ସ୍ମାର୍ଟ ସିଟିରେ ବିଏମସି ରୋଗ ବାଣ୍ଟୁଛି

ଭୁବନେଶ୍ୱର : ରାଜ୍ୟ ରାଜଧାନୀ ତଥା ସ୍ମାର୍ଟ ସିଟିରେ ବିଏମସି ଏବେ ରୋଗ ବାଣ୍ଟୁଛି । ଭୁବନେଶ୍ୱରବାସୀଙ୍କ ଜୀବନ ଆଜି ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣ ସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ’  ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଅଳିଆ ଆବର୍ଜନାପୂର୍ଣ୍ଣ ଏହି କୃତ୍ରିମ ପାହାଡରୁ ନିର୍ଗତ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଗାଡକଣ, ରଙ୍ଗମାଟିଆ, ଡମଣା, ମଂଚେଶ୍ୱର ବାସିନ୍ଦାଙ୍କ ଜୀବନ ଅତିଷ୍ଠ ହୋଇପଡିଛି ।

ଏହି ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ଉତ୍କଳ ବିଶ୍ୱବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଓ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ରହିଛି । ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧାମାନେ ଅସୁସ୍ଥ ହୋଇପଡୁଛନ୍ତି । ଅସୁସ୍ଥକର ପରିବେଶ ପାଇଁ ଭକ୍ତମାନେ ସେଠାରେ ଥିବା ସର୍ବେଶ୍ୱର ମହାଦେବ ମନ୍ଦିର, ଦାସରାଜ ମନ୍ଦିରକୁ ଆସୁନଥିବାରୁ ଏହା ବନ୍ଦ ରହିଛି । ଅସୁସ୍ଥ ପରିବେଶ, ବାୟୁ ପ୍ରଦ୍ୟୁଷଣ ଓ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି ।

ଏପରିକି ଚର୍ମରୋଗ, ଶ୍ୱାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି।ସ୍ଥାନୀୟବାସିନ୍ଦାଙ୍କ ସମେତ ଭାରତୀୟ ଜନତା ପାର୍ଟୀ ତରଫରୁ ଏହାର ପ୍ରତିକାର ନିମନ୍ତେ ବାରମ୍ବାର ଦାବୀ କରାଯାଉଥିବା ସତ୍ୱେ ବିଏମସି ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଦୈା ଚିନ୍ତା ନାହିଁ । ଏହାର ପ୍ରତିବାଦରେ ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ସୈନିକ ସ୍କୁଲ ସମ୍ମୁଖରେ ସହ ସହ କାର୍ଯ୍ୟକର୍ତ୍ତା ସହ ମିଶି ଗଣଧାରଣା ଦିଆଯାଇଥିଲା।ବର୍ତମାନ ପରିସ୍ଥିତି ସଙ୍ଗୀନ ହୋଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି ।

୨୩ ବର୍ଷର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି । ଭୁବନେଶ୍ୱରର ଲୋକେ ଭୋଟ ଓ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି ।ସର୍ବସାଧାରଣରେ ସ୍ୱଚ୍ଛତା ରକ୍ଷା ପାଇଁ ସାଧାରଣଜନତାଙ୍କଠାରୁ ଟିକସ ନେଉଛନ୍ତି ପ୍ରଶାସନ ଓ ରାଜ୍ୟ ସରକାର । ଟିକସ ନେଇ ନିଜ ଦାୟୀତ୍ୱ ଭୁଲି ଯାଉଛି ବିଏମସି । ବିଏମସି ମେୟର ଭୁବନେଶ୍ୱର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦେଖା ଦେଉଛନ୍ତି ମାତ୍ର ଏଭଳି ଦୁଃଖଦ ଘଟଣା ରେ ଦେଖା ଦେଉନାହାନ୍ତି, ଅଫିସର କିଛି ଜାଣିନାହାନ୍ତି ବୋଲି କହୁଛନ୍ତି ।

ତାହେଲେ ସାଧାରଣ ଲୋକେ ଗୁହାରି କାହାକୁ କରିବେ? ଦାୟିତ୍ୱହୀନତା ଥିବା ଅଧିକାରୀମାନଙ୍କୁ ବିଏମ୍‌ସି ଦାୟିତ୍ୱ ଦେଇଛି । ସେ ସ୍ଥାନକୁ ନଗଲେ ବାସ୍ତବ ସ୍ଥିତି ଜାଣିବା ଅସମ୍ଭବ । ନବୀନ ନିବାସରୁ ବାହାରକୁ ଆସୁ ନଥିବା ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ କଷ୍ଟ ବୁଝିବେ କିପରି ? ମୁଖ୍ୟମନ୍ତ୍ରୀ, ବିଏମସି ମେୟର, କମିଶନରଙ୍କ ସହ ସେହି ଅଂଚଳକୁ ଯାଇ ତାଙ୍କ ଶାସନରେ ଲୋକେ କିଭଳି ରହୁଛନ୍ତି ତାହା ଭଲ ଭାବେ ଦେଖନ୍ତୁ। ସ୍ମାର୍ଟସିଟି ଭୁବନେଶ୍ୱରର ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତୃପକ୍ଷ ମିଳିତ ଭାବେ ଦାୟୀତ୍ୱ ନିଅନ୍ତୁ ।

Leave A Reply

Your email address will not be published.