ବେଦାନ୍ତ ବିସ୍ଥାପିତ ମହିଳା ମାନେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା 

ଲାଞ୍ଜିଗଡ଼ 8/12 ରାୟଗଡ଼ା ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇଥିବା ବାର ଜଣ ବିଧବା ମହିଳାଙ୍କ ଅହୋରାତ୍ର ଧାରଣା ଜାରି ରହିଛି ଆଜି ଉକ୍ତ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଥିବା ଜଣାଯାଇଛି, ତାଙ୍କ ସ୍ୱାମୀମାନେ ବିଗତ ଦିନରେ ବେଦାନ୍ତ କମ୍ପାନୀରେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁ ବରଣ କରିଥିଲେ, ହେଲେ ସ୍ୱାମୀ ମାନଙ୍କ ମୃତ୍ୟୁ ପରେ ଏହି ବାର ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି, ତାଙ୍କ ସ୍ୱାମୀ ମାନଙ୍କ ଚାକିରୀ ସେମାନଙ୍କୁ ଦେବାପାଇଁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କରି ଆସୁଥିଲେ ସୁଦ୍ଧା ବେଦାନ୍ତ କୃତପକ୍ଷ ଜାଣିଶୁଣି ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ସେମାନଙ୍କ ଗୁହାରି କେହି ଶୁଣୁନାହାନ୍ତି. ଏପଟେ ଜିଲ୍ଳାପାଳ କାର୍ଯ୍ୟଳୟ ସମ୍ମୁଖରେ 12 ମହିଳା ଧାରଣା ଦେଉଥିବା ବେଳେ ଆଜି ବେଦାନ୍ତ ବିସ୍ଥାପିତ କଲୋନୀର ସମସ୍ତ ମହିଳା ବେଦାନ୍ତ କାରଖାନାର ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣା ଦେଇଛନ୍ତି, ଫଳରେ କୌଣସି କର୍ମଚାରୀ କାରଖାନା ଭିତରକୁ ପ୍ରବେଶ କରିପାରୁ ନାହାନ୍ତି. ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ବେଦାନ୍ତ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରି ନ ଥିବାବେଳେ. ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି l ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କ ଆନ୍ତରିକତାକୁ ନେଇ ବିଭିନ୍ନ କ୍ଷେତ୍ରରେ ନିନ୍ଦା କରାଯାଇଛି ଯେ ଯେଉଁମାନେ ବେଦାନ୍ତ କମ୍ପାନୀର ଉନ୍ନତି କରିବା ସମୟରେ ତାଙ୍କ ଜୀବନ ଚାଲି ଯାଇଛି ଓ ସେହି ସହିଦ ମାନଙ୍କ ପରିବାରକୁ ସ୍ଥାୟୀସ୍ଥାନ କରିବାକୁ ଏତେ ନିର୍ଦୟ କାହିଁକି ବୋଲି ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

Leave A Reply

Your email address will not be published.