ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଗୁରୁତର ଅସୁସ୍ଥ

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଗୁରୁତର ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଗତକାଲି ସେ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସଂଧ୍ୟାରେ ସେ ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ଦେହ ହାତ ଥରିବା ଆରମ୍ଭ କରିଥିଲା ।

ଗତ ୩୧ ତାରିଖରେ ଶ୍ରୀ ମହାନ୍ତି ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଶ୍ରୀ ମହାନ୍ତିଙ୍କୁ ମାଇଲଡ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାପଡ଼ିଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁଇ ଦିଦ ହେବ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶ୍ରୀମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସି ଥିବାରୁ ତାଙ୍କୁ ଭେଣ୍ଟିଲେଟରରୁ ଆଇସିୟୁକୁ ଅଣାଯାଇଛି। ଶ୍ରୀ ମହାନ୍ତିଙ୍କ ଅସୁସ୍ଥ ହେବା ଖବର ଶୁଣି ଶାସକ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭେଟିଛନ୍ତି।  

Leave A Reply

Your email address will not be published.