ଟାଙ୍ଗି ; ମାଙ୍କେଡ଼ା ମାଫିଆ ମାଲେ ମାଲ ସରକାର ବେହାଲ
କଥାରେ ଅଛି ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପଡା କାଟ୍ ନ୍ୟାୟରେ କେବେ ବି ସୁଧୁରିବେନି ବନ ବିଭାଗ ଅଧୂକାରୀ । ମାଙ୍କଡ଼ା ଚୋରା ଚାଲାଣ ରାଜ୍ୟ ରାଜସ୍ବ ଲୁଟର ମୁଖ୍ୟ କାରଣ ହୋଇଥିବା ବେଳେ ଏନେଇ ଲଗାତାର ଖବର ପ୍ରସାରଣ କରି ଆସୁଥିଲେ ମଧ୍ୟ ଅଧିକାରୀ ମାନଙ୍କର ବୋଧେ ଖବର କୁ ପର୍ବାଏ ନାହିଁ । ମାଫିଆଙ୍କ ସହ ହାତ ମିଶାଇ ରାଜ୍ୟ ଟାକୁ ବୋଧହୁଏ ଆଉ କିଛି ଦିନ ଭିତରେ ବିକ୍ରି କରିଦେବେ ? କାରଣ ମାଫିଆ, ବନ ଅଧୂକାରୀ ଏବଂ ତହସିଲ ଏ ସମସ୍ତଙ୍କ ମିଲିଭଗତ ରେ ହେଉଛି ମାଙ୍କଡ଼ା ପଥର ଲୁଟ। ସବୁ ଜାଣି ମାଫିଆଙ୍କ ସହ ହାତ ମିଶାଇ ରାଜ୍ୟ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ କୁ ଏମାନେ ବୁଡ଼େଇ ବାକୁ ବସିଛନ୍ତି। ଯେଉଁଥି ପାଇଁ ମାଫିଆ ମାନେ ଏବେ ଲଗାମଛଡ଼ା ହୋଇ ପଡିଛନ୍ତି । ନା କାହାକୁ ଡର ଅଛି ନା କାହାକୁ ଭୟ ଅଛି । ଦିନ ରାତି ସେମାନଙ୍କ ପାଇଁ ଏକ ସେମାନଙ୍କର ଗୋଟିଏ ଲକ୍ଷ ଆମେ ଖାଉଛୁ ଆଉ ତୁମକୁ ବି ଦେଉଛୁ । ଆମ ଖାଦାନକୁ ଆସିବନି କି ଆମ ଗାଡିକୁ ରାସ୍ତାରେ ଧରିବନି । ଆମେ ନେତାଙ୍କ ଲୋକ ଆମର ବହୁତ ପାଓ୍ବାର, ଆମ ସହ ପଙ୍ଗା ନେବନି, ଯାହା ହେବ ମାସିକିଆ ଅଫିସକୁ ଦିଆଯିବ ।ପ୍ରସଙ୍ଗକ୍ରମେ କଟକ ଜିଲ୍ଲା ଟାଙ୍ଗି ମଣିଆ ଅଞ୍ଚଳରେ ଏବେମାତିଛନ୍ତି ମାଙ୍କଡ଼ା ପଥର ମାଫିଆ। ନିଜର ପୈତୃକ ସମ୍ପତ୍ତି ମଣି ଲୁଟୁଛରି ହଜାର ହଜାର ଟ୍ରିପ ମାଙ୍କଡ଼ା । ରାତି ଏବଂ ଦିନ ତମାମ ସ୍ଥାନୀୟ ତହସିଲଦାର ଏବଂ ବନ ବିଭାଗ ଆଖରେ ଆଙ୍ଗୁଠି ଗେଞ୍ଜି ମାଙ୍କଡ଼ା ପଥର ଜାତୀୟ ରାଜପଥ ଦେଇ ବାହାରକୁ ଚୋରା ଚାଲାଣ କରୁଛନ୍ତି ।
ଏପଟେ ସବୁ ଦେଖୁ ନଦେଖୁବାର ଡ୍ରାମା କରନ୍ତି ଦାୟିତ୍ବରେ ଥିବା ବନ ଅଧିକାରୀଙ୍କ ସହ ସ୍ଥାନୀୟ ତହସିଲଦାର। ଦୈନିକ ଏହି ମୌଜାରୁ କୋଟି କୋଟି ଟଙ୍କାର ମାଙ୍କଡ଼ା ପଥର କଟାଯାଇ ବଡବଡ ଟ୍ରକ ଏବଂ ଆଇଚର୍ ଗାଢି ସାହାଯ୍ୟରେ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ କାହିଁକି ଅଧିକାରୀ ମାନେ ଚୁପ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସୂଚନା ଥାଉକି କଟକ ଜିଲ୍ଲା ବୈରୀ ଡାଲିଜୋଡା ଫରେଷ୍ଟ ଅଧୁନ ଟାଙ୍ଗି-ଚୌଦ୍ଵାର ସର୍କଲ ଅନ୍ତର୍ଗତ ଉଛପଦା ଗ୍ରାମ ପଞ୍ଚାୟତ ର ମଣିଆ ମୌଜା ରୁ ଦିନ ରାତି ଏକ କରି ବେଆଇନ ଭାବେ ପାଓ୍ବାରଟିଲର ସାହାଯ୍ୟରେ ମାଫିଆ ମାନେ ମାଙ୍କଡ଼ା କାଟୁଛନ୍ତି। ଶହ ଶହ ଫୁଟ ର ପୋଖରୀ ପରି ଗଭୀରତା କରି ବଡ ବଡ ଟ୍ରକ ଏବଂ ଆଇଚର୍ ଗାଡି ସାହାଯ୍ୟରେ ଲୋଡ କରି ଛତିଆ ବୈରୀ ଦେଇ ବାହାରକୁ ଚାଲାଣ କରୁଛନ୍ତି । ଖାଦାନ ଗୁଡିକ ସରକାରୀ ସ୍ତରରେ ଲିଜ ହୋଇ ନଥିବା ବେଳେ ମନଇଚ୍ଛା ଲୁଟ କରୁଛନ୍ତି । ମଣିଆ ମୌଜା ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ପ୍ଲଟରେ ମାଙ୍କଡ଼ା କଟାଯାଉଛି।ଯାହା ଫଳରେ ଉକ୍ତ ସ୍ଥାନରେ ୫୦ ରୁ ଉର୍ଦ୍ଧ ବଡ ବଡ ପୋଖରୀ ମଧ୍ଯ ସୃଷ୍ଟି ହୋଇଛି । ସନ୍ଧ୍ୟା ସମୟ ହେଲେ ଦୈନିକ ୨୦୦ରୁ ଉର୍ଦ୍ଧ୍ବ ଟ୍ରକ ଲୋଡ଼ ହେବା ସହ ୫୦ରୁ ଉର୍ଦ୍ଧ୍ବ ପାଓ୍ବାରଟିଲରରେ ମାଙ୍କଡ଼ା କଟାଯାଉଛି । ଉକ୍ତ ମୌଜାର ଜମିର କିସମ ଜଙ୍ଗଲ, ଅନାବାଦୀ, ଗୋଚର, ପତିତ ଥିବା ବେଳେ ଏସବୁର ଦାଇତ୍ବ ସରକାର ବନ ବିଭାଗ ଅଧିକାରୀ ଏବଂ ତହସିଲକୁ ଦେଇଛନ୍ତି । ହେଲେ ଉକ୍ତ ଜମିକୁ ସୁରକ୍ଷା ଦେବା ବଦଳରେ ଚୋରି ହେଉଥିବା ମାଙ୍କଡ଼ା ସହ ମାଫିଆଙ୍କୁ ସୁରକ୍ଷା ଦେଉଥୁବାର ସ୍ପଷ୍ଟ ପ୍ରମାଣ କରୁଛି ଲୁଟ ହୋଇଥିବା ସ୍ଥାନ ଗୁଡିକ। ସବୁଠୁ ବଡ କଥା ହେଉଛି କି ଉକ୍ତ ମୌଜାରୁ ମାତ୍ର ୬ କିଲୋମିଟର ବନ ବିଭାଗ କାର୍ଯ୍ୟାଳୟ । ଆର୍ ଆଇ ଏବଂ ତହସିଲ କାର୍ଯ୍ୟାଳୟ ନିକଟରେ ହୋଇଥିବା ବେଳେ ଏତେ ଏତେ ମାଙ୍କଡ଼ା ପଥର କିଏ ଆଉ କାହିଁକି ଲୁଟ କରୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ? କାହିଁକି ସୁରକ୍ଷା ଦାୟିତ୍ଵରେ ଥିବା ଅଧକାରୀ ମାନେ ମଣିଆ ମୌଳା ଉପରେ ଚଢ଼ାଉ କରୁ ନାହଁନ୍ତି ? ମାଫିଆଙ୍କୁ କାହିଁକି ସାହାଯ୍ୟ କରୁଛନ୍ତି ? କିପରି ଉକ୍ତ ମୌଜା ରେ ଏତେ ବଡ ବଡ ପୋଖରୀ ଖନନ ହୋଇଛି ? କାହାଠାରୁ ଅନୁମତି କେଉଁ ବାବୁ ଆଣିଥିଲେ ? ରାସ୍ତା ଉପରେ ବି ଦୈନିକ ଶହ ଶହ ଟ୍ରିପ ମାଙ୍କଡ଼ା ବୋଝେଇ ଗାଡି ଯାଉଥିବା ବେଳେ କାହିଁକି ବାଟରୁ ଧରା ଯାଉନି ?ମାଙ୍କଡ଼ା ମାଫିଆ ଏବଂ ଟ୍ରକ ମାଲିକଙ୍କ ସହ ବୁଝାବଣା ହୋଇଛି କି ? ସରକାରୀ କର୍ମଚାରୀ ହୋଇ କିପରି ଦାଇତ୍ବ ତୁଲାଉ ନାହାନ୍ତି ଅଧିକାରୀମାନେ ? ଡର ମାଡ଼ୁଛି ନା ଡର ପୁରା ଯାଇଛି ? ମାଙ୍କଡ଼ା ଚୋରା ଚାଲାଣ ପଛରେ କେଉଁ ବଡ ରାକେଟ କାମ କରୁଛି ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ମାଫିଆ ଏବଂ ଅଧକାରୀ ମାନେ ମାଲେ ମାଲେ ହେଉଛନ୍ତି । ଯାହା ଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ତୁରନ୍ତ ଏ ଦିଗରେ ରାଜସ୍ୱ ସଚିବ ଦୃଷ୍ଟି ଦେବାକୁ ଦାବି ।ଟାଙ୍ଗି ଚୌଦ୍ଵାର ରୁ ବେଦପ୍ରକାଶ ନାୟକ ରିପୋର୍ଟ