ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ କଟକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି କଟକ ବାଲିଯାତ୍ରା। ଏହା ଆଜି ଶେଷ ହେବାର ଥିଲା। ତେବେ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନ ବଢ଼ାଇ ଦେଇଥିବାରୁ ଏହା ଆସନ୍ତାକାଲି ଶେଷ ହେବ।