ଅଳ୍ପ ବର୍ଷାରେ ଜମି ରହୁଛି ଆଣ୍ଠୁଏ କାଦୁଅ 

ଦେଶ ସ୍ୱାଧୀନତା ହେବାର ଆଜକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ନିଜ ମୌଳିକ ଅଧିକାରକୁ ଖୋଜି ବୁଲୁଛନ୍ତି। ନିଜ ହକ ଅଧିକାର ପାଇଁ ବର୍ତ୍ତମାନ ମଧ୍ୟ ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଛି। ଜିଲ୍ଲା ପ୍ରଶାସନ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଳେ ଯେଉଁ ସ୍ଥାନରେ ଜନ ବସତି ସ୍ଥାପନ ହୋଇଛି। ସେହି ପାଖରେ ସରକାରଙ୍କ ଯୋଜନା ଅପହଞ୍ଚ ହୋଇ ରହିଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଗ୍ରାମପଞ୍ଚାୟତ ଅଧୀନରେ ଥିବା କୁଳିଙ୍ଗାମାଲ ଗ୍ରାମରେ ଏହି ଗ୍ରାମରେ ବର୍ତ୍ତମାନ ବି ଅନେକ ସମସ୍ୟ ଘେରି ରହିଛି। ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ଅଣ ଦେଖା କରୁଛନ୍ତି,ଗ୍ରାମବାସୀଙ୍କୁ ଯାହାର ଉଦାହରଣ ହେଉଛି ଏହି ପଡ଼ାର ଏକ ଚିତ୍ର ବର୍ତ୍ତମାନ ସ୍ଥିତିରେ ସମସ୍ତେ ଇଛା କରନ୍ତି କେମିତି କେମିତି ସ୍ୱଚ୍ଛ ଓ ପରିଛନ୍ନତା ରହିବେ ହେଳେ ଏଠାରେ ନିଜେ ସରକାର ଅବହେଳା କରୁଛନ୍ତି। ପଡ଼ାବାସୀଙ୍କ ଅଭିଯୋଗ ଅନୁଯାୟୀ ଗଲି ରାସ୍ତା ନିର୍ମାଣ ପାଇଁ ଅନେକ ଥର ସାମଗ୍ରୀ ଆଣି ରଖା ଯାଇଛି ହେଳେ କେବେ ତାହା କାର୍ଯ୍ୟ କ୍ଷମ ହୋଇ ପାରି ନାହିଁ କାଗଜପତ୍ରରେ ହିଁ କାମ ହୋଇଥିବା ଲୋକେ ଅନୁଭବ କରନ୍ତି। ଗ୍ରାମର ବିକାଶ ପାଇଁ ଆଜିକୁ ଅନେକ ବର୍ଷ ହେବ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରିବା ପରେ ମଧ୍ୟ ସବୁ ଶୁଣି ନ ଶୁଣିଲା ଭଳି ଅଭିନୟ କରୁଥିବା କଥା ଗ୍ରାମରେ ଚର୍ଚ୍ଚା ହେଉଛି। ତେଣୁକରି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥି ପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପଡ଼ାବାସୀ ଦାବି କରିଛନ୍ତି ନ ହେଳେ ବୋଡେ଼ନ ବ୍ଲକ ସମ୍ମୁଖରେ ଯାଇ ଧାରଣା ଦେବୁ ବୋଲି ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.