ଖବର ଆଜିର…. ତାରିଖ ୦୩/୧୦/୨୦୨୩ ମଙ୍ଗଳବାର

ଗୁଗୁଲ୍‌ ମ୍ୟାପ୍‌ ଦେଖି ଗାଡ଼ି ଚଳାଇବା କାଳ ହେଲା, ନଦୀରେ ପଡ଼ି ଦୁଇ ଡାକ୍ତର ମୃତ ।କେରଳର କୋଚି ନିକଟ ଗୋତୁରୁତ୍‌ଠାରେ ରବିବାର ରାତିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ମହାରାଷ୍ଟ୍ରର ନାନ୍ଦେଡ଼ର ଏକ ସରକାରୀ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ ନବଜାତ ଶିଶୁ ଓ ୧୨ ବୟସ୍କଙ୍କ ମୃତ୍ୟୁ ଘଟିଛି।

ବିବାଦ ମଧ୍ୟରେ ‘ସମ୍ବାଦ’ ସଂପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷଭାବେ ନିଯୁକ୍ତ ହେଲେ ଶ୍ରୀମତୀ ତନୟା ପଟ୍ଟନାୟକ ।

କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ସ୍ପେଶଏକ୍ସ ମୁଖ୍ୟ ଏଲନ ମସ୍କଙ୍କ ସମାଲୋଚନା । କାନାଡାରେ ବାକ ସ୍ୱାଧୀନତାକୁ ସରକାର ଚପାଉଥିବା କହି ଜଷ୍ଟିନ ଟ୍ରୁଡୋଙ୍କୁ ନିନ୍ଦା ।

ଦେଶର ପ୍ରଥମ ରାଜ୍ୟଭାବେ ଜାତିଭିତିକ ଜନଗଣନା ରିପୋର୍ଟ ପ୍ରକାଶ କଲା ବିହାର । ବିଜେପି କହିଲା ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ରାଜ୍ୟସରକାର ।

ବାଧ୍ୟତାମୂଳକ ଲାଇସେନ୍ସ କେବଳ ଟେଲିଭିଜନ, ରେଡିଓ ଇତ୍ୟାଦି ପାରମ୍ପାରିକ ପ୍ଲାଟଫର୍ମ ଉପରେ କପିରାଇଟ୍ ଗୀତ ବଜାଇବାକୁ ଦାବି କରାଯାଇପାରିବ। ଏହା ଇଣ୍ଟରନେଟ୍ ଉପରେ ଲାଗୁ କରାଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ।

ଦମ୍ପତିଙ୍କୁ ଧକ୍କା ଦେଲା କନ୍ନଡ ଅଭିନେତା ନାଗଭୂଷଣଙ୍କ କାର । ଘଟଣାରେ ସ୍ତ୍ରୀ ମୃତ, ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ସ୍ୱାମୀ ।

ରାଜସ୍ଥାନ ଚିତୋରଗଢରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ଜନସଭା । ମଞ୍ଚରୁ କଂଗ୍ରେସକୁ ଟାର୍ଗେଟ କଲେ ମୋଦୀ ।

ମେଡିସିନ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା । କୋଭିଡ ଟିକା ବିକାଶ ପାଇଁ କାଟାଲି କାରିକୋ ଓ ଡ୍ରିୟୁ ୱେଚମ୍ୟାନଙ୍କୁ ମିଳିବ ପୁରସ୍କାର ।

ଭୂମିକମ୍ପରେ ଥରିଲା ମେଘାଳୟ, ଆସାମ-ମେଘାଳୟ ସମେତ ପୂର୍ବୋତ୍ତରରେ ମଧ୍ୟ ଅନୁଭୂତ ହେଲା ଝଟକା ।

ଗାଙ୍ଗୁଲିଙ୍କ ଠାରୁ କ୍ରିକେଟ୍‌ ଶିଖିବାକୁ କୋଲକାତା ଆସିବେ ଫୁଟବଲ୍‌ ଷ୍ଟାର ରୋନାଲଡିନୋ ।

ବାଙ୍ଗଲାଦେଶରେ ଜାରି ରହିଛି ଡେଙ୍ଗୁ ପ୍ରକୋପ, ଗଲାଣି ୧ ହଜାରରୁ ଅଧିକ ଜୀବନ ।

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ।

ଭାରତରେ ଲାପ୍‌ଟପ୍ ତିଆରି କରିବ ଗୁଗୁଲ୍‌: ଚୀନ୍ ଉପରୁ ନିର୍ଭରଶୀଳତା କମିବ ।

ଦେଶର ତିନିଟି ବନ୍ଦରକୁ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍‌ ଭାବେ ବିକାଶ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ସେହି ତାଲିକାରେ ଓଡ଼ିଶାର ପାରାଦୀପ, ଗୁଜରାଟର କାଣ୍ଡ୍‌ଲା ଓ ତାମିଲନାଡ଼ୁର ଟୁଟିକୋରିନ ବନ୍ଦରର ନାମ ରହିଛି।

ମେସେଜିଂ ଆପ୍ ହ୍ବାଟସ୍‌ଆପ୍ ପକ୍ଷରୁ ଅଗଷ୍ଟରେ ୭୪.୨ ଲକ୍ଷ ଆକାଉଣ୍ଟ୍‌ ନିଷିଦ୍ଧ କରାଯାଇଛି। ଜୁଲାଇ ତୁଳନାରେ ନିଷିଦ୍ଧ ଆକାଉଣ୍ଟ୍‌ ସଂଖ୍ୟା ୨ ଲକ୍ଷ ବଢ଼ିଛି ।

ଏସିଆନ୍ ଗେମ୍ସ ୨୦୨୩: ଚତୁର୍ଥ ସ୍ଥାନ କାଏମ ରଖିଲା ଭାରତ, ସୋମବାର ଜିତିଲା ୭ ମେଡାଲ, ୩ ରୌପ୍ୟ ସାମିଲ୍, ସ୍ୱର୍ଣ୍ଣ ନିଲ୍ ।

ବ୍ରାଜିଲରେ ୧୦୦ରୁ ଅଧିକ ଡଲଫିନ୍‌ଙ୍କ ମୃତ୍ୟୁ, ଚିନ୍ତାରେ ପରିବେଶ ବିଜ୍ଞାନୀ ।

ସୁପ୍ରଭାତ ,ଶୁଭ ସକାଳ ।

Leave A Reply

Your email address will not be published.