ଆସୁ ନାହାନ୍ତି ଅଙ୍ଗନବାଡ଼ି ଦିଦି; ହେଲ୍ପରଙ୍କ ଭରସାରେ ଶିଶୁର ଭବିଷ୍ୟତ

 ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇଷାଦାନୀ ଗ୍ରାମପଞ୍ଚାୟତ ଅଧିନସ୍ଥ ପାଟଦରା ଅଙ୍ଗନବାଡି ପ୍ରାୟ ସମୟରେ ମନ ଇଛା ସେଣ୍ଟରକୁ ଆସୁଛଥିବା ଅଭିଯୋଗ ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର କୁନି କୁନି ଶିଶୁ ମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଅନେକ ଯୋଜନା କରୁଛନ୍ତି। କିନ୍ତୁ ତାହାର ଓଲଟା ଦୃଶ୍ୟ ଦେଖିବାକୁ ମିଲୁଛି ବୋଡ଼େନ ବ୍ଲକ କାର୍ଯ୍ୟାଳୟ ରୁ ୨୦ କିଲୋମିଟର ଦୂର ପାହାଡ ଘେରା ପାଟଦରା ରେ ଏଥିରେ କୁନି କୁନି ଶିଶୁ ମାନଙ୍କୁ ପାଠ ପଢେଇ ଭବିଷ୍ୟତ ଗଢ଼ିବା ପାଇଁ ଅଙ୍ଗନବାଡି କର୍ମୀ ମାନଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ଏଠି ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଅଙ୍ଗନବାଡ଼ି କର୍ମୀ ସପ୍ତାହକୁ ତିନିଜ଼କ୍ସ ଦିନ ଆସୁଛନ୍ତି। କେବଳ ସେତିକି ନୁହେଁ ଯୋଉ ଦିନ ଯାହା  ଖାଇବାକୁ ଦେବା କଥା ତାହା ମଧ୍ୟ ଭଲ ଭାବେ ଦେଉ ନାହାନ୍ତି।  ଆମ ପ୍ରତିନିଧି ଗତ ଶନିବାର ଦିନ ପାଟଦରା ର ଅଙ୍ଗନବାଡି ସେଣ୍ଟରକୁ ଯାଇ ଦେଖିଲେ ସେଥିରେ ଅଙ୍ଗନବାଡି କର୍ମୀ ନଥିଲେ କୁନି କୁନି ଶିଶୁ ମାନଙ୍କୁ ପଚାରିବାରୁ ଅଙ୍ଗନବାଡି ଦିଦି ବାଡୁନ କାଟିବା ପାଇଁ ଯାଇଛନ୍ତି ବୋଲି କହିଥିଲେ l ଅଙ୍ଗନବାଡି ସେଣ୍ଟର ରେ ରୋଷେଇ କର୍ମଚାରୀ ରୋଷେଇ କରିବା ସଙ୍ଗେ ସଙ୍ଗେ ପାଠ ମଧ୍ୟ ଯାହାଁ ଜାଣେ ଶିଶୁ ମାନଙ୍କୁ ପଢାଇ ଦିଏ ବୋଲି ସେ କହିଛନ୍ତି l ଏଥିରେ ପ୍ରଶ୍ନ ଉଠୁଛି ପ୍ରଶାସନର ଖାମଖିଆଲି ରେ କୁନି କୁନି ଶିଶୁ ମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି। ପୁରୁଣା ସଢା ଚାଉଳର ରନ୍ଧା ଖାଦ୍ୟ ଖାଇବା ଦିଆଯାଉଛି। ରୋଷେଇ କରିବା ପାଇଁ ରାଜ୍ୟ ସରକାର ଗ୍ୟାସ ଯୋଗାଇ ଦେଇଛନ୍ତି। ହେଳେ ଗ୍ୟାସରେ ରୋଷେଇ ନ କରି ଜାଳେଣି କାଠରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଆମେ ବୋଡେ଼ନ ସିଡ଼ିପିଓଙ୍କ ମତ ନେବା ପାଇଁ ଚେଷ୍ଟା କରିଥିଲୁ ହେଳେ ମୁଁ ତଦନ୍ତ କରିବା ପରେ ସତ୍ୟତା ପ୍ରକାଶ କରିବି ବୋଲି ସେ ତାଙ୍କ ମତ ପ୍ରକାଶ କରିଥିଲେ।

Leave A Reply

Your email address will not be published.