ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ପାଣିପାଗ ବିଭାଗର ସୂଚନା ମୁତବାକ, ଅବପାତ ଏବେ ପାରାଦୀପ ଠାରୁ ଦକ୍ଷିଣରେ ୬୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ଆହୁରୀ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବାର ସମ୍ଭବନା ରହିଛି । ଆଜି ମଧ୍ୟାନ ଠାରୁ ତେବେ ଅବପାତ ଉତର-ଉତରପୂର୍ବ ଦିଗରେ ଗତିକି ପଶ୍ଚିମବଙ୍ଗ ସୁନ୍ଦରବନ ଅବା ବାଂଲାଦେଶ ଉପକୂଳ ଆଡକୁ ଯିବାର ସମ୍ଭବନା ରହିଛି ।

ଆଜି ମଧ୍ୟାହ୍ନଠାରୁ ଏହି ଅବପାତଟି ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବା ସମ୍ଭାବନା ରହିଛି। ଅବପାତଟି ଗଭୀର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ଆସନ୍ତାକାଲି ମଧ୍ୟରାତ୍ର ସୁର୍ଦ୍ଧା ଗଭୀର ଅବପାତଟି ଦୁର୍ବଳ ବାତ୍ୟାର ରୂପ ନେଇପାରେ। ଏହା ବାତ୍ୟାର ରୂପ ନେବା ବେଳେ ପବନର ବେଗ ସର୍ବାଧିକ ୮୦ କିମି ରହିପାରେ। ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବା ସମ୍ଭାବନା ନାହିଁ। ବର୍ଷାର ମାତ୍ରା ମଧ୍ୟ ବିଶେଷ ରହିବ ନାହିଁ। ୨୪ ଓ ୨୫ ତାରିଖରେ ବର୍ଷାର ବିସ୍ତୁତି ସାମାନ୍ୟ ବଢ଼ିବ। ତେବେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୭ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି।

Leave A Reply

Your email address will not be published.