କୁନି କୁନି ଛୁଆ ଙ୍କର ଗହଣରେ ସ୍ବର୍ଗତ ପିତାଙ୍କ ଜନ୍ମଦିନ ପାଳିଲେ ବିଧାୟିକା ବର୍ଷା 

ପଦ୍ମପୁର /ପାଇକମାଲ : ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ପାଞ୍ଚ ଥର ପଦ୍ମପୁର ଭଳି ଅନସଂରଖିତ ଆସନ ରୁ  ବିଧାୟକ ହୋଇ ପଶ୍ଚିମ ଓଡିଶାର ମଟିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପରିଥିବା ଜଣେ ଅତି ସ୍ମରଣୀୟ ବ୍ୟକ୍ତି ହେଉଛନ୍ତି ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା । ପଦ୍ମପୁର ମାଟି ର ଏହି ସୁଯୋଗ୍ୟ ସନ୍ତାନ ଙ୍କର ଆଜି ଜନ୍ମଦିନ । ଗତ ବର୍ଷ ଅକ୍ଟୋବର ମାସ 3 ତାରିଖ ରେ ତାଙ୍କର ଦେହାନ୍ତ ହେବା ପରେ ଗତ ଡିସେମ୍ବର ମାସରେ ହୋଇଥିବା ଉପନିର୍ବାଚନ ରେ ତାଙ୍କର ଜ୍ୟେଷ୍ଠ କନ୍ୟା ବର୍ଷା ସିଂ ବରିହା ଙ୍କୁ ପଦ୍ମପୁର ର ଜନସାଧାରଣ ନିଜର ବିଧାୟିକା ଭାବରେ ନିର୍ବାଚିତ କରିଥିଲେ । ନୁର୍ବାଚିତ ହେବା ପରଠାରୁ ବିଧାୟିକା ବର୍ଷା କ୍ରମାଗତ ଭାବରେ ନିଜର ନିର୍ବାଚନ ମଣ୍ଡଳୀ ର ଗାଁ ଗାଁ ବୁଲୁଥିବା ବେଳେ ଲୋକଙ୍କ ସହିତ ସମ୍ପର୍କ କୁ ସୁଦୃଢ଼ କରିବାରେ ଲାଗିଛନ୍ତି । ସେ ଯେଉଁ ଜାଗାକୁ ଗଲେ ଛୁଆ ମାନଙ୍କୁ ଦେଖିଲେ ତାଙ୍କୁ ଗେଲ କରିବା ବା ତାଙ୍କ ସହିତ ମଜା କରିବା ଆଦି ବିଧାୟିକା ଙ୍କର ଅଭ୍ୟାସ ରେ ପରିଣତ ହୋଇଗଲାଣି । ମୁଖ୍ୟତଃ କହିବାକୁ ଗଲେ ଛୁଆ ମାନଙ୍କୁ ଦେଖି ବିଧାୟିକା ତାଙ୍କ ସହିତ ମିଶି ଯାଆନ୍ତୁ । 

      ଆଜି  ନିଜର ସ୍ବର୍ଗତ ପିତା ବିଜୟ ବାବୁ ଙ୍କର ଜନ୍ମଦିନ ଅଵସର ରେ  , ମାନ୍ୟବର ବିଧାୟିକା ପହଞ୍ଚି ଥିଲେ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ କୁ । କୁନି କୁନି ଛୁଆ ମାନଙ୍କୁ ଅତି ଆଦର ରେ ନିଜ ପାଖକୁ ଡାକି ତାଙ୍କର ସହିତ କିଛି ସମୟ ମଜା କରି ଛୁଆ ମାନଙ୍କ ସହିତ ମିଶି, ନିଜର ସ୍ବର୍ଗତ ପିତା ଙ୍କର ଜନ୍ମ ଦିନର କେକ କାଟିଥିଲେ । ଏହା ପରେ ନିଜେ ବିଧାୟିକା ଛୁଆ ମାନଙ୍କୁ ମିଠା ବାଣ୍ଟି ଥିଲେ । ଏହି ଅବସରରେ ବିଧାୟିକା ଯଦିଓ ନିଜର ସ୍ବର୍ଗତ ପିତା ଙ୍କର ଶୂନ୍ୟତା କୁ ଅନୁଭବ କରୁଥିଲେ ହେଲେ ଛୁଆ ମାନଙ୍କ ସହିତ ମିଶିବା ପରେ ତାଙ୍କର ଚେହେରା ରେ ଖୁସି ସ୍ପଷ୍ଟ ଭାବର ବାରି ହେଉଥିଲା । ଏହି ଅଵସର ରେ ମାତୃ ନିକେତନ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।।

Leave A Reply

Your email address will not be published.