କଣ୍ଟାବାଞ୍ଜି ପୁଲିସକୁ ସଫଳତା: ପିକଅପ ସହ ଲକ୍ଷାଧିକ ଟଙ୍କାର ଚୋରି ସମାଗ୍ରୀ ଜବତ

କଣ୍ଟାବାଞ୍ଜି ;  ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଅଲିଶାନ ଲାଇଫ ଷ୍ଟାଇଲ ନିକଟସ୍ଥ ଗୋକୁଳ ଧାମ ନିକଟରେ ଥିବା ଲକ୍ଷ୍ମୀ ସପ ଗୋଡ଼ାଉନ ଠାରୁ ଗତ ୨୧ ତାରିଖ ରାତିରେ ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ ଅଶୋକ ଅଗ୍ରୱାଲ, ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ଥାନା ଅଧିକାରିଣୀ ଶ୍ରୀମତୀ ରଶ୍ମିତା ବେହେରା ଏସ.ଆଇ ସୁରେନ୍ଦ୍ର ଛତ୍ରୀଆ. ଏ.ଏସ.ଆଇ. ଇଶ୍ୱର ଚନ୍ଦ୍ର ମାଝି. ବି. ସାହୁ. ଚ.ଏସ. ବାଗ. ଗୃହରକ୍ଷୀ ବାହିନୀର ଜେ. ଖୁରା. ଗୋକୁଳ ପ୍ରମୁଖଙ୍କୁ ନେଇ ଏକ ଦଳ ଗଠନ କରି ଶ୍ରୀମତୀ ବେହେରା ଚୋର ମାନଙ୍କୁ ଧରିବାକୁ ପ୍ରୟାସ ଚଳାଇଥିବା ବେଳେ, ମଙ୍ଗଳବାର ଦିନ ବେଳପଡ଼ା ଥାନା ଅନ୍ତର୍ଗତ ମଧ୍ୟପୁର ଗାଁ ନିକଟରେ ଏକ ପିକଅପ ଭେନ ଦୁର୍ଘଟଣା ଘଟି ଜଣେ ଆହତ ହୋଇଥିବା ସୂଚନା ପାଇଥିଲା କଣ୍ଟାବାଞ୍ଜି ପୁଲିସ, ବେଳପଡ଼ା ପୁଲିସ ସାହାର୍ଯ୍ୟ କ୍ରମେ ଉକ୍ତ ବ୍ୟକ୍ତି ମାନଙ୍କୁ ପଚରା ଉଚରା କଲାପରେ ଜଣା ପଡ଼ିଥିଲା ଯେ କଣ୍ଟାବାଞ୍ଜିରୁ ଯେଉଁ ସବୁ ଚୋରି ହୋଇଥିଲା ସେହି ଚୋରି ଘଟଣାରେ ଉକ୍ତ ବ୍ୟକ୍ତି ମାନେ ସମ୍ପୃକ୍ତ ଥିବା, ଚଟୁଅନଖା କଲୋନୀ ପଡ଼ା ହନୀଫ ଖାଁଙ୍କ ପୁଅ ଆରିଫ ଖାଁ (୨୦) ବୈଚନ୍ଦ୍ର ପୁଟେଲଙ୍କ ପୁଅ ବବଲୁ ପୁଟେଲ (୨୧) ଡ଼ଙ୍ଗାମରା ଗାଁ’ର ସ୍ୱର୍ଗୀୟ ଘନ ବାଗଙ୍କ ପୁଅ ରୂପଧର ବାଗ (୨୦) ପାଟଣାଗଡ଼ ଥାନା ଅଞ୍ଚଳର ବଳିଆଭଟା ଗାଁ’ର ସନ୍ତୋଷ ବରିହାଙ୍କ ପୁଅ ନୀଳମଣି ବରିହା (୨୭) କୁ ପୁଲିସ କାବୁ କରିବାରେ ସଫଳ ହୋଇଛି, ଏମାନଙ୍କ ଠାରୁ ଦୁଇଟି ପିକଅପ ଭେନ. ଗୋଟିଏ ଏଚ.ଏଫ. ଡ଼ିଲକ୍ସ ମୋଟର ସାଇକେଲ. ଗୋଟିଏ ଏଲ.ଇ.ଡ଼ି. ଟିଭି. ପ୍ରିଣ୍ଟର ମେସିନ. ଜେରକ୍ସ ମେସିନ. ରୂପା ହନୁମାନ ମୂର୍ତ୍ତି. ଗୋଟିଏ ଇନଭରଟର. ଗୋଟିଏ ବେଟରି ଷ୍ଟାପଲେଜର ଇତ୍ୟାଦି ଜବତ କରାଯାଇଛି, ଆଜି କଣ୍ଟାବାଞ୍ଜି ଥାନାରେ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଶ୍ରୀ ଗୌରାଙ୍ଗ ଚରଣ ସାହୁ ପ୍ରକାଶ କରିଛନ୍ତି, ଓ ଚାରି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି 

Leave A Reply

Your email address will not be published.