କଣ୍ଟାବାଞ୍ଜି ୧/୧୦ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ତୁରେକେଲା ଜଙ୍ଗଲ ଠାରୁ କଣ୍ଟାବାଞ୍ଜିର ଅନେକ ନେତା ମୂଲ୍ୟବାନ କାଠ ଚୋରି କରି ବର୍ତ୍ତମାନ ଯୁଗର ପ୍ରଭାବଶାଳି ନେତା ଭାବେ ପରିଚୟ ସୃଷ୍ଟି କରି ପାରିଛନ୍ତି, ଦୁଇ ଦିନ ପୂର୍ବରୁ କଣ୍ଟାବାଞ୍ଜି ସହରରେ ବନ-ବିଭାଗର ସ୍ବତନ୍ତ୍ର ଦଳ ଜଣେ କୁଖ୍ୟାତ କାଠ-ମାଫିଆଙ୍କ ଘର ଓ ଗୋଡ଼ାଉନ ଉପରେ ଚଢ଼ାଉ କରି ବିପୁଳ ପରିମାଣର କାଠ ତିଆରି ସାମଗ୍ରୀ ଜବତ କରାଯାଇଥିଲା, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠର ପଲଙ୍କ. ସଫା ସେଟ. ଆଲମିରା. ଚୌକି. ଟେବୁଲ. ଭଲି ଅନେକ ଘର ବ୍ୟବହାର ସମାଗ୍ରୀ ଜବତ କରାଯାଇଛି, ସୋଫାସେଟ ଓ ଅନ୍ୟାନ୍ୟ ସୌଖୀନ ଫର୍ଣ୍ଣିଚର ଜବତ କରାଯାଇଥିବା ସହ ଏହି-କାରବାର ଚଳାଇଆସୁଥିବା ମୁଖ୍ୟ କାର୍ପଟ ଦାରକୁ ଗିରଫ କରାଯାଇଛି, ଗତକାଲି ଉକ୍ତ ଅଭିଯୁକ୍ତ ମୋହନ ଟାଙ୍ଗକୁ କୋର୍ଟ ଚାଲାଣ କରାଯାଇଛି, ସ୍ଥାନୀୟ ଏନ.ଏ.ସି. ଛକର ୧ ନମ୍ବର ୱାର୍ଡ଼ର ବାହାରେ ଏକ କିରାନା ଦୋକାନ ଖୋଲି ଘରପଛପଟ ଭିତରେ ବହୁବର୍ଷ ଧରି ଅଭିଯୁକ୍ତ ମୋହନ ଟାଙ୍ଗ ଏହି କଲା ସାମ୍ରାଜ୍ୟ ଚଳାଇ ଆସୁଥିଲା, ସେ ନାମକୁମାତ୍ର ଏକ ଫର୍ଣ୍ଣିଚର ୟୁନିଟ ଖୋଲିଥିଲା ହିଁ, ତୁରେକେଲା ଅଞ୍ଚଳର ସଂରକ୍ଷିତ ଜଙ୍ଗଲ ଓ ଶାଗୁଆନ ପ୍ଲାଣ୍ଟେସନରୁ ମୂଲ୍ୟବାନ ଚୋରାକାଠ ଆଣି ଲକ୍ଷ ଲକ୍ଷ ଟଙ୍କାର ବିଳାମମୟ ସୌଖୀନ ପଲଙ୍କ ଆଦି ନିର୍ମାଣ କରି ଜିଲ୍ଲା ତଥା ରାଜ୍ୟ ବାହାରକୁ ଚୋରାଚାଲାଣ କରିଆସୁଥିଲା ବୋଲି ଚର୍ଚ୍ଚା ହେଉଛି, ତାଙ୍କ ଘର ଉପରେ ଆଗରୁ ମଧ୍ୟ ଏକାଧିକବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଥିଲେ ହିଁ, ସେ ଖସି ଯାଉଥିଲା ବା ରାଜନୈତିକ ପ୍ରଭାବଶାଳି ଲୋକଙ୍କ ଛତ୍ରଛାୟାରେ ରହି ଥିବାରୁ ଚାପରେ ତାକୁ ଛାଡ଼ି ଦିଆଯାଉଥିଲା ବୋଲି ଯାହା କୁହାଯାଉଛି, ଏହି ମାମଲାରେ ତାଙ୍କଘରୁ ବିପୁଳ ପରିମାଣରେ ଫର୍ଣ୍ଣିଚର. ତିଆରି ଯନ୍ତ୍ରପାତି. ସାମଗ୍ରୀ. କାଠ ଜବତ ସହ ତିନୋଟି ବିରଳ ଶୁଆ ଉଦ୍ଧାର କରିଛି ବନବିଭାଗ,
ତେବେ ଏହି ଅଭିଯୁକ୍ତଙ୍କର କେବଳ ଏହି ଗୋଟିଏ ସ୍ଥାନର କାରଖାନା ନୁହେଁ, ସହରର ରହିଥିବା ବିଭିନ୍ନ ଘରେ ମଧ୍ୟ ଏହି ଅବୈଧ ବ୍ୟାପାର ଚାଲିଛି, ଏହା ସହିତ ସିଙ୍ଗଲପଡ଼ା. ଅନ୍ୟାନ୍ୟ ମାନଙ୍କର ଅନେକ ଏହିପରି ଫର୍ଣ୍ଣିଚର ୟୁନିଟ ଚାଲିଆସୁଛି, ବାରମ୍ବାର ଚଢ଼ାଉ ପରେ ମଧ୍ୟ ଏହା ଥମିବାର ନାଁ ନେଉ ନାହିଁ, ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ଯେ ବହୁ ଶୀଘ୍ର ତାଙ୍କ ନେତା ବନ୍ଧୁ ଏହି ଘଟଣାକୁ ରଫାଦଫା କରିଦେବେ ବୋଲି ସହର ତଥା ଗ୍ରାମାଞ୍ଚଳରେ ଆଲୋଚନା ହେଉଛି,
ଅପ୍ରିୟସତ୍ୟ ଯେ , ଏଥିପାଇଁ ଦାୟୀ ବନବିଭାଗ । ସ୍ଥାନୀୟ ବନବିଭାଗ ଅଧିକାରୀ ବା ରେଞ୍ଜରଙ୍କ ସମେତ ବଲାଙ୍ଗୀର ଡିଏଫଓଙ୍କ ସମ୍ପୃର୍ଣ ଜ୍ଞାତସାରରେ ଅଞ୍ଚଳର ଜଙ୍ଗଲୁ ନିୟମିତ ମୂଲ୍ୟବାନ୍ କାଠକଟା , ଚୋରି , ଚୋରାଚାଲାଣ ଓ ଆଖପାଖ ଅଞ୍ଚଳ ସମେତ କଣ୍ଟାବାଞ୍ଜିରେ ବର୍ଷ ବର୍ଷ ଧରି ଏଭଳି ମୂଲ୍ୟବାନ୍ ଚୋରା ଫର୍ଣ୍ଣିଚର କାରଖାନାଗୁଡ଼ିକ ଚାଲିଆସୁଛି । ଏପରିକି ଏହିଠାରୁ ଜିଲ୍ଲା ବା ରାଜଧାନୀକୁ ମନ୍ତ୍ରୀ ,ଯନ୍ତ୍ରୀ ବଡବଡିଆଙ୍କ ପାଇଁ ଫର୍ଣ୍ଣିଚର ଯୋଗାଣ ହୋଇଥାଏ । ମୁଖ୍ୟତଃ ଏଠାକାର ରାଜନେତାମାନେ କାଠଚୋରିରୁ ବାହାରିଥିବାର ଅପବାଦ ରହିଛି ।
ତେଣୁ ଜିଲ୍ଲାର ଏହି କାଠଚୋରିପ୍ରବଣ ବନବିଭାଗ ରେଞ୍ଜ୍ ରେ ଜାଣିଶୁଣି ଅପାରଗ , ଦୁର୍ବଳ ଓ ବାରମ୍ବାର ଦୁର୍ନୀତି ଅଭିଯୋଗ ପ୍ରକାଶ ପାଇ ଆସୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଅବସ୍ଥାପିତ କରି ରଖାଯାଇ ଆସୁଛି । ସଂପ୍ରତି କଣ୍ଟାବାଞ୍ଜି ରେଞ୍ଜ୍ ରେ ଜଣେ ଗାର୍ଡରୁ ପଦୋନ୍ନତି ପାଇଥିବା ରେଞ୍ଜର ଶ୍ରଦ୍ଧାଦେବ ବଡମାଳୀଙ୍କୁ ଦୀର୍ଘ ପ୍ରାୟ ୫ ବର୍ଷ ଧରି ଅବସ୍ଥାପିତ କରି ରଖାଯାଇଛି । ସହରର ଏକ ମୁଖ୍ୟସ୍ଥଳ ଏନଏସି ଛକର ରାସ୍ତାକଡର ବର୍ଷ ବର୍ଷ ଧରି ଏଭଳି ଏକ ଜନଗହଳିପୂର୍ଣ ଜାଗାରେ ଚାଲିଥିବା ଏହି କାରବାରର ପତ୍ତା କେମିତି ନିକଟରେ ଥିବା ବନବିଭାଗର ରେଞ୍ଜ ଅଫିସ୍ ବା ଥାନା ପୁଲିସ୍ କୁ ଜଣା ନଥିଲା , ଚର୍ଚ୍ଚା ହେଉଛି । ଏଣୁ ସମ୍ଭବତଃ ଉକ୍ତ ରାଜନୈତିକ ପୃଷ୍ଠପୋଷକତାରେ ନିରଙ୍କୁଶ ହୋଇ ଦୀର୍ଘ ବର୍ଷ ବର୍ଷ ଧରି ଅବୈଧ ମୂଲ୍ୟବାନ୍ ଫର୍ଣ୍ଣିଚର କାରଖାନା କରିବା ସହ ରାଜ୍ୟ ଓ ରାଜ୍ୟବାହାରକୁ ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ଚୋରାଚାଲାଣ କରିଚାଲିଥିବା ଜଣେ କୋଟିପତି କାଠମାଫିଆଙ୍କଠାରୁ ଦାବି ମୁତାବକ ବଟି ନ ମିଳିବାରୁ ବହୁବିଳମ୍ବରେ ଏଭଳି ଚଢାଉ ହେଲା କି ବୋଲି ଲୋକେ ଆଲୋଚନା କରୁଛନ୍ତି ?