ଜଳେଶ୍ୱର- ବ୍ୟସ୍ତ ବହୁଳ ଜଳେଶ୍ୱର ସହରରେ, ଦିନକୁ ଦିନ ଝିନ୍ତାଇ ରାହାଜାନୀ ବଢ଼ିବାକୁ ଲାଗିଛି। ବୁଧବାର ସ୍ପଷ୍ଟ ଦିବାଲୋକରେ ପୁରୁଣା କୋର୍ଟ ବଜାର ସ୍ଥିତ ପଞ୍ଜାବ ନେସନାଲ ଵ୍ୟାଙ୍କ ସମ୍ମୁଖରୁ,ମହିଳା ଙ୍କ ଠାରୁ ୬୯ ହଜାର ଟଙ୍କା ଝିନ୍ତାଇ ହୋଇଛି।ଜଳେଶ୍ବର ଥାନା ଅନ୍ତର୍ଗତ ପାଇକସିଦା ଗ୍ରାମର, ରୀତା ପାଳ, ବୁଧବାର ବ୍ଯାଙ୍କ ରୁ ଆବାସ ଗୃହ ନିର୍ମାଣ,ବାଵଦରେ,ଟଙ୍କା ଉଠାଇ, ଚାଲି ଚାଲି ଯାଉଥିଲେ।ସେତିକି ବେଳେ ବ୍ଯାଙ୍କ ଠାରୁ କିଛି ଦୂରରେ,ଦୁଇ କଳା ପଲସର ବାଇକ ଆରୋହୀ ପଛ ପଟୁ, ମହିଳାଙ୍କ ଟଙ୍କା ବ୍ଯାଗ ଛଡାଇ ଚମ୍ପଟ ମାରିଥିଲେ।ଵ୍ୟାଗରେ ନଗଦ ୬୦ ହଜାର ଟଙ୍କା ସହିତ,ବ୍ଯାଙ୍କ ପାସ ବୁକ,ଦୁଇଟି ଏଟିଏମ୍ ଏବଂ ଆବଶ୍ୟକ ଜରୁରୀ କାଗଜପତ୍ର ରହିଥିଲା।ମହିଳା ଜଣକ ଏନେଇ ଜଳେଶ୍ବର ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ, ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁପ୍ତ କ୍ୟାମେରା ଯାଞ୍ଚ ସହ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଏକମାସ ତଳେ, ଜଳେଶ୍ୱର ଷ୍ଟେଟ ଵ୍ୟାଙ୍କ ସମ୍ମୁଖରେ, ନଛିମପୁର ଵିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଠାରୁ ଏପରି ଛିନ୍ତାଇ ହୋଇଥିଲା।