ନକଲି ଘିଅ ପ୍ରସ୍ତୁତି କାରାଖାନା ଠାବ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ନକଲି ମସଲା ଗୁଣ୍ଡ, ଲଙ୍କାଗୁଣ୍ଡ, ଅଏଲ, ଗୁଟଖା, ଅଠା କାରଖାନା ଆଦି ଠାବ ହୋଇସାରିଥିବା ବେଳେ ଏବେ ପୁଣି ଏକ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ ହୋଇଛି । ଏହି ନକଲି କାରବାରରେ ସଂପୃକ୍ତ ଇ. ରାଜେଶ୍ବର ପାତ୍ରଙ୍କୁ ପୁଲିସ ଗିରଫ କୋର୍ଟ ଚାଲାଣ କରିଥିବା ତାଙ୍କ ସାନ ଭାଇ ଇ. କୋଟେଶ୍ବର ପାତ୍ର ବର୍ତ୍ତମାନ ଫେରାର ଥିବା ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି । ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଇ. କୋଟେଶ୍ବର ପାତ୍ର ଙ୍କୁ କାବୁ କରିବାକୁ ପୁଲିସ ଚେଷ୍ଟା ଜାରି ରହିଛି । ସୂଚନାଯୋଗ୍ୟ ଯେ,ବଡବଜାର ଥାନା ଅନ୍ତର୍ଗତ ହନୁମାନବଜାର ନିକଟରେ ଥିବା ମାଧବନଗର ଠାରେ ଶ୍ରୀମା ଦୁର୍ଗ ଘିଅ ନାମରେ ଏକ ନକଲି ଘିଅ କାରଖାନା ଚାଲୁଥିବା ପୁଲିସକୁ ଖବର ମିଳିଥିଲା ।  ସେହିକ୍ରମରେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ବଡବଜାର ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ  ପୁଲିସ ଟିମ ଗତକାଲି ସନ୍ଧ୍ୟାରେ ଏହି କାରଖାନାରେ ଚଢଉ କରିଥିଲେ । ଚଢଉ ବେଳେ କାରଖାନା ଭିତରୁ ବିପୁଳ ପରିମାଣର ନକଲି ଘିଅ ସହ କଞ୍ଚାମାଲ ଜବତ ହୋଇଥିଲା । ଅଭିଯୁକ୍ତ କୋଟେଶ୍ବର ସେହି କାରଖାନାରେ ଅତ୍ୟାଧୁନିକ ପ୍ୟାକିଂ ମେସିନ ରଖି ଅଦରକାରୀ ପଦାର୍ଥରେ ଘିଅ ପ୍ରସ୍ତୁତି କରୁଥିବା ପୁଲିସ ଜାଣିବାକୁ ପାଇଥିଲା ।  ପୋଡା ଅଏଲ, ପୋଡା ମୋବିଲ, ନିମ୍ନମାନର ଖାଇବା ତେଲ ଭଳି ସାମଗ୍ରୀରେ ବିଭିନ୍ନ ପ୍ରକାର ହାନିକାରକ ରସାୟନ ପଦାର୍ଥ ଏହି ଘିଅ ପ୍ରସ୍ତୁତ କରାଯିବା ପରେ ସେଗୁଡିକୁ ଛୋଟ ଏବଂ ବଡ ପ୍ୟାକେଟରେ ଭର୍ତ୍ତି କରାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଯାଉଥିଲା । ପୁଲିସ ସେହି କାରଖାନାରୁ ୨୦୦ ମିଲି ଲିଟର ବିଶିଷ୍ଟ ୧୦ ହଜାର ୨୦୦ଟି ଘିଅ ପ୍ୟାକେଟ, ଘିଅ ପ୍ରସ୍ତୁତ ହୋଇ ରଖାଯାଇଥିବା ୩ଟି ବଡ ହଣ୍ଡା, ଦୁର୍ଗା ଘିଅ ବ୍ରାଣ୍ଡ ଲେଖା ହୋଇଥିବା ୧୫୦୦ ଖାଲି କାର୍ଟୁନ,ଘିଅ ଭର୍ତ୍ତି ହୋଇଥିବା ୯୧ଟି ଟିଣ ଡବା, ୨ଟି ବଡ ହଣ୍ଡାରେ ରନ୍ଧା ଯାଉଥିବା ପୋଡା ତେଲ,  ୩ଟି ପ୍ୟାକିଂ ମେସିନ,, ଗୋଟିଏ ଗ୍ରାଇଣ୍ଡିଂ ମେସିନ,ଗୋଟିଏ ସିଲିଂ ମେସିନ ମା ତାରାତାରିଣୀ ସପ୍ଲାୟର୍ସ ନାମରେ ଥିବା ଅବଧି ​‌େ​‌ଶଷ ହୋଇଯାଇଥିବା ଟ୍ରେଡ ଲାଇସେନ୍ସକୁ ପୁଲିସ ଜବତ କରିଥିଲା । ମୁଖ୍ୟ ଅଭିଯୁକ୍ତ କୋଟଶ୍ବର ଖାଇବା ତେଲ ଓ ଘିଅ ବିକ୍ରି ପାଇଁ ଅନୁମତି ​ବହୁ ପୂର୍ବରୁ ଲାଇସେନ୍ସ ନେଇଥିଲେ । ହେଲେ ସେଠାରେ ନକଲି ସାମଗ୍ରୀ ପ୍ରସ୍ତୁତି କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଗୋସାଇଁନୂଆଗାଁ ହାଉସିଂବୋର୍ଡର ଇ. ରାଜେଶ୍ବର ପାତ୍ର ପୂର୍ବରୁ ନକଲି ଗୁଟଖା ପ୍ରସ୍ତୁତି କରୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା  ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିକେକ ଏମ କହିଛନ୍ତି । ​‌

Leave A Reply

Your email address will not be published.