ପଦ୍ମପୁର,୯ା୧୦ (ନ.ନ୍ୟୁ.ସ) : ମହାତ୍ମା ଗାନ୍ଧୀଜୀ ଙ୍କ ଜୟନ୍ତୀ ଠାରୁ , ବିଜୁ ଜନତା ଦଳ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ , ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଯୋଜନା ବାବଦରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦଳର ନେତୃମଣ୍ଡଳୀ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ପଦ୍ମପୁର ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନ ଓ ଲୋକପ୍ରିୟ ନେତୃତ୍ୱରେ , ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ବ୍ଲକ ଟାଲ ଗ୍ରାମରୁ ମେଳଛାମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ୪ କିଲୋମିଟର ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ବିଜୁ ଏକ୍ସପ୍ରେସ ୱେ ରେ ଟାଲ ଦୀପ୍ତିପୁର ଦେଇ ମେଳଛାମୁଣ୍ଡା ପର୍ଯ୍ୟନ୍ତ ଯିବା ବାଟରେ ଗାଁ ଦାଣ୍ଡରେ ମାଁ ମାନେ ଝୋଟି ଆଙ୍କି , କଳସ ସ୍ଥାପନ କରି ସ୍ୱାଗତ ଜଣାଇଥିଲେ । ଏହି ପଦଯାତ୍ରା ଆରମ୍ଭ ରୁ ବିଧାୟିକା ଙ୍କ ସହିତ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ଡାକ୍ତର ପ୍ରଭାସ ସିଂ ଙ୍କ ସମେତ ଦୁଇ ହଜାର ରୁ ଅଧିକ ମହିଳା ଓ ହଜାର ହଜାର କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇଥିଲେ । ପଦଯାତ୍ରା ମେଳଛାମୁଣ୍ଡା ଗ୍ରାମକୁ ପହଁଚିବା ପରେ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ପଦଯାତ୍ରା ସଭା ସ୍ଥଳ କୁ ପହଂଚିବା ପରେ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କୁ ଦଳୀୟ ନେତୃ ମଣ୍ଡଳୀ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ କାମ ଓ ଲୋକାଭିମୁଖୀ ଯୋଜନା ଗୁଡିକ ବାବଦରେ ଅବଗତ କରାଇଥିଲେ । ନିଜର ଉଦବୋଧନ ଦେଇ ବିଧାୟିକା କହିଥିଲେ ଯେ ଆପଣ ମାନେ ଏହି ପଦଯାତ୍ରା ରେ ମୋ ସହିତ ଦୀର୍ଘ ୪ କିଲୋମିଟର ଚାଲିଛନ୍ତି । ଆପଣ ମାନଙ୍କ ଭଲ ପାଇବା ମତେ ଆଗକୁ ଆପଣ ମାନଙ୍କ ପାଇଁ କାମ କରିବାକୁ ଆହୁରି ପ୍ରେରଣା ଦେବ । ଏହା ସହିତ ବିଧାୟିକା ଅଞ୍ଚଳ ର ବିକାଶ ଓ ହେଉଥିବା ଉନ୍ନୟନ ମୂଳକ କାମ ଉପରେ ଆଲୋକପାତ କରିବା ସହିତ ଅଞ୍ଚଳର ବିକାଶ ପାଇଁ ସମସ୍ତେ ମିଶି କାମ କରିବା ପାଇଁ ନିବେଦନ କରିଥିଲେ । ପୂର୍ବତନ ସାଂସଦ ତଥା ଦଳର ଜିଲ୍ଲା ସଭାପତି ଡାକ୍ତର ପ୍ରଭାସ ସିଂ , କାର୍ଯ୍ୟକାରୀ ସଭାପତି ଶ୍ରୀ ଜାପାନ ମହାପାତ୍ର, ଜୀବନ ବିନ୍ଦୁ ଜିଲ୍ଳା ସଂଯୋଜକ ଗୌର ହରି ମିଶ୍ର, ରାଜ୍ୟ ସମ୍ପାଦକ ରାଜୁ ଘିଭେଲା , ଜିଲ୍ଲା ପରିଷଦ ସଭ୍ୟା ପୂର୍ଣିମା ରଣା, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା ଓ ଅନେକ ମହିଳା ନେତ୍ରୀ ମାନେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରିବା ସହିତ ଆଗାମୀ ଅଞ୍ଚଳ ତଥା ରାଜ୍ୟ ର ବହୁମୁଖୀ ବିକାଶ ପାଇଁ ବିଧାୟିକା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ହାତ ମୁଠା କୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ପାଇଁ ନିବେଦନ କରିଥିଲେ ।