ଖବର ସାରାଂଶ….ତାରିଖ ୦୯-୧୨-୨୦୨୩/ଶନିବାର
୧-ପୁରୀ: ଭକ୍ତଙ୍କ ପାଇଁ ୩୧ରେ ରାତି ଉଜାଗର ରହିବେ ମହାପ୍ରଭୁ। ନୂଆ ବର୍ଷରୁ ପୋଷାକ,ପାନ ଓ ଗୁଟଖା କଟକଣା ରହିବ।
୨-ଭୁବନେଶ୍ୱର:ଆସନ୍ତା ୨୦ରେ ନବନିଯୁକ୍ତ ୩୭୧୪ଜଣ ସ୍ନାତକ ଶିକ୍ଷକଙ୍କର ହେବ ଦିଗଦର୍ଶନ।
୩-ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନିର୍ଦ୍ଦେଶ:୧୫ ସୁଦ୍ଧା ୟୁ- ଡାଇଜ୍ ପ୍ଲସ୍ ତଥ୍ୟ ଅପଡେଟ୍ ଶେଷ କର।
୪-ବିଶ୍ୱବିଦ୍ୟାଳୟକୁ UGCର କଡ଼ା ନିର୍ଦ୍ଦେଶ:୩୧ ସୁଦ୍ଧା ଲୋକପାଳ ନିଯୁକ୍ତି କର।
୫-ଆକ୍ସନ୍ ମୁଡରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ: ଶିଶୁ ଶ୍ରମିକ ରୋକିବା ପାଇଁ ଧରପଗଡ଼ ଆରମ୍ଭ।
୬-ସୌରୀନ ଭଟଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା।
୭-ବିଶାଖାପାଟଣାରେ BSKYରେ ହେଲା ମାଗଣା କ୍ୟାନସର ଚିକିତ୍ସା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରୋଗୀଙ୍କ ପରିବାର।
୮-ସଂସଦରେ କିସ୍ ର ଭୂୟସୀ ପ୍ରଶଂସା, କିସ୍ ର ଉଦାହରଣ ପାଇଁ ଗୃହର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଲେ ପ୍ରତିଷ୍ଠାତା ଶ୍ରୀ ଅଚ୍ୟୁତ ସାମନ୍ତ।
୯-ଗୁଣ୍ଡିଚା ମନ୍ଦିର ନିକଟରେ ଜବରଦଖଲ କରି ବ୍ୟବସାୟ କରୁଥିବା ଦୋକାନ ଉଚ୍ଛେଦ।
୧୦-ଆସନ୍ତା ୧୪ରେ ବିଜେଡି କାର୍ଯ୍ୟକାରିଣୀ: ବିଜେଡି ମହଲରେ ଚର୍ଚ୍ଚା, ହୋଇପାରେ ବଡ଼ ନିଷ୍ପତ୍ତି।
୧୧-ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ, ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।
୧୨-ଜଳେଶ୍ବର:ବାଂଲାଦେଶରୁ ବାଲେଶ୍ବର ଆସିଥିବା ରୁମା ମାରୀୟମ ପ୍ରେମିକଙ୍କ ନାମରେ କଲେ ଲିଖିତ ଅଭିଯୋଗ।
୧୩-ସମ୍ବଲପୁର:ଦେହରେ ଖାକି ବର୍ଦ୍ଦି ପିନ୍ଧିଛନ୍ତି ହେଲେ କରୁଛନ୍ତି ଗୁଣ୍ଡାଗର୍ଦ୍ଦି, ମୋବାଇଲ ଛଡାଇ ଦୁଇ ପୋଲିସ କର୍ମୀ ସମେତ ୫ ଜଣ ଗିରଫ।
୧୪-ଅନୁଗୋଳ ଜିଲ୍ଲା ଶରଧାପୁର ଗାଁ:ଅନୁଗୋଳରେ ଅଭାବନୀୟ ଘଟଣା, ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ।
୧୫-ସିଭିଲ ସର୍ଭିସ ମେନ୍ ରେଜଲ୍ଟ ପ୍ରକାଶ କଲା UPSC, ପରୀକ୍ଷା ଦେଇଥିଲେ ୧୪ ହଜାରରୁ ଅଧିକ ପରୀକ୍ଷାର୍ଥୀ।
୧୬-ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ପର୍ଯ୍ୟବେକ୍ଷକ ନିୟୋଜିତ । ୩ ରାଜ୍ୟ ପାଇଁ ୩ ଜଣ ଲେଖାଏଁ ନେତାଙ୍କୁ ମିଳିଲା ଦାୟିତ୍ୱ।
୧୭-ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତିତ । ଋଣଧାରୀ ନିରାଶ, କମ ହେବନି ଲୋନ EMI।
୧୮-ନୁଆ ଦିଲ୍ଲୀ: ସୂର୍ଯ୍ୟଙ୍କ ପ୍ରଥମ ଫଟୋ ପଠାଇଲା ଆଦିତ୍ୟ ଏଲ – ୧।
୧୯-ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ରା । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ।
୨୦-ବିଦେଶରେ ସୁରକ୍ଷିତ ନୁହେଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଜୀବନ । ୨୦୧୮ରୁ ଏବେ ସୁଦ୍ଧା ଗଲାଣି ୪୦୩ଜଣଙ୍କ ଜୀବନ।
୨୧-ଭାରତ ପାଇଁ ଭଲ ଖବର- ବୈଦେଶିକ ମୁଦ୍ରା ଭଣ୍ଡାର ଏବେ ୪୦,୮୦,୦୦୦ କୋଟି ଟପିଲା।
୨୨-ଦୁବାଇ:୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ,ଆଫଗାନିସ୍ତାନକୁ ହରାଇଲା ଭାରତ।
ଶୁଭ ସକାଳ, ଜୟ ଜଗନ୍ନାଥ।🙏