ଆର,ଉଦୟଗିରି(ମନୋଜ କୁମାର ପାଢୀ / ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ଥାନା ହିକିରୁକୁପା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । RB କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ (Passenger Bus) ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ । ଅଳ୍ପକେ ବର୍ତ୍ତିଲେ ୩୫ରୁ ଉର୍ଦ୍ଧ୍ବ ଯାତ୍ରୀ । ବିଳମ୍ବିତ ରାତିରେ ଗଜପତି ଜିଲ୍ଲା (Gajapati) ମୋହନା ଥାନା ହିକିରୁକୁପା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । RB କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ (Passenger Bus) ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲା ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ଠାରୁ ଇନ୍ଦ୍ରାବତି ଯାଉଥିବା ଆର.ବି. କୋଚ୍ ନାମକ ଏକ ଘରୋଇ ବସ ହିକିରିକୁପା ଗାଁ (Hikirikupa village) ନିକଟ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା । ତେବେ ବସରେ ଥିବା ୩୫ରୁ ଉର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଖବର ପାଇ ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଅନ୍ୟ ବସ୍ ସହାୟତାରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇଥିଲେ । ବସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇଥିବା ବସ୍ ଡ୍ରାଇଭର କହିଛନ୍ତି ।