଆନ୍ଦୋଳନ ଓ ଗଣ ସଂଗଠନ ସମନ୍ୱୟ ମଞ୍ଚ ପକ୍ଷରୁ ଦିଆଯାଇଥିବା ଆହ୍ୱାନ କୁ ସମର୍ଥନ କରି ଆଜି ବାମପନ୍ଥୀ ଦଳ
ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜିର ବିକ୍ଷୋଭ ରେ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି, କୋରାପୁଟ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ରାମକୃଷ୍ଣ ଦାସ, ସତ୍ୟବ୍ରତ ନନ୍ଦ,ନନ୍ଦ ହରିଜନ, ବଳଭଦ୍ର ମୋତି ପ୍ରମୁଖ
ନେତୃତ୍ବ ନେଇଥିଲେ ।
Prev Post
Next Post