ଖବର ଆଜିର…ତାରିଖ ୧୦/୧୧/୨୩, ଶୁକ୍ରବାର

୧-ବାଣକୁ ନେଇ ତୁଟୁନି ଦ୍ୱନ୍ଦ୍ୱ, ଗ୍ରାହକ ଓ ବ୍ୟବସାୟୀଙ୍କ ଦ୍ୱନ୍ଦ୍ୱ ବଢ଼ାଉଛି କଟକଣା ଓ ଲାଇସେନ୍ସ।

୨-ଆଜି ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବ୍ଲକ ସ୍ତରୀୟ ମାସିକ ବୈଠକ, ବିଦ୍ୟାଳୟର ଶୈକ୍ଷିକ ବିକାଶ ଉପରେ ହେବ ଆଲୋଚନା।

୩-ମିଲେଟ୍ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଆୟୋଜନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ।

୪-ସମଲେଇ ପ୍ରକଳ୍ପ ସମୀକ୍ଷା କଲେ ପାଣ୍ଡିଆନ, ଡିସେମ୍ବର ୩୧ ସୁଦ୍ଧା କାମ ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ।

୫-ଜୋର ଧରିଲା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି, କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ ଆରମ୍ଭ।

୬-କେନ୍ଦ୍ରାପଡ଼ାରେ ବାଣ ଗୋଦାମରେ ଚଢଉ, ଲକ୍ଷାଧିକ ଟଙ୍କାର ବାଣ ଜବତ।

୭-ବ୍ରହ୍ମପୁରରେ ନକଲି ଘିଅ ତିଆରି ୟୁନିଟ ଠାବ, ଅଭିଯୁକ୍ତ ଗିରଫ।

୮-ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହି ପଞ୍ଚାୟତ:ଶିକ୍ଷକଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା।

୯-ଖୋଲୁଛି ଆୟୁର୍ବେଦିକ କଲେଜ ଅଧ୍ୟକ୍ଷଙ୍କ ସମ୍ପତ୍ତି ପେଡି, ପୁରୀର ପ୍ରାଇମ୍ ଲୋକେସନରେ ରହିଛି ୧୬ଟି ପ୍ଲଟ୍।

୧୦-ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ ଏହାର ପ୍ରଯୋଜିକା ସନଲିସା।

୧୧-ଯାଜପୁର ସଦର ଥାନା ବରୁହାଁ ଛକ:ବାଇକ-ଟ୍ୟାଙ୍କର ଧକ୍କାରେ ୨ ମୃତ; ଜଣେ ଗର୍ଭବତୀ ଗୁରୁତର।

୧୨-ରାଜଧାନୀର ଆପାର୍ଟମେଣ୍ଟରେ ଅପରାଧୀଙ୍କ ଉପଦ୍ରବ, ଘରେ ପଶି ବେଧଡକ କଳାକନା ବୁଲାଉଛନ୍ତି ଲୁଟେରା।

୧୩-ବିହାରର ଐତିହାସିକ ନିଷ୍ପତ୍ତି; ଜାତିଗତ ସଂରକ୍ଷଣ ସୀମା ୬୫%କୁ ବୃଦ୍ଧି।

୧୪-ଦୁବାଇ ଏୟାର ଶୋରେ ଶକ୍ତି ପ୍ରଦର୍ଶନ କରିବ ଯୁଦ୍ଧ ବିମାନ ତେଜସ୍‌‌ ଓ ଧ୍ରୁବ ହେଲିକପ୍ଟର।

୧୫-ଭାରତରେ ୨୦୨୬ ସୁଦ୍ଧା ଆରମ୍ଭ ହୋଇପାରେ E-Air Taxis ସର୍ଭିସ୍,୯୦ କି.ମି ଯାତ୍ରାକୁ ଲାଗିବ ୭ ମିନିଟ୍‌।

୧୬-ନୂଆ ଦିଲ୍ଲୀ:ଦେଶରେ ନେତାଙ୍କ ବିରୋଧରେ ରହିଛି ୫୧୭୫ଟି ମାମଲା, ଶୀଘ୍ର ରାୟ ଶୁଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ।

୧୭-ସୁପ୍ରିମକୋର୍ଟର ସମସ୍ତ ୩୪ଟି ପଦ ପୂରଣ, ଶପଥ ନେଲେ ୩ ବିଚାରପତି।

୧୮-ବିଶ୍ବକପ : ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ୫ ୱିକେଟରେ ନ୍ୟୁଜିଲାଣ୍ଡ ବିଜୟୀ।

୧୯-ଅରୁଣାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୩.୧।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.