ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଚାଲିଛି ଶାରଦୀୟ ପାର୍ବଣ ପୂଜା ବା ଷୋଳପୂଜା । ଆଜି ସପ୍ତମୀ ତିଥି ହୋଇଥିବାରୁ ପାରମ୍ପରିକ ପ୍ରଥାନୁସାରେ ମା ଙ୍କୁ ପ୍ରସିଦ୍ଧ ସିଂହବାହିନୀ ବେଶ ରେ ସଜ୍ଜିତ କରାଯାଇଛି। ପୂର୍ବରୁ ମା ଙ୍କୁ ପାଦପଦ୍ମ , ଭୁଜ , ଧନୁ, ତୀର, କମାଣ ପ୍ରଭୁତି ଅସ୍ତ୍ରଶସ୍ତ୍ର ଲାଗି କରାଯାଇଥିଲା। ଆଜି ଷୋଡ଼ଶ ଉପଚାର ପୂଜାପଣ୍ଡା ସଞ୍ଜୟ କୁମାର ଦିକ୍ଷୀତ, ପୂଜା ପଣ୍ଡା ସୁବାସ ଚନ୍ଦ୍ର ପାଢ଼ୀ, ପାଳିଆ ସେବକ କୃଷ୍ଣ ଚନ୍ଦ୍ର ଦିକ୍ଷୀତ ପ୍ରମୁଖ ମା ଙ୍କୁ ସିଂହ ବାହିନୀ ବେଶ ରେ ସଜ୍ଜିତ କରିବା ସହିତ ମା ଙ୍କ ପୂଜା ନୀତି ଅନୁଷ୍ଠିତ କରିଥିଲେ। ସେମାନଙ୍କୁ ପୂଜା ପଣ୍ଡା ନରେଶ କୁମାର ଦିକ୍ଷୀତ, ବସନ୍ତ କୁମାର ଦୀକ୍ଷିତ, ରଘୁନାଥ ଦିକ୍ଷୀତ, ହେମନ୍ତ କୁମାର ପାଢ଼ୀ, ଅଶୋକ କୁମାର ପାଢ଼ୀ ପ୍ରମୁଖ ସହାୟତା କରିଥିଲେ।କାଠ ରେ ନିର୍ମିତ ଏକ ସିଂହ କୁ ମା ଙ୍କ ପାଦ ପାଖରେ ଏପରି ଲାଗି କରାଯାଇଛି ଯେ, ଦେଖିଲେ ଲାଗୁଛି ମା ସିଂହ ଉପରେ ବିରାଜ ମାନ କରିଛନ୍ତି। ମା ଙ୍କ ଏହି ପ୍ରସିଦ୍ଧ ବେଶ କୁ ଦର୍ଶନ କରିବାକୁ ଆଜିସଂଧ୍ୟା ରୁ ସ୍ଥାନୀୟ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ଼ ଲାଗିଛି । ବିଶ୍ୱାସ ରହିଛି ଯେ, ସିଂହ ବାହିନୀ ମା ମଙ୍ଗଳା ଙ୍କ ନିକଟରେ ଯାହା ମାନସିକ କରାଯାଇଥାଏ ତାହା ମା ଙ୍କ ଆଶ୍ରିବାଦ ରୁ ଖୁବ ଶୀଘ୍ର ପୂରଣ ହୋଇଥାଏ l ପୌରାଣିକ ମତ ଅନୁଯାୟୀ ମହିଷାସୁରକୁ ବଧ କରିବା ପାଇଁ ସମସ୍ତ ଦେବଦେବୀ ନିଜ ନିଜର ଅସ୍ତ୍ରଶସ୍ତ୍ମ ମାଙ୍କୁ ପ୍ରଦାନ କରିଥିବାବେଳେ ଆଜି ସପ୍ତମୀ ତିଥିରେ ବାହାନ ଭାବେ ପଶୁରାଜ ସିଂହକୁ ଅର୍ପଣ କରାଯଇଥିଲା l ମାତୃ ଭକ୍ତଙ୍କ ସମାଗମ ରେ ଉତ୍ସବ ମୁଖର ହୋଇଉଠିଛି କାକଟପୁର ଅଞ୍ଚଳ। ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମା ଙ୍କ ପୂଜା ନିତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ। ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପୁରୀ ଜିଲ୍ଲା ଉପାଧ୍ୟକ୍ଷ୍ୟ ସ୍ୱାଧୀନ କୁମାର ନାୟକ ଙ୍କ କର କମଳରେ ଭଜନ ସନ୍ଧ୍ୟା କୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ପରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା l