ଭଦ୍ରକ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଉପ-ଅଧିକ୍ଷକ ଶ୍ରୀମତୀ ଅନିତା ପ୍ରଧାନ, ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ଶ୍ରୀମତୀ ସୁଶ୍ରୀ ସଂଗୀତା ମହାନ୍ତି ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧୁଷୁରୀ ଥାନା ଅନ୍ତର୍ଗତ ବେତାଳିଗାଁ ବଜ଼ାର ଓ ଆରଡ଼ି ବଜ଼ାର ଅଞ୍ଚଳରେ ଚଢାଉ କରାଯାଇ ୪୯.୬୪୦ ଲିଟର ବିଦେଶୀ ମଦ, ୧୩୨.୮୦୦ ଲିଟର ବିଅର, ୧୦ ଲିଟର ଆସ୍କା ଫର୍ଟି ମଦ ଏବଂ ୨ ଗୋଟି ଫ୍ରିଜ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ କୁଳସାହି ଗ୍ରାମର ସୋମନାଥ ସାମଲ ଓରଫ କାଳିଆ, ବେତାଳିଗାଁ ଗ୍ରାମର ଵାପିନା ମଳିକ ଓ ପଙ୍କଜ ନାୟକ ଏବଂ ଆରଡ଼ି ଗ୍ରାମର ପ୍ରତାପ କୁମାର ପାଢ଼ୀ ଓରଫ ଧନ l ଜବତ ମଦ,ବିଅର ଓ ଫ୍ରିଜର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏସ୍.ଆଇ ଶ୍ରୀ ସନ୍ଦୀପ କୁମାର ପାଢ଼ୀ ଓ ରବି ବେହେରା , ଏ.ଏସ୍.ଆଇ ପ୍ରହଲ୍ଲାଦ ସାମଲ, ଦୀପକ ରାଉତ,ସନ୍ତୋଷ ଦାସ, ରମେଶ ନାୟକ ଓ ରଶ୍ମିରେଖା ଜେନା, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ଶିବପ୍ରସାଦ ସାହୁ, ସୁବାଶିଷ ରାଉତ, ମିଥୁନ ଜେନା, ସୁଦର୍ଶନ ପଲ୍ଲାଇ, ରୁଦ୍ରନାରାୟଣ ଦାସ, ଜେମାମଣୀ ଜାମୁଡା, ଶୁଭ୍ରାମିନି ଦାସ ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ କେସ ନଂ ୧୧୩,୧୧୪,୧୧୫/୨୩ ମାମଲା ରୁଜ୍ଜୁ କରାଯାଇଛି l ପାର୍ବଣ ସମୟରେ ଚୋରାମଦ ବିକ୍ରି ରୋକିବା ପାଇଁ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରାଯାଉଛି ।