ମୁରିବାହାଲ ବ୍ଳକରେ ବିଜେଡ଼ି ଓ ବିଜେପିର କଡ଼ା ଟକର ହେବ

କଣ୍ଟାବାଞ୍ଜି ; ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଅଞ୍ଚଳରେ ୨୦୨୪ ନିର୍ବାଚନ ପାଇଁ ମତଦାତା ମାନେ ପୂର୍ବରୁ ନିଜ ନିଜର ପସନ୍ଦିଦାର ପାର୍ଥି ମାନଙ୍କୁ ଚୟନ କରି ସାରିଲେଣି, ସେପଟେ ନେତା ଦଳୀୟ ଆଶାୟୀ ପ୍ରାର୍ଥୀମାନେ କିଭଳି ଭାବେ ପାର୍ଟି ଟିକେଟ ହାତେଇ ପାରିବେ ତାକୁ ନେଇ ଜୋରଦାର ଅଙ୍କ କଷାକଷି ଚଳାଇଛନ୍ତି, ମୁରିବାହାଲ ବ୍ଳକ ଅଞ୍ଚଳରେ ୨୦୨୯ ନିର୍ବାଚନର ବିଜେଡ଼ିର ପାର୍ଥି ଅଜୟ ଦାସଙ୍କ ବହୁଳ ଭାବରେ ଜନସମର୍ଥନ କରୁଥିବା ଦେଖିବାକୁ ମିଳୁଥିବା ବେଳେ ପଦ୍ମକୁ ମଧ୍ୟ ଭଲ ଜନସମର୍ଥନ ରହିଥିବା ଲକ୍ଷ୍ମଣ ବାଗ ହିଁ ସଂଖ ସହିତ ଟକର ଦେବେ ବୋଲି ଯାହା ଜଣାପଡ଼ୁଛି, ଅନ୍ୟ ପକ୍ଷରେ କଂଗ୍ରେସର ପରିସ୍ଥିତି ଏହି ମୁରିବାହାଲ ବ୍ଲକରେ ଗମ୍ଭୀର ରହିଛି କାରଣ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ରହିଛନ୍ତି ମୁରିବାହାଲ ବ୍ଲକ ପାଇଁ ବିଶେଷ କିଛି କରି ପାରିଲେ ନାହିଁ, 

ଥରେ ନୁହଁ ଚାରି ଚାରିଥର ବିଧାୟକ ହେଲେଣି ତଥାପି ଏହି ବ୍ଲକର ଗମନାଗମନ ବ୍ୟବସ୍ଥା ଟିକେ କରେଇ ପାରିଲେ ନାହିଁ,  ଅନ୍ୟ ଅସୁବିଧା କଥା ଛାଡ଼ନ୍ତୁ ମୁରିବାହାଲର ପଞ୍ଚାୟତ କାର୍ଯ୍ୟାଳୟ ଟିଏ ଆଜି ପର୍ଯ୍ୟନ୍ତ କରେଇ ପାରିଲେ ନାହିଁ ବୋଲି ଅନେକ କିଛି ସଙ୍ଗିନ ଅଭିଯୋଗ ସାଲୁଜାଙ୍କ ବିରୁଦ୍ଧରେ କରି କଂଗ୍ରେସ କର୍ମକର୍ତ୍ତା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି, ଯେତେବେଳେ ଦଳୀୟ କର୍ମକର୍ତ୍ତା ଉକ୍ତ ପାର୍ଥୀଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ତେବେ ମତଦାତାଙ୍କ ମଧ୍ୟରେ ଆଉ କଣ ନେଇ କଣ ଚାଲିଥିବ ତାକୁ ଆପଣମାନେ କଳ୍ପନା କରି ପାରନ୍ତି, ସୂଚନା ଯୋଗ୍ୟ ଯେ ଗତ ୨୦୨୯ ନିର୍ବାଚନରେ ଏହି ବ୍ଲକରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକର ହୋଇଥିଲା ଓ ବିଜେଡ଼ି ତୃତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ବିଧାୟକ ନିର୍ବାଚିତ ହୋଇଥିଲେ, କିନ୍ତୁ ଏହି ବ୍ଲକରେ କୌଣସି ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ହୋଇ ନ ଥିବା ଯୋଗୁଁ କଂଗ୍ରେସ ସମର୍ଥକ ମାନେ କଂଗ୍ରେସ ଛାଡ଼ି ବିଜେଡ଼ି ଓ ବିଜେପି ଦଳରେ ସାମିଲ ହେଉଥିବା ହେତୁ କଂଗ୍ରେସର ଚାହିଦା ସମ୍ପୂର୍ଣ୍ଣ ଭାବରେ ଲୁପ୍ତ ହେବାରେ ଲାଗିଛି, କଂଗ୍ରେସର ବୈଠକ ମାନଙ୍କରେ ପୂର୍ବ ଭଲି ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳେ ନାହିଁ, ଗୋଟିଏ ପ୍ରକାର ଆମ ଆଦମି ପାର୍ଟିର ସୁରଥ ବେହେରାଙ୍କ ସ୍ଥିତି କଂଗ୍ରେସ ଠାରୁ ଭଲ ଥିବା ଅନୁମାନ କରାଯାଉଛି, ଅଜୟ ଦାସକୁ ମୁରିବାହାଲ ବ୍ଲକରେ ଅଧିକ ପସନ୍ଦ କରିବାର ମୁଖ୍ୟ କାରଣ ହେଉଛି ଯେ ସେ ନିର୍ବାଚନ ପରାଜିତ ପରେ ମଧ୍ୟ ଲୋକଙ୍କ ସେବାରେ ରହିଛି ଓ ଘରେ ଘରେ ପରିଚିତ ହୋଇଛି, ତଥା ଶିଶୁମାନଙ୍କ ଏକୋଇଶିଆ ଟିଏ କଲେ ବି ସେଠାରେ ଉପସ୍ଥିତ ରହୁଥିବା ଦେଖି ଲୋକଙ୍କ ମନରେ ସ୍ଥାନ କରି ପାରିଛି ଅଜୟ ଦାସ,

Leave A Reply

Your email address will not be published.