ହିନ୍ଦୋଳ ; ହାତୀ ଓ ମଣିଷ ଲଢେ଼ଇ ଭିତରେ କେତେବେଳେ ହାତୀ ର ଜୀବନ ଯାଉଛି ତ କେତେବେଳେ ମଣିଷ ର। ବାରମ୍ବାର ନୀରିହ ଲୋକ ଙ୍କ ର ଏବଂ ହାତୀ ର ମୃତ୍ୟୁ ଘଟୁଥିଲେ ମଧ୍ୟ ବନବିଭାଗ ବେଫିକର୍। ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ କନ୍ତକୁଳୁ କେନାଲ ନିକଟରେ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଶୀକାରୀ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀ ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ହିନ୍ଦୋଳ ବନବିଭାଗ ପହଂଚି ତଦନ୍ତ ଆରମ୍ଭ କରିଛି। ଗୋଟେ ପଟେ ମଣିଷ ଙ୍କୁ ସୁରକ୍ଷା ନଦେବା କାରଣରୁ ହାତୀ ଆକ୍ରମଣରେ ନିରୀହ ଲୋକଙ୍କ ପ୍ରାଣହାନି ଘଟୁଥିବା ବେଳେ ଅନ୍ୟ ପଟେ ସୁରକ୍ଷା ଅଭାବ କାରଣରୁ ହାତୀ ର ଜୀବନ ଯାଉଛି। ଯାହାକୁ ନେଇ ପରିବେଶବିତ୍ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହିନ୍ଦୋଳ ରେ ଶିକାରୀ ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଜଙ୍ଗଲୀ ଜୀବଜନ୍ତୁ ଓ ମଣିଷ ଙ୍କ ସୁରକ୍ଷା କୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ଘଟଣା ପରେ ବନବିଭାଗ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।
ଦୀପକ କୁମାର ନାଏକ, ହିନ୍ଦୋଳ