ହାଟଡିହି, ଖବର ପ୍ରକାଶ ପାଇବା ପରେ ବିଭାଗର ଚେତା ପଶିଛି । ଆନନ୍ଦପୁର-ଭଦ୍ରକ ରାସ୍ତା ଉପରକୁ ଗଛ ଲଟା ମାଡି ଆସିବାରୁ ବାରମ୍ବାର ଦୁର୍ଘଟଣା ମାନ ଘଟି ଧନଜୀବନ ହାନୀ ଘଟୁଥିଲା। ଅଭିଯୋଗ କଲେବି ପୂର୍ତ୍ତ ବିଭାଗ କୌଣସି ପଦକ୍ଷେପ ନେଉନଥିଲା। ଏପରିକି ଗତ ୩୦ ତାରିଖ ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଏନେଇ ଅଭିଯୋଗ ହେବାପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ଆଜି ଠାରୁ ବିଭିନ୍ନ ସ୍ଥାନରେ ଗଛଲଟା ସଫା କାର୍ଯ୍ୟ ଆରମ୍ଭ କରିଛି ପୂର୍ତ୍ତ ବିଭାଗ । ଚାରିନାଳିଆ, ଶାସଙ୍ଗ ଛକ, ଦଧୂ ବାନପୁର ଆଦି ନିକଟରେ ସଫାକାର୍ଯ୍ୟ ଆରମ୍ଭ ହୋଇଛି ।