ସକାଳର ଖବର, ୨୪-ନଭେମ୍ବର-୨୦୨୩, ଶୁକ୍ରବାର


➡️୧-ଆଜି ପଞ୍ଚୁକର ଦ୍ବିତୀୟ ଦିନ, ଶ୍ରୀମନ୍ଦିରରେ ବାଙ୍କଚୁଡ଼ ବେଶରେ ଦର୍ଶନ ଦେବେ ମହାପ୍ରଭୁ l ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତିମିଳେ ବୋଲି ବିଶ୍ୱାସ ରହିଛି।

➡️୨-ଆଜି କାର୍ତିକ ମାସର ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ତୁଳସୀ ଙ୍କ ବିବାହ ଭଗବାନ ବିଷ୍ଣୁଙ୍କ ଅବତାର ଶାଳଗ୍ରାମଙ୍କ ସହିତ କରାଯାଇ ଥାଏ l ଶାସ୍ତ୍ର ଅନୁସାରେ ତୁଳସୀ ବିବାହର ଆୟୋଜନ କରିବା ଖୁବ ଶୁଭ ହୋଇଥାଏ l

➡️୩-ଶ୍ରୀଜଗନ୍ନାଥ ଅର୍ନ୍ତଜାତୀୟ ବିମାନବନ୍ଦରକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟର ସବୁଜ ସଙ୍କେତ ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଜମି ଅଧିଗ୍ରହଣ ପ୍ରକ୍ରିୟା। ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦେଲେ ଅନୁମତି l

➡️୪-ମଥୁରାରେ ମୀରାବାଈଙ୍କ ଜନ୍ମୋତ୍ସବରେ ସାମିଲ ହେଲେ ପିଏମ ମୋଦୀ, ଜାରି କଲେ ଡାକ ଟିକଟ ଏବଂ ୫୨୫ ଟଙ୍କିଆ ମୁଦ୍ରା l

➡️୫-ଖୁବଶୀଘ୍ର ରାଜ୍ୟରେ ଯେଉଁମାନେ ବ୍ୟାଟେରିଚାଳିତ ଗାଡ଼ି (ଇ-ଯାନ)କିଣିବେ ସେମାନଙ୍କୁ ସବ୍‌ସିଡି ଦେବାକୁ ରାଜ୍ୟ ସରକାର ଓଡ଼ିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଆଣୁଛନ୍ତି l

➡️୬-ଓଡିଆ ଦୈନିକ ଖବରକାଗଜ ଧରିତ୍ରୀ ତରଫରୁ ଆୟୋଜିତ ହେଉଥିବା ୟୁଥ୍ କନକ୍ଲେଭରେ ଆଜି ଯୋଗଦେବେ ଅଭିନେତା ତଥା ସମାଜସେବୀ ସୋନୁ ସୁଦ l

➡️୭-ଦେଶର ପ୍ରଥମ ମହିଳା ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ଫାତିମା ବିବିଙ୍କ ୯୬ ବର୍ଷ ବୟସରେ ହେଲା ପରଲୋକ l

➡️୮-ଏଣିକି ଓଡ଼ିଶା କାଜୁର ସ୍ବାଦ ଚାଖିବେ ବାଲାଂଦେଶବାସୀ। ପ୍ରଥମଥର ଲାଗି କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ କର୍ତ୍ତୃପକ୍ଷ (ଆପେଡା) ସହଯୋଗରେ ଗଲା ଦୁଇ ଟନ୍‌ କାଜୁ ବାଂଲାଦେଶ l

➡️୯-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କଲେ ସୁଜାତା କାର୍ତ୍ତିକେୟନ୍ l

➡️୧୦-ତିରୁଚିରାପଲ୍ଲୀର ପ୍ରଣବ ଜୁଏଲର୍ସ ବିରୋଧରେ ଆସିଥିବା ୧୦୦ କୋଟି ପଞ୍ଜି ସ୍କାମ ଲିଙ୍କରେ ପ୍ରକାଶ ରାଜଙ୍କୁ ଇଡି ସମନ୍। ଆସନ୍ତା ସପ୍ତାହରେ ଚେନ୍ନାଇରେ ହାଜର ହେବା ପାଇଁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) l

➡️୧୧-ବୌଦ୍ଧ ଜିଲ୍ଲା ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଦେଲେ ଅନୁମୋଦନ, ୩୨୪ କୋଟି ଟଙ୍କା କଲେ ମଞ୍ଜୁର l

➡️୧୨-ପିଏଚଡି ଡିଗ୍ରୀ ହାସଲ କରିଥିବା ପ୍ରଥମ କିନ୍ନର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର ଦୀପା ସାହୁ।

➡️୧୩-ଡିସେମ୍ବର ୧ରେ କଂଗ୍ରେସର ତୁଳସୀ ଯାତ୍ରା: କଂଗ୍ରେସ ଭବନରେ ପୁରୀ ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ହେବେ ଏକାଠି l

➡️୧୪-ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପକେଟ୍‌ମାର ଓ ଅଶୁଭ ବ୍ୟକ୍ତି କହିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପଡିଲା ମହଙ୍ଗା, ନିର୍ବାଚନ କମିସନଙ୍କ ହେଲା ନୋଟିସ୍‌ l

➡️୧୫-ରାଜସ୍ଥାନରେ ସରିଲା ନିର୍ବାଚନ ପ୍ରଚାର, ଶନିବାର ଦିନ ହେବ ମତଦାନ, କଂଗ୍ରେସ ଓ ବିଜେପି ପାଇଁ ଅଗ୍ନିପରୀକ୍ଷା l

➡️୧୬-ହମାସ ଆତଙ୍କବାଦୀମାନେ ଗାଜା ବାହାରେ ଯେଉଁଠି ଥାଆନ୍ତୁ ସେମାନଙ୍କୁ ଠାବ କରିବା ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଶର ଗୁଇନ୍ଦା ଏଜେନ୍ସି ମୋସାଦକୁ ଦେଲେ ନିର୍ଦ୍ଦେଶ l

➡️୧୭-ବିଶ୍ୱକପ୍ ପରାଜୟର କ୍ଷତରେ ସାମାନ୍ୟ ମଲମ ଦେଲା ଟି-ଟ୍ୱେଣ୍ଟି ବିଜୟ l ବିଶାଖାପାଟଣାରେ ରନ୍ ବର୍ଷା, ଗର୍ଜିଲା ସୂର୍ଯ୍ୟ ଓ ଇଶାନଙ୍କ ବ୍ୟାଟ୍ l ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨ ୱିକେଟରେ ଭାରତ ପରାସ୍ତ କରି ବାଜି ମାରିଲା ଭାରତ।

➡️୧୮-ଟିମ୍ ଇଣ୍ଡିଆ ପୂର୍ବତନ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ବିରୋଧରେ ଠକେଇ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ l

➡️୧୯-ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟ ପରେ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ଥିବା ଭିଭିଏସ୍ ଲକ୍ଷ୍ମଣ ହେବେ ଏବେ ଭାରତୀୟ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ l

Leave A Reply

Your email address will not be published.