ଭଞ୍ଜନଗର,୦୮/୧୧ : ଗଞ୍ଜମ ଜିଲ୍ଲାର ଲୋକକଳା ସଙ୍ଗୀତ ତାଳରେ ଏକ ନୂଆଁ ପ୍ରକାର ଢଙ୍ଗରେ ଲକ୍ଷ୍ମୀ ପୁରାଣ କୁ ଉପସ୍ଥାପନା କରାଯାଇଛି । ପ୍ରତାପୁର ଅଞ୍ଚଳ ପାଟରାପଲ୍ଲୀ ଗ୍ରାମର ସମସ୍ତଙ୍କ ପରିଚିତ ଶୁଭେନ୍ଦୁ କୁମାର ଗୌଡ଼ ଓ ପ୍ରମୋଦ କୁମାର ଗୌଡ଼ ଜଗନ୍ନାଥ ଓ ବଳଭଦ୍ର ଭୂମିକାରେ ନଜର ଆସିଛନ୍ତି ଏହା ସହିତ ସାଥି କଳାକାର ଭାବେ ସୋନାଲି, ଶାନ୍ତି, ରଶ୍ମିତା ଏବଂ କିରଣ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ସୁର ମିଳାପ କ୍ରିଏସନ ୟୁଟ୍ୟୁବ ଚ୍ୟାନେଲ ଏହାକୁ ପ୍ରସ୍ତୁତ କରିଥିବା ବେଳେ କଣ୍ଠ ଶିଳ୍ପୀ ଭାବେ ରିତା ଓ ସ୍ନିଗ୍ଧା ପ୍ରଧାନ ସ୍ୱର ପ୍ରଦାନ କରିଛନ୍ତି ।
ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଭଞ୍ଜନଗର ର ଗୁରୁ ରବିନାରାୟଣ ଦାସ, ପ୍ରଯୋଜନା ନୃସିଂହ ଚରଣ ପ୍ରଧାନ ଓ ଆଦିକନ୍ଦ ଗୌଡ଼ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ନୀଳକଣ୍ଠ ପ୍ରଧାନ ସଯସଜା କରିଥିବା ବେଳେ ଆର.କେ ଭିଡିଓ ଏହାର ଭିଜୁଆଲ ପ୍ରସ୍ତୁତ କରିଛନ୍ତି । ଖୁବ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିବା ଏହି ଲକ୍ଷ୍ମୀ ପୁରାଣ ସୋସିଆଲ ମିଡିଆରେ ଖୁବ ଆଦୃତ ବଢୁଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଗଂଜାମ ର ପ୍ରସିଦ୍ଧ ବାଦ୍ୟ ଯନ୍ତ୍ର ଢୋଲ,ମହୁରୀ, ଝୁମୁକା ଆଦି ର ତାଳେତାଳେ ଏକ ଭିନ୍ନ ସ୍ୱାଦର ପ୍ରସ୍ତୁତ ହୋଇଛି । ଅଞ୍ଚଳର କୁଲାଡ଼ ଜଗନ୍ନାଥ ମନ୍ଦିରରେ ଏହାର ସୁଟିଙ୍ଗ କରାଯାଇଛି । ଏହାକୁ ନେଇ କଳାକାର ମାନେ ମଧ୍ୟ ଖୁବ ଖୁସି ପ୍ରକଟ କରିଛନ୍ତି ।