ବାରାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଗୁରୁପୂଜନ ଉତ୍ସବ

ବାସୁଦେବପୁର ୨୬ /୧୦ ( )ପିଲାଦିନର ସ୍ମୃତି ଯୁବାବସ୍ଥାରେ ହୃଦୟକୁ ଆନ୍ଦୋଳିତ କରୁଛି । ସେହି ସମୟର ସମସ୍ତ ଘଟଣା ଆଜିବି  ମାନସପଟରେ ଉଙ୍କି ମାରୁଛି । ବିଦ୍ୟାଳୟରେ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ବାତ୍ସଲ୍ୟ ସ୍ନେହବୋଳା ଅଙ୍କୁଶ ଆଜିବି ପ୍ରତିଟି କ୍ଷେତ୍ରରେ ବାଟବଣା ନହେବା ପାଇଁ ସଜାଗ କରି ଚେତାବନୀ ଦେଇ ଆସୁଛି ବୋଲି ଗୁରୁପୂଜନ ଉତ୍ସବରେ ନିଜ ମନର କଥାକୁ ବଖାଣିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନଙ୍କ କେଇପଦ କଥାରେ ବୟସର ଅପରାହ୍ନରେ ପାଦଥାପିଥିବା ଶିକ୍ଷକଶିୟତ୍ରୀମାନେ ଅବାକ ହୋଇ ଶୁଣୁଥିବାର ପ୍ରଯତ୍ନ ସହଜରେ ବାରି ହୋଇ ପଡିଥିଲା । ବାସୁଦେବପୁର ଥାନା ଅଧିନ ଆର୍ତ୍ତୁଂ ପଞ୍ଚାୟତସ୍ଥ ବାରାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୯୯୧ ମସିହା ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୁରୁପୂଜନ ଉତ୍ସବକୁ ପାଳନ କରିଥିବା ସହିତ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାୟ,ପର୍ଶୁରାମ ବେହେରା, ଅମୂଲ୍ୟ ବେହେରା,ଜ୍ୟୋତିପ୍ରକାଶ ଲେଙ୍କା,ପୁର୍ଣ୍ଣଚନ୍ଦ୍ର ଦାଶ, ଶିକ୍ଷୟତ୍ରୀ ସୁଭଦ୍ରା କର ଓ ପିଅନ ସୀତାକାନ୍ତ ରାଉତପ୍ରମୁଖ ମଞ୍ଚାସୀନ ଥିଲେ । ବିଜୟ କୁମାର ବେହେରା  ଏହି ଉତ୍ସବ ପରିଚାଳନା କରିଥିଲେ ।

Leave A Reply

Your email address will not be published.