ଜୟପୁର ପୌରାଞ୍ଚଳର ହାନାଗୁଡାରେ ସରକାରୀ ଜାଗା ଜବର ଦଖଲ ହୋଇଛି । ଏନେଇ ଆଜି ଜୟପୁର ପୌର ପାଳିକା ତରଫରୁ ନୋଟିସ ଜାରି କରାଯାଇଛି, ଯେଉଁ ମାନେ ଘରେ ନଥିଲେ ସମାନଙ୍କ ଘର ସମ୍ମୁଖରେ ଟଙ୍ଗା ଯାଇଛି, ସାତ ଦିନ ଭିତରେ ଜବର ଦଖଲ ସ୍ଥାନ ଖାଲି ନକଲେ ପୌର ଆଇନ ଅନୁଯାଇ ଉଛେଦ କରାଯିବ ଓ ଶୃଙ୍ଖଳା ଗତ କାର୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ ବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଇଛି
ପୌରପାଳିକା ତରଫର ୬ ଏକର ଜାଗାରେ କଲ୍ୟାଣ ମଣ୍ଡପ ଓ ଗୃହ ରକ୍ଷିତ ପଶୁ ବନ୍ଧ୍ୟା କରଣ କେନ୍ଦ୍ର ପାଇ ଚିହ୍ନଟ କରାଯାଇଛି । ସେହି ଜାଗାରେ ଅଞ୍ଚଳର ବାସି ମାନେ ଜବର ଦଖଲ କରି ଘର ନିର୍ମାଣ କରୁଥିବା ଜୟପୁର ପୌର ପାଳିକା ସୁଚନା ପାଇଥିଲା । ପୌର କାଯ୍ୟନିବାହୀ
ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ଆରଆଇ ଯାଇ ହାନାଗୁଡା ଯାଇ ସମିକ୍ଷା କରିଥିଲେ । ଜବର ଦଖଲ ଉଛେଦ କରାଯାଇ କଲ୍ୟାଣ ମଣ୍ଡପ ଓ ପଶୁ ବନ୍ଧ୍ୟା କରଣ କେନ୍ଦ୍ରନିର୍ମାଣ ହେବ ବୋଲି ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ସୁଚନା ଦେଇଛନ୍ତି ।