ଆପାର୍ଟମେଣ୍ଟ ବିଲ୍‍ ବିଧାନସଭାର ମଞ୍ଜୁରୀ

ଭୁବନେଶ୍ବର : ଓଡିଶା ଆପାର୍ଟମେଣ୍ଟ ବିଲ୍‍, ୨୦୨୩ ଆାଜି ବିଧାନସଭାର ମଞ୍ଜୁରୀ ଲାଭ କରିଛି । ବିଲ୍‍ ସଂକ୍ରାନ୍ତେର ବିଭାଗୀୟ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଯେ ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ପ୍ରଣୟନ କରାଯାଇଥିଲା। ଏହି ଅଧିନିୟମ ୦୧.୦୫.୧୯୮୧ ତାରିଖରେ ଲାଗୁ ହେଲା ଏବଂ ତଦନୁସାରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ ୧୯୯୨ ବିଜ୍ଞାପିତ ହୋଇଥିଲା ।

ଅଧିନିୟମ ଏବଂ ନିୟମକୁ କାର୍ଯ୍ୟକାରୀ କରିବା ସମୟରେ ଅନୁଭୂତ ହେଲା ଯେ ଏଗୁଡିକରେ କିଛି ବ୍ୟବସ୍ଥାଗତ ତ୍ରୁଟି ରହିଛି। ଉପରୋକ୍ତ ଅଧିନିୟମ ଏବଂ ନିୟମରେ  ଦକ୍ଷ ପ୍ରାଧିକାରୀଙ୍କର ଉପଯୁକ୍ତ ପରିଭାଷା , ଅଧିକାର ଏବଂ କ୍ଷମତା ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇନଥିଲା। ଆପାର୍ଟମେଣ୍ଟ ମାଲିକ ମାନଙ୍କ ସ୍ୱାର୍ଥକୁ ସମ୍ପୁର୍ଣ୍ଣ ରୁପେ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା ।

ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମ୨୦୧୬ ପ୍ରଣୀତ ହେବା ପରେ ଓଡିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ୧୯୮୨ ରେ ଅନେକଗୁଡିଏ ସଂଶୋଧନ ଆବଶ୍ୟକ ହେଉଥିଲା । ତେଣୁସରକାର ପ୍ରଚଳିତ ଅଧିନିୟମ ଏବଂ ନିୟମରେ ଆମୂଳଚୁଳ ସଂଶୋଧନ କରିବା ପରିବର୍ତ୍ତେ ନୂତନ ଅଧିନିୟମ ଆଣିବା ପାଇଁ  ନିଷ୍ପତ୍ତି ଗ୍ରହଣ କରିଥିଲେ ।

ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ବିଧେୟକ୨୦୨୩ ରେ ଏକ ବ୍ୟକ୍ତିଗତ ଆପାର୍ଟମେଣ୍ଟର ମାଲିକାନାର ନିୟନ୍ତ୍ରଣ ଏବଂ ଏହାର ପରିଚାଳନା ସମ୍ବନ୍ଧୀୟ ଅନେକ ପ୍ରଗତିଶୀଳ ଏବଂ ପରିବର୍ତ୍ତନଶୀଳ ବ୍ୟବସ୍ଥା ରହିଛି । ଉପରୋକ୍ତ ବିଲଦ୍ୱାରା ନିମ୍ନଲିଖିତ ଉଦ୍ଦେଶ୍ୟ ସାଧିତ ହେବ :

ଏକ ଆପାର୍ଟମେଣ୍ଟରେ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନିୟନ୍ତ୍ରଣ କରିବା । ଏକ ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା । ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବା ।

ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧିଦ୍ୱାରା ଏକକ ବ୍ୟବସ୍ଥା କରିବା । ପୃଷ୍ଠପୋଷକମାନଙ୍କର ଦାୟିତ୍ୱ କୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା ।

ପ୍ରତ୍ୟେକଆପାର୍ଟମେଣ୍ଟମାଲିକଙ୍କରଆପାର୍ଟମେଣ୍ଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବା । ଆପାର୍ଟମେଣ୍ଟ ମାଲିକମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରିବା। ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତକରିବା ପାଇଁ ବ୍ୟବସ୍ଥା କରିବା।

Leave A Reply

Your email address will not be published.