ରାଜ୍ୟ ସରକାର ଙ୍କ ୫ ଟି ଅଧିନରେ ଯାଉଥିବା ମୋ ପୋଲିସ୍ ର ସଫଳତାର କାର୍ଯ୍ୟ କୁ ନେଇ ସରକାର ଏବଂ ପୋଲିସ୍ ବିଭାଗ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ବାସ୍ତବରେ ସଂପୂର୍ଣ୍ଣ ଫେଲ୍ । ଯାହାର ଜ୍ଵଳନ୍ତ ଉଦାହରଣ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ରେ ଦେଖିବାକୁ ମିଳିଛି। ଅଭିଯୋଗକାରିଣୀ ଅଭିଯୋଗ କରିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ କୁ ପୋଲିସ୍ ଧରିବାରେ ସଂପୂର୍ଣ୍ଣ ଫେଲ୍ ମାରିଛି।
ଯାହା ଫଳରେ ଅଭିଯୁକ୍ତ ନିର୍ଭୟରେ ଖୁଲମଖୁଲା ବୁଲୁଛି। ସୂଚନା ଅନୁଯାୟୀ ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ଅନୁସୂଚିତ ଜାତି ସାହିର ତ୍ରଲୋକ୍ୟ ନାଏକଙ୍କ ମଝିଆଁ ପୁଅ ପ୍ରଶାନ୍ତ ନାଏକ ନିଜର ସ୍ତ୍ରୀ ଓ ପୁଅ ଝିଅ ଦୁଇଜଣ ଥାଉ ଥାଉ ଅନ୍ୟତ୍ର ବିବାହ କରିଛନ୍ତି। ସରୋଜିନୀ ଏ ସଂପର୍କରେ ରାସୋଳ ଥାନା ର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ସେ ଦୁଃଖର ସହ କହିଛନ୍ତି । ବଡ଼ ଦୁଃଖ ଆଉ ପରିତାପର ବିଷୟ କି ପୋଲିସ୍ ପ୍ରଶାନ୍ତ ଙ୍କ ୨ ୟ ବିବାହ କୁ ବନ୍ଦ୍ କରିବାରେ ସଂପୂର୍ଣ୍ଣ ଫେଲ୍ ମାରିଥିଲା ।
ଯାହା ଫଳରେ ପ୍ରଶାନ୍ତ ନିର୍ବିଘ୍ନରେ ୨ ୟ ବିବାହ କରିବା ସହ ପୋଲିସ୍ କୁ ଖାତିର୍ ନକରି ଖୁଲମଖୁଲା ବୁଲୁଥିବା ର ଦେଖିବାକୁ ମିଳୁଛି। ସରୋଜିନୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପୋଲିସ୍ ର ଏପରି ଦାୟିତ୍ଵହୀନ କାର୍ଯ୍ୟ କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୋଲିସ୍ ର ଏପରି ଦାୟିତ୍ଵହୀନ କାର୍ଯ୍ୟ ଯୋଗୁଁ ଲୋକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହା ଫଳରେ ପୋଲିସ୍ ଉପରୁ ଭରସା ତୁଟାଇ ଦେଉଛନ୍ତି ବୋଲି ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାନ୍ତ ଙ୍କ ବିରୁଦ୍ଧରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ସରୋଜିନୀ ଙ୍କୁ ନ୍ୟାୟ ପ୍ରଦାନ କରୁଛି।
ଦୀପକ କୁମାର ନାଏକ, ହିନ୍ଦୋଳ