ହାଟଡିହି ଘରେ ଘରେ ରାଜ୍ୟ ସରକାର ଙ୍କ ବାର୍ତ୍ତା ପହଞ୍ଚାଇବାକୁ ଅକ୍ଟୋବର ମାସ ଦୁଇ ତାରିଖ ରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ଆଜି ଆନନ୍ଦପୁର ନିର୍ବାଚନମଣ୍ଡଳୀ ହାଟଡିହି ବ୍ଲକ ରେ ପାଳିତ ହୋଇଛି | ଆନନ୍ଦପୁର ବିଧାୟକ ଭାଗିରଥି ସେଠି ଙ୍କ ନେତୃତ୍ୱ ରେ ହାଟଡିହି ବ୍ଲକ ନିକଟରୁ କେନ୍ଦୁଝର ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଶତାଧିକ ଦଳୀୟ କର୍ମୀ ମାନଙ୍କ ସହିତ ଛେନାପଦୀ କଲ୍ୟାଣ ମଣ୍ଡପ ଯାଏଁ ଏକ ଶୋଭାଯାତ୍ରା ରେ ଆସିଥିଲେ | ପରେ କଲ୍ୟାଣ ମଣ୍ଡପ ପରିସରରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇ ରାଜ୍ୟ ସରକାର ଙ୍କ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରା ଯାଇଛି।
ଏହି ପଦଯାତ୍ରାରେ ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥି ସେଠୀ , ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ , ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ , ପାଟଣା ବିଧାୟକ ଜଗନ୍ନାଥ ନାୟକ , ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର , କେନ୍ଦୁଝର ଜିଲ୍ଲା ସାଂସଦ ସୁଶ୍ରୀ ଚନ୍ଦ୍ରଣୀ ମୁର୍ମୁ , ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ମାଧବ ସର୍ଦ୍ଧାର , ବିଜେଡି ଜିଲ୍ଲା ଯୁବ ସଭାପତି ରାକେଶ ରାମ , ବିଜେଡ଼ି ନେତା ସୋମନାଥ ଦାସ , ବିଜେଡ଼ି ମହିଳା ସଭାପତି ଶ୍ରୀମତୀ ରମଣୀ ନାଏକ , ବିଜେଡି ନେତା ଅଭିମନ୍ୟୁ ସେଠୀ,ଙ୍କ ସହ ଯୁବ ବିଜୁ ଜନତା ଦଳର ସଭାପତି ଚିନ୍ମୟ କୁମାର ନାୟକ, ବିଶ୍ଵ ନାଥ ନାୟକ, ବ୍ଲକ ବିଜୁ ଜନତା ଦଳର ସଭାପତି ସୁରେନ୍ଦ୍ର କୁମାର ଜେନା, ଙ୍କ ସହ ବିଜୁ ସକ୍ରିୟ କର୍ମୀ ଭାବେ ଶଶାଙ୍କ ଶେଖର ପୁହାଣ, ସୁଧାକର ଓଝା, ଧବଳେଶ୍ଵର ପଟ୍ଟନାୟକ, ରାମ ଚନ୍ଦ୍ର ଶତପଥୀ, ବଳରାମ ସାହୁ ବ୍ଲକ ଯୁବ ଉପସଭାପତି, ନିରଞ୍ଜନ ସାହୁ, ନାରାୟଣ ବେହେରା, ଭଗବାନ ନାୟକ, ବୀରେନ ବିଶ୍ଵାଳ, ସବ୍ୟସାଚୀ ବାରିକ, ରବୀନ୍ଦ୍ର କୁମାର କୁଅଁର, ପ୍ରଦୀପ କୁମାର ଜେନା, କାମପାଳ ନାୟକ, ହରେକୃଷ୍ଣ ବେହେରା, ରାଜେନ୍ଦ୍ର ବାରିକ, ଙ୍କ ସହ ଶତାଧିକ ବିଜେଡି ନେତାଓ ନେତ୍ରୀ ଯୋଗଦେଇ ଥିଲେ।