ବନ୍ଦ ହେଲା ରାଜଧାନୀର ୧ ନମ୍ବର ହାଟ

ଆସନ୍ତା ମଙ୍ଗଳବାର ଯାଏଁ ୧ ନମ୍ବର ହାଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦୈନିକ ହାଟ ବ୍ୟବସାୟୀ ସଂଘ । ବିଶେଷ କରି ପନିପରିବା ପାଇଁ ୧ ନମ୍ବର ହାଟ ଉପରେ ନିର୍ଭର କରୁଥିବା ରାଜଧାନୀବାସୀ ଓ ଦୋକାନୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ ।ଭୁବନେଶ୍ୱର ୧ ନମ୍ବର ହାଟରେ ପାର୍କିଂ ସମସ୍ୟାକୁ ନେଇ ବ୍ୟବସାୟୀ ସଂଘ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ପାର୍କିଂ ସମସ୍ୟା ସମାଧାନ ହୋଇନି, ସେ ପର୍ଯ୍ୟନ୍ତ ହାଟ ବନ୍ଦ ରଖିବାକୁ ସଂଘ ଚେତାବନୀ ଦେଇଛି । ସେପଟେ ପାର୍କିଂ ସମସ୍ୟାକୁ ନେଇ ଆଲୋଚନା ପରେ ବିଏମସି ମଙ୍ଗଳବାର ଯାଏଁ ସମୟ ମାଗିଥିବାରୁ ମଙ୍ଗଳବାର ଯାଏଁ ହାଟ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.