ଜଳେଶ୍ୱର,( ନ ନିଉ ସ)-ଜଳେଶ୍ୱର ବ୍ଲକ, ମହମ୍ମଦ ନଗର ପାଟଣା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପଂଚାୟତର ଶହ ଶହ ଲୋକଙ୍କ ସହିତ ସନ୍ନିକଟ ଅଞ୍ଚଳଵାସୀ ନିର୍ଭରଶୀଳ ହୋଇଥାନ୍ତି।ସ୍ୱାସ୍ଥ୍ୟ କେନ୍ଦ୍ରଟି ବହୁ ପୁରାତନ ହୋଇଥିଲେ ମଧ୍ୟ,ଆଜକୁ ଦୀର୍ଘ ଛଅ ସାତ ବର୍ଷ ଧରି ଡାକ୍ତର ନାହାନ୍ତି।ଫଳରେ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଲୋକମାନେ, ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଜଳେଶ୍ୱରର ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡୁଛି।ଏହି ଅଂଚଳରୁ ଜିକେ ଭଟ୍ଟର ହସ୍ପିଟାଲ୍ ପ୍ରାୟ ୧୨କିମି, ଦୂରେରେ ଅବସ୍ଥିତ। ଅପରପକ୍ଷରେ ମୁଖ୍ୟ ଚିକିତ୍ସାଳୟକୁ ଯାତାୟାତ ରାସ୍ତା ଅତ୍ୟନ୍ତ ବ୍ୟସ୍ତ ବହୁଳ ଓ ସମୟ ସାପେକ୍ଷ। ତେଣୁ ମହମ୍ମଦ ନଗର ପାଟଣା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି ହେଉଛି। ଡେଙ୍ଗୁ ବ୍ୟାପୁ ଥିବାରୁ ଓ ତାର ଭୟାବହ ଯୋଗୁଁ, ରୋଗ ପ୍ରତିକାର ପାଇଁ ଆଜି କୁବାଡ଼ିଆ ଗ୍ରାମର ଗ୍ରାମୀୟ କମିଟି ନେତୃତ୍ବରେ ଏକ ପ୍ରତିନିଧି ଦଳ ଜଳେଶ୍ୱର ଜିକେ ଭଟ୍ଟର ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କ ସହିତ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଏହି ପ୍ରତିନିଧି ମଣ୍ଡଳୀରେ, ଶ୍ରୀମତୀ ଗୀତା ମାରାଣ୍ଡି,ସଲମା ମାରାଣ୍ଡି,ବାଲି ମାରାଣ୍ଡି,ସୀତା କିସ୍କୁ,ମୁନି କିସ୍କୁ,ମାମା ସୋରେନ,ତୁଳସୀ ସୋରେନ,ପହଣ୍ଡି ମାରାଣ୍ଡି, ସାମିଲ୍ ଥିଲେ। ଅବିଳମ୍ବେ ଡାକ୍ତର ନିଯୁକ୍ତି ଲାଗି,ସାମାଜିକ କର୍ମୀ କ୍ରିଷ୍ଣା ରାଣୀ ସାହୁଙ୍କ ନେତୃତ୍ବରେ ଦାବି ପତ୍ର ପ୍ରଦାନ କରାଯାଇଥିଲା