ନିଉଜ୍ କ୍ଳିକ୍ କଣ୍ଠରୋଧ ବିରୋଧରେ ସିପିଆଇ ର ବିକ୍ଷୋଭ

ଜୟପୁର
     ଆଜି ଜୟପୁର ମୁଖ୍ୟ ଟ୍ରାଫିକ ଛକ ଠାରେ ସିପିଆଇ କର୍ମୀ ମାନେ ଗଣମାଧ୍ୟମ ମୁକ୍ତ କର , ଗଣମାଧ୍ୟମ ସଂସ୍ଥା ନିଉଜ୍ କ୍ଳିକ୍ ର ସାମ୍ବାଦିକ ମାନଙ୍କୁ ଦେଶଦ୍ରୋହୀ ମାମଲାରେ ଗିରଫ କରିବା ପ୍ରତିବାଦରେ ମୋଦୀ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି
। ପ୍ରକାଶ ଯୋଗ୍ୟ ଯେ ୦୩.୧୦.୨୦୨୩ ରେ ନିଉଜ୍ କ୍ଳିକ୍ ଅନ୍ ଲାଇନ୍ ସମ୍ବାଦ ସଂସ୍ଥା ର ସଂସ୍ଥାପକ ପ୍ରବୀଣ ପୁରକାୟସ୍ଥ ଙ୍କ ସହ ଉର୍ମିଲେଶ୍ , ପ୍ରଣଞ୍ଜୟ ଗୁହା ଠାକୁର୍ତ୍ତା ,ଅଭିସାର ଶର୍ମା ଓ ଅନ୍ୟ ବରିଷ୍ଠ ସାମ୍ବାଦିକ ମାନଙ୍କୁ ଦିଲ୍ଲୀ ପୋଲିସ ମିଥ୍ୟା ମୋକଦ୍ଦମା ରେ ଜଡିତ କରି ଦେଶଦ୍ରୋହୀ ମାମଲା ସହ ୟୁଏପିଏ ଧାରାରେ ଗିରଫ କରିଛି। ପ୍ରକାଶ ଯୋଗ୍ୟ ଯେ ନିର୍ଭୀକ ସାମ୍ବାଦିକ ଉର୍ମିଲେଶ୍ ଙ୍କୁ ୧୯୭୫ ରେ ଇମର୍ଜେନ୍ସି କାଳରେ ମଧ୍ୟ ତତ୍ କାଳୀନ
ସରକାର ଗିରଫ କରିଥିଲା ତାଙ୍କର ସ୍ପଷ୍ଟ ବାଦିତା ଯୋଗୁଁ । ଅର୍ଥାତ୍ ଆଜି ପ୍ରମାଣିତ ହୋଇଛିଯେ ବିଜେପି ନେତୃତ୍ବରେ ମୋଦୀ ସରକାର ଜରୁରୀ କାଳୀନ ପରିସ୍ଥିତି ଠାରୁ ବି ଅଘୋଷିତ ଭୟଙ୍କର ଅବସ୍ଥା ସୃଷ୍ଟି କରି ଚାଲିଛି । ଏହି ସାମ୍ବାଦିକ ଓ ସ୍ତମ୍ଭକାର ମାନଙ୍କର ଜାତୀୟ ଆନ୍ତର୍ଜାତିୟ ସ୍ତରରେ ସୁଖ୍ୟାତି ରହିଛି । ଏମାନେ ମୋଦୀ ସରକାରର ରାଫେଲ ଦୁର୍ନୀତି ହେଉ କିଆଦାନୀ ପ୍ରକରଣ ସବୁଥିରେ ମୁଖର ହୋଇ ତଥ୍ୟ ପ୍ରମାଣ ସହ ଜନ ଦରବାରରେ ମୋଦୀ ସରକାର କୁ କାଠଗଡ଼ାରେ ଛିଡ଼ା କରେଇ ଛନ୍ତି । ଯେଉଁ ମାନେ ମୋଦୀ ସରକାର କୁ ବିରୋଧ କଲେ ସେମାନଙ୍କୁ
ଇଡି , ସିବିଆଇ, ଆଇ ଟି , ଆଦି ସଂସ୍ଥା ଦ୍ୱାରା ଗିରଫ କରି ତଣ୍ଟି ଚିପି ଦିଆଯାଉଛି । ବର୍ତ୍ତମାନ ସୁପ୍ରିମକୋର୍ଟ ବାଧ୍ୟ ହୋଇ କହିଛନ୍ତି ଦାଉ ସାଧିବା ପାଇଁ ଇଡି ସିବିଆଇ ବ୍ୟବହାର କରିପାରିବ ନାହିଁ। ମୋଦୀ ସରକାର କୁ ସୁପ୍ରିମକୋର୍ଟ କହିଛନ୍ତି ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ମିନିଷ ସିସୋଦିଆ ଙ୍କ ବିରୁଦ୍ଧରେ ପ୍ରମାଣ ଦେବା ପାଇଁ । ୟୁଏପିଏ ରେ ଗିରଫ କରି ମାସ ମାସ ଧରି ଜେଲ୍ ରେ ରଖି ଜନ ମାନସରେ ତାଙ୍କୁ ବଦନାମ କରିବା ହେଉଛି ମୋଦୀ
ସରକାର ର ନିତୀ। ମୋଦୀ ସରକାର କୁ ପାର୍ଲିଆମେଣ୍ଟ ଭିତରେ ଓ ବାହାରେ ତୀବ୍ର ସମାଲୋଚନା ଯୋଗୁଁ ଆପ୍ ସାଂସଦ ସଞ୍ଜୟ ସିଂ ଙ୍କୁ ଗିରଫ କରାଯାଇଛି । ସମ୍ବାଦ ପତ୍ର ଓ ସଂସ୍ଥା ର କଣ୍ଠ ରୋଧ ବିରୋଧରେ ଆଜି ଦେଶ ବ୍ୟାପୀ ଆନ୍ଦୋଳନ ହେଉଛି । ନିଉଜ କ୍ଳିକ୍ ସଂସ୍ଥା ଉପରେ ଆକ୍ରମଣ
କୁ ବିରୋଧ କରି ପୃଥିବୀର ଆମେରିକା, ଇଂଲଣ୍ଡ ଓ ଅନ୍ୟାନ୍ୟ ଇଉରୋପୀୟ ଦେଶ ମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ପ୍ରେସ୍ ଫ୍ରିଡମ୍ ରେ ମୋଦୀ ସରକାର ଅମଳରେ ଦେଶର ସ୍ଥାନ ନିମ୍ନଗାମୀ ହୋଇଛି ବୋଲି ବିକ୍ଷୋଭ ରେ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଜିର ବିକ୍ଷୋଭ ପ୍ରଦର୍ଶନ ର ନେତୃତ୍ବ ସର୍ବଶ୍ରୀ ଯୁଧିଷ୍ଠିର ରାଉଳ, ରାମକୃଷ୍ଣ ଦାସ, ସତ୍ୟବ୍ରତ ନନ୍ଦ, ଉମା ଶତପଥୀ,ଅଲେଖ ପାତ୍ର,ସତ୍ୟନାରାୟଣା ପ୍ରମୁଖ ନେଇଥିଲେ ।

Leave A Reply

Your email address will not be published.