ଟମକା ମଙ୍ଗଳପୁର ଚାରିଥାକିଆ ରାସ୍ତାର ଭିତି ପ୍ରସ୍ଥର ସ୍ଥାପନ ହୋଇ ଯାଇଅଛି । ଗୁରୁବାର ଦିନ କୋଇପଶି ଠାରେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଓ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ଦକ୍ଷତା ଓ ବୈଷିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡ଼ାଇ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଭୂମୀ ପୂଜନ କରିଥିଲେ । ପ୍ରଥମ ପର୍ଯ୍ୟାୟ ରେ ଟମକା ଠାରୁ ୨୫ କିମି ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଆର ଆଣ୍ଡ ବି ପକ୍ଷରୁ ୧୩୪, ୨୭ ୬୪ ୫୮୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଟେଣ୍ଡର କରାଯାଇଛି ।ଏହି ରାସ୍ତା କାର୍ଯ୍ୟ କୁ ଦୁର୍ଗା କଷ୍ଟ୍ରକସନ ଠିକାଦାର ଦୁଇବର୍ଷ ମଧ୍ୟରେ ନିର୍ମାଣ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଚୁକ୍ତି କରିଥିବା ଜଣାପଡିଛି । ୨୦୧୬ ମସିହାରେ ଗଠନ ହୋଇ ଥିବା ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠିରୁ ପ୍ରଥମ କାର୍ଯ୍ୟ ଭାବେ ଏହି ରାସ୍ତା ନିର୍ମାଣ କରିବା ନିମନ୍ତେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ ଙ୍କ ନେତୃତ୍ୟୁରେ ଅଞ୍ଚଳର ଜନପ୍ରତିନିଧି ମାନେ ଦାବୀ କରିଥିଲେ । ଦାବୀ ଯଥାର୍ଥ ହୋଇ ଥିବାରୁ ତତ୍କାଳୀନ ଜିଲ୍ଲାପାଳ ସତ୍ୟ କୁମାର ମଲିକ ଅର୍ଥ ମଞ୍ଜୁର କରିଥିବା ବେଳେ ଏହାକୁ କାର୍ଯ୍ୟ କାରୀ କରିବାରେ ଦୀର୍ଘ ଛଅ ବର୍ଷ ବିତି ଯାଇଥିଲେ ବି ଆଜି ତାର ଭିତି ପ୍ରସ୍ଥର ସ୍ଥାପନ ହୋଇ ଥିବାରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ ଓ ବର୍ତ୍ତମାନର ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଁଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ ଇ ଆଇ ସି ମନୋରଞ୍ଜନ ମିଶ୍ର, ସି ଇ ଦୁର୍ଗା ପ୍ରସାଦ ମିଶ୍ର, ଏସ ଇ ପୁର୍ଣ ଚନ୍ଦ୍ର ଦଳାଇ, ଏସ ଡ଼ିଓ ଦିଲୀପ କୁମାର ନାୟକ, ଏ ଇ ମନୋଜ କୁମାର ମାଝୀ ଉପସ୍ଥିତ ଥିବା ବେଳେ ସୁକିନ୍ଦା ବ୍ଲକ ଅଧକ୍ଷ ଦିବ୍ୟରଞ୍ଜନ ବରାଳ,ଉପାଧ୍ୟାକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ୩୭ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ଶ୍ରମିକ ନେତା ନାରାୟଣ ଚନ୍ଦ୍ର ଧିର, ବ୍ଲକ ସଭାପତି ବିବେକାନନ୍ଦ ବୋଷ, ପୂର୍ବତନ ବ୍ଲକ ଅଧକ୍ଷା ଭଗବତୀ ମହାନ୍ତ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ପାତ୍ର, କାଳିଆପାଣି ସରପଞ୍ଚ ବିକାଶ ପାତ୍ର, ରାଆଁଶୋଳ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିଶ୍ବଜିତ ମହାନ୍ତି , ଦାନଗଦୀ ବ୍ଲକ ଅଦକ୍ଷା ପ୍ରତିନିଧି ପ୍ରଦୀପ ମହାନ୍ତି , ପ୍ରମୁଖ ଉପସ୍ଥିତ ଥିଲେ ।ସୁକିନ୍ଦା ଅଞ୍ଚଳଦେଇ ତିନି ଜିଲ୍ଲାକୁ ସଂଯୋଗ କରୁଥିବା ଏହି ରାସ୍ତାର ନବିକରଣ ପାଇଁ ପୂର୍ତ୍ତ ବିଭାଗର ମନ୍ତ୍ରୀ ତାଙ୍କ ଉଦ୍ବୋଧନ ରେ ଅନେକ ସକାରତ୍ମକ କଥା କହି ସୁକିନ୍ଦା ଜନ ସାଧାରଣ ଙ୍କ ମନ ଜିଣି ଥିଲେ । ସେହିପରି ସୁକିନ୍ଦାର ବିଧାୟକ ତଥା ଗ୍ରାମ ଉନ୍ନୟନ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡେଇ ମୁଖ୍ଯ ମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକେଇଥିଲେ । ସୁକିନ୍ଦା ଜନ ସାଧାରଣ ଙ୍କ ତରଫରୁ ସେ ନିଜେ ଅନେକ ସାଧୁବାଦ ଜଣାଇଥିଲେ । ଦିର୍ଘ ଦିନର ଅପେକ୍ଷା ର ଅନ୍ତ ପରେ ସୁକିନ୍ଦା ଆଉ ଏକ ନୂତନ ସକାଳ ଦେଖିବ ବୋଲି ସେ କସିଥିଲେ ।