ପ୍ରତିଭାର ବିକାଶ ନିମନ୍ତେ ଶିଶୁମେଳା ଏକ ଉତ୍ତମ ମାଧ୍ୟମ

ଭୁବନେଶ୍ବର :  ପିଲାମାନେ ଭଲ ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ପିଲାମାନଙ୍କୁ ସୁନାଗରିକ ରୂପେ ଗଢି ତୋଳିବାପାଇଁ ଉଭୟ ପରିବାର ଓ ବିଦ୍ୟାଳୟ ସ୍ତରରେ ପ୍ରୟାସ ଜାରୀ ରହିବା ଉଚିତ୍ । ଏହା ସହିତ ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ଉଚିତ ବୋଲି ପିକକ୍ ଶିଶୁମେଳା ର ଉଦଯାପନୀ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତଦେଇଛନ୍ତି ।

ସାତଦିନ ଧରି ଚାଲିଥିବା ୩୪ ତମ ପିକକ୍ ଶିଶୁମେଳା ଆଜି ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଯାପିତ ହୋଇଥିଲା । ଶିଶୁ ମାନଙ୍କର ଅନ୍ତର୍ନିନିତ ପ୍ରତିଭାର ବିକାଶ ନିମନ୍ତେ ପିକକ୍ ଶିଶୁମେଳା ର ଖୋଲାମଞ୍ଚ ଏକ ଉତ୍ତମ ମାଧ୍ୟମ ରୂପେ କାର୍ଯ୍ୟ କରିଥିଲା । ସାତଦିନ ବ୍ୟାପୀ ଚାଲିଥିବା ଏହି ମେଳାରେ  ବହୁ ପ୍ରତିଭାବାନ ପିଲାମାନେ ନିଜର ପ୍ରତିଭାର ପରିଚୟ ଦେଇଥିଲେ ।

ଆଜି ପିକକ୍ ଶିଶୁମେଳା ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଶ୍ରୀଯୁକ୍ତ ଡ. ଡି ପି  ଚୌଧୁରୀ କହିଥିଲେ ଯେ ଆମେ ସମସ୍ତେ ଶିଶୁ ମାନଙ୍କର ସାମାଜିକ ସୁରକ୍ଷା ଉପରେ ଗୁରୁତ୍ଵ ଦେବା ଉଚିତ ଓ ସମସ୍ତ ଶିଶୁ ମାନଙ୍କର ଉନ୍ନତି ପାଇଁ ଚେଷ୍ଟା କରିବା ଉଚିତ୍। ସମ୍ମାନିତ ଅତିଥିଭାବେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଓ ଯୁଗ୍ମ ସଚିବ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ପିତାମାତା ପିଲାମାନଙ୍କୁ ସୁରକ୍ଷିତ ରଖିବା ସହିତ ସେମାନଙ୍କୁ ପବିତ୍ର ରଖିବାକୁ ପରାମର୍ଶ ଦେଇଥିଲେ ଏବଂ ପିତାମାତା ମାନେ ମଧ୍ୟ ପିଲାମାନଙ୍କର ଇଚ୍ଛା ଓ ରୁଚିକୁ ସମ୍ମାନ ଦେବା ଉଚିତ ବୋଲି କହିଥିଲେ ।

ଓଡିଶା ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସସ୍ମିତା ନନ୍ଦ ଓ ରୁବି ବିଶ୍ଵାଳ ପିଲାମାନଙ୍କୁ ପାଠପଢା ସହିତ ନିଜ ଭିତରର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ମଧ୍ୟ ଚେଷ୍ଟା କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ।  ରାଜ୍ୟ ଶ୍ରମ କମିଶନର ଡ. ଏନ. ତିରୁମଲ ନାୟକ (ଆଇଏସ), ସବୁପିଲାମାନେ ସମାନ ସୁଯୋଗ ପାଇବା ଉଚିତ ବୋଲି ନିଜ ବକ୍ତବ୍ୟରେ କହିଥିଲେ ଓ ପିଲାମାନଙ୍କୁ ନିଜର ଉନ୍ନତ ଭବିଷ୍ୟତ ପାଇଁ ବର୍ତ୍ତମାନରୁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବତ୍ତନ ବରିଷ୍ଟ ପ୍ରଶାସକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ (ଆଇଏସ),  ପିଲାମାନଙ୍କୁ ଉତ୍ସାହିତ କରି ନିଜ ଜୀବନକୁ ନିଜ ଇଚ୍ଛା ମୁତାବକ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫର ଶିଶୁ ସୁରକ୍ଷା ବିଶେଷଜ୍ଞ ମାନ୍ନା ବିଶ୍ବାସ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ ।

ପିକକ୍ ଶିଶୁମେଳା କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବ ରେ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ।  ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ ଅଧକ୍ଷା ଡଃ ମୀନାକ୍ଷୀ ପଣ୍ଡା, ପିକକ ର ଯୁଗ୍ମ ସମ୍ପାଦକ ବନ୍ଦିତା ଦାସ ଓ ସଦସ୍ୟା ଶର୍ମିଳା ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ଓ କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।  

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବହୁ ପ୍ରତିଭାବାନ ଶିଶୁଙ୍କୁ ସମ୍ମାନିତ କରଯାଇଥିଲା । ସାବିତ୍ରୀ ନାୟକଙ୍କୁ ସାହସିକତା ପାଇଁ “ବାଜିରାଉତ ସ୍ମାରକୀ ସମ୍ମାନ ୨୦୨୩”ରିଶିତା ସାମନ୍ତରାୟଙ୍କୁ ସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ ୨୦୨୩ଶିଫା ପ୍ରିଜମଙ୍କୁ  “ପ୍ରଫୁଲ୍ଲ ଚନ୍ଦ୍ର ଦାସ ଶିଶୁ ପ୍ରତିଭା ସମ୍ମାନ ୨୦୨୩”ତାପସ କୁମାର ଷଢଙ୍ଗୀଙ୍କୁ “ଡାଃ ଶରତ ପୂଜାରୀ ସ୍ମାରକୀ ସମ୍ମାନ ୨୦୨୩”, ସସ୍ମିତା ଭୋଇଙ୍କୁ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ ୨୦୨୩”, ପ୍ରିୟଙ୍କରୀ ମୁଦୁଲୀଙ୍କୁ “ସୁଷମା ମହାପାତ୍ର ସ୍ମାରକୀ ସମ୍ମାନ  ୨୦୨୩”,  ଜୟନା ଦାସଙ୍କୁ ”ବେବି ଅଫ ଦି ଇୟର ୨୦୨୩” ରେ ସମ୍ମାନିତ କରଯାଇଥିଲା ।  

ସେହିପରି ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରଯାଇଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପଟ୍ଟନାୟକଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ ୨୦୨୩”, ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶିବ ମହାନ୍ତିଙ୍କୁ “ସ୍ୱରୂପ ଜେନା ସ୍ମାରକୀ ସମ୍ମାନ ୨୦୨୩”, ଶ୍ରୀଯୁକ୍ତ ଶୁଭ ନାରାୟଣ ଶତପଥୀଙ୍କୁ  “ଶିଶୁ ସାଥି ସମ୍ମାନ ୨୦୨୩”, ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ରଙ୍କୁ ସମାଜସେବା ପାଇଁ “ଡାଃ ପ୍ରଫୁଲ୍ଲଚନ୍ଦ୍ର ଦାସ ଶିଶୁ ଅଧିକାର ସୁରକ୍ଷା ସମ୍ମାନ ୨୦୨୩” ତଥା ମହିଳା ପ୍ରତିନିଧି ଶ୍ରୀମତୀ ରମାଲତା ନାୟକଙ୍କୁ “ଆରାଧନା ନନ୍ଦ ସ୍ମାରକୀ  ସମ୍ମାନ ୨୦୨୩” ରେ ସମ୍ମାନିତ କରଯାଇଥିଲା । କୌତୁକ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା ।

ସତଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ରୋଟାରୀ କ୍ଲବ ଅଫ ୟୁନିକ, ଭୁବନେଶ୍ଵର ସହଯୋଗ କରିଥିଲେ। ବିଭିନ୍ନ ଦିବସରେ ପୂର୍ବତନ ବରିଷ୍ଟ ପ୍ରଶାସକ ପ୍ରଦୀପ କୁମାର ବିଶ୍ଵାଳ ଓ ସଂଗୀତ ନାଟକ ସଚିବ ଏକାଡେମୀର ପ୍ରବୋଧ ରଥ ଉପସ୍ଥିତ ଥିଲେ ।   ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଅଳ୍ପନା ଦାସ, ସତ୍ୟଶିବ ରଥ, ସୁମିତ୍ରା ମହାନ୍ତି, ଉପମା ମହାନ୍ତି, ବିନୋଦ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଦିଆ କିରନ, ସୌମ୍ୟ ପ୍ରିୟଦର୍ଶୀ, ଆରୁଷି ଓ ଆଦ୍ୟଶା ।   

ପରିଶେଷର ଭିକି ଡ୍ୟାନ୍ସ ଗୃପ, ଉଦ୍ର, କୋକିଲା ଡ୍ୟାନ୍ସ ଗୃପ, କ୍ଯାପିଟ୍ଯାଲ ହାଇ ସ୍କୁଲ  ହଷ୍ଟେଲ ଗୃପ, ଲିଟଲଷ୍ଟାର, ପୁରୁଣାଝିଇଣ୍ଟ ଆଡ଼ୋଲେସେଣ୍ଟ, ମହାକାଳେଶ୍ଵର, ଚେତନା, ଲକ୍ଷ୍ୟ ଡାନ୍ସ ଗୃପର, ମୋ ସ୍କୁଲ ମୋ ପ୍ରେଷ୍ତିଜ ଶିଶୁ କଳାକାର ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା   ।    

Leave A Reply

Your email address will not be published.