ବାଂଲାଦେଶକୁ ମିଳିଥିଲା ୩୮୩ ରନର ଟାର୍ଗେଟ। ଦଳ ପାଇଁ ଶେଷ ଯାଏ ଅଭିଜ୍ଞ ମହମ୍ମଦୁଲ୍ଲା ଲଢ଼େଇ କଲେ। ଚଳିତ ବିଶ୍ୱକପରେ ବାଂଲାଦେଶ ପାଇଁ ଶତକ ମଧ୍ୟ ହାସଲ କରିବାକୁ ସକ୍ଷମ ହେଲେ। କିନ୍ତୁ ଏହାର କୌଣସି ସୁଫଳ ବାଂଲାଦେଶକୁ ମିଳିନାହିଁ।
ମହମ୍ମଦୁଲ୍ଲାଙ୍କ ଲଢ଼ୁଆ ୧୧୧ ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଠାରୁ ବାଂଲାଦେଶ ୧୪୯ ରନରେ ପରାସ୍ତ ହୋଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ବିଶ୍ୱକପ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଦକ୍ଷିଣ ଆଫ୍ରିକା ୪ର୍ଥ ବିଜୟ ସହ ୨ନଂରେ ରହିଥିବା ବେଳେ ଭାରତ ପୂର୍ବଭଳି ୧୦ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ସମାନ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଖସିଛି।
କ୍ୱିଣ୍ଟନ ଡି’କକଙ୍କ ବିସ୍ଫୋରକ ୧୭୪ ଓ ହେନରିଜ କ୍ଲାସେନଙ୍କ ୯୦ ରନ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭର୍ରେ ୫ ୱିକେଟ ହରାଇ ୩୮୨ ରନ କରିଥିଲା। ଏହାର ଜବାବରେ ମହମ୍ମଦୁଲ୍ଲାଙ୍କୁ ଛାଡ଼ି ଆଉ କୌଣସି ବାଂଲାଦେଶ ବ୍ୟାଟର ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ସମ୍ମୁଖୀନ ହୋଇ ପାରି ନଥିଲା। ଶେଷରେ ପୂରା ଦଳ ୪୬.୪ ଓଭର୍ରେ ସମସ୍ତ ୱିକେଟ ହରାଇ ୨୩୩ ରନ କରିବାକୁ ସକ୍ଷମ ହୋଇଥିଲା। ବିସ୍ଫୋରକ ୧୭୪ ରନ ଇନିଂସ ଖେଳିଥିବା ଡି’କକ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି।