ଏକାମ୍ର ହାଟରେ ମନ ମୋହିଲା କୁନି ପିଲାଙ୍କ ଓଡିଶୀ ନୃତ୍ୟ

ଭୁବନେଶ୍ବର  : ଏକାମ୍ର ହାଟରେ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ର ଚାଲିଥିବା ସାତ ଦିନ ବ୍ୟାପୀ ଶିଶୁମେଳା ର ଆଜି ଥିଲା ପଞ୍ଚମ ସନ୍ଧ୍ୟା । ଆଜିର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲା ମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟର ପ୍ରତିଯୋଗୀତା । ଆକର୍ଷଣୀୟ ଓଡିଶୀ ବେଶପୋଷାକରେ ସୁସଜ୍ଜିତ କୁନି କୁନି ପିଲାମାନଙ୍କର ନୃତ୍ୟ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲା।  ଆଜିର ପ୍ରତିଯୋଗୀତାର ମୁଖ୍ୟ ବିଚାରକ ମାନେଥିଲେ ଡ. ସ୍ନେହପ୍ରଭା ସାମନ୍ତରାୟ, ପୁଷ୍ପିତା ମିଶ୍ର ଓ ରଞ୍ଜିତା ପତି।  

ଆଜି ସଂନ୍ଧ୍ୟାରେ ଅତିଥିମାନେ ଥିଲେ ଓଡିଶା ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସୁଜାତା ଜେନା, ଆତ୍ମା ଖୋର୍ଦ୍ଧାର ମୁଖ୍ୟ କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଶରତ କୁମାର ପରିଡା, ସଙ୍ଗୀତ ନାଟକ ଏକାଡେମିର ସମ୍ପାଦକ ପ୍ରବୋଧ ରଥ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀ,  ସଂଳାପକାର ଡ. ରଜନୀ ରଞ୍ଜନ ଓ ବରିଷ୍ଟ ସାମ୍ବାଦିକ ମାଧବନନ୍ଦ ବେହୁରା । ଅତିଥିମାନେ  ପିକକ୍ ର ଏହି ଉଦ୍ୟମକୁ ବହୁ ପ୍ରଶଂସା କରିଥିଲେ ।   ଏହି ଅବସରରେ ରାଇମସ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କଋଥିଲେ  । ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ରାଜ୍ୟ ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରୋଟାରୀ କ୍ଲବ ୟୁନିକ, ଭୁବନେଶ୍ଵର ଓ କାନାରା ବ୍ୟାଙ୍କ।                           

ଏହି କାର୍ଯ୍ୟକ୍ରମରେ ପିକକ୍ ଶିଶୁମେଳା କମିଟିରଅଧକ୍ଷ ପ୍ରଦୋଷ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଉପସ୍ଥିତ ଥିଲେ । ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଅଳ୍ପନା ଦାସ, ଯୁଗଳ ଜେନା, ସତ୍ୟଶିବ ରଥ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସଂନ୍ଧ୍ୟାରେ କଳିଙ୍ଗାୟନ ତ୍ରୟୋ ତ୍ରିକମ, କ୍ଵିଟିକିଡ଼ ଗୃପ୍ ଓ ଲିଟିଲ ଷ୍ଟାର ଗୃପର ପିଲାମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କର ମନ ମୋହି ନେଇଥିଲା । ଏହି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ସୌମ୍ୟ ପ୍ରିୟଦର୍ଶୀ, ଆରୁଷି ଓ ଆଦ୍ୟଶା ।

Leave A Reply

Your email address will not be published.